ପାଣି ସମସ୍ୟା ଦୂର ନ ହେଲେ ଭୋଟ ବର୍ଜନ

ଖୋର୍ଦ୍ଧା ଅଫିସ,୩୧ା୧: ରାଜ୍ୟ ସରକାର ଗ୍ରାମାଞ୍ଚଳର ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି। ପ୍ରତ୍ୟେକ ଗ୍ରାମକୁ ପାଇପ୍‌ ମାଧ୍ୟମରେ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦେବାକୁ ପଦକ୍ଷେପ ନେଉଛନ୍ତି। ସବୁ ଗ୍ରାମର ଲୋକଙ୍କୁ ପାନୀୟଜଳ ସୁବିଧା ମିଳିବ ବୋଲି ଘୋଷଣା କରିଛନ୍ତି। ତେବେ ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ବାଙ୍କେଇ ପଞ୍ଚାୟତର ଗର୍ଭଣୀପଡ଼ା ଗ୍ରାମବାସୀଙ୍କ ପାଇଁ ଏହା ଉପହାସ ପାଲଟିଛି। ଏହି ଗ୍ରାମର ଲୋକେ ପିଇବା ପାଣି ପାଇଁ ହଇରାଣ ହେଉଛନ୍ତି। ଗାଁରେ ଥିବା ଏକମାତ୍ର ନଳକୂପ ଦୀର୍ଘଦିନ ହେଲା ଅଚଳ ହୋଇପଡ଼ିଛି। ବାରମ୍ବାର ଅଭିଯୋଗ ସତ୍ତ୍ୱେ କେହି ଗୁହାରି ଶୁଣୁନାହାନ୍ତି। ପାଣି ସମସ୍ୟା ଦୂର ନ ହେଲେ ଚଳିତ ପଞ୍ଚାୟତ ନିର୍ବାଚନ ବର୍ଜନ କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।
ଗ୍ରାମରେ ୬୦ପରିବାର ରହୁଛନ୍ତି। ଗ୍ରାମରେ ଗୋଟିଏ ନଳକୂପ ରହିଛି। ତେବେ ତାହା ଦୀର୍ଘଦିନ ହେଲା ଅଚଳ ହୋଇପଡ଼ିଛି। ଫଳରେ ଗ୍ରାମବାସୀ ୨ କିମି ଦୂର ଏକ ପୋଖରୀ ଉପରେ ନିର୍ଭର କରୁଛନ୍ତି। ରାତି ପାହିଲେ ମହିଳାମାନେ ଗରା ମାଠିଆ ଧରି ସେଠାକୁ ଧାଉଁଛନ୍ତି। ଦୀର୍ଘଦିନ ଧରି ଏଭଳି ସମସ୍ୟା ଲାଗି ରହିଥିଲେ ବି ପ୍ରଶାସନ କିମ୍ବା ଲୋକପ୍ରତିନିଧି କେହି ବୁଝୁନାହାନ୍ତି। କେବଳ ନିର୍ବାଚନ ଆସିଲେ ନେତାମାନେ ସମସ୍ୟା ଦୂର ଲାଗି ପ୍ରତିଶ୍ରୁତି ଦିଅନ୍ତି, ମାତ୍ର ନିର୍ବାଚନ ସରିଗଲେ ପ୍ରତିଶ୍ରୁତି ଭୁଲିଯାଆନ୍ତି। ୨୦୧୭ ନିର୍ବାଚନରେ ମଧ୍ୟ ପାଣି ସମସ୍ୟା ଦୂର ଲାଗି ପ୍ରତିଶ୍ରୁତି ମିଳିଥିଲା, ମାତ୍ର ନିର୍ବାଚନ ଶେଷ ପରେ ଆଉ କାହାର ଦେଖା ମିଳିଲା ନାହିଁ ବୋଲି ଗ୍ରାମର ବରିଷ୍ଠ ନାଗରିକ ସୁରଥ ପାଇକରାୟ କହିଛନ୍ତି। ଅଚଳ ନଳକୂପ ମରାମତି ପାଇଁ ପ୍ରଶାସନକୁ ବାରମ୍ବାର ଅଭିଯୋଗ କରି ନିରାଶ ହୋଇଛୁ ବୋଲି ବରିଷ୍ଠ ନାଗରିକ ମାଣିଆ ମାର୍ଥା କହିଛନ୍ତି। ତେଣୁ ଚଳିତ ବର୍ଷ ଗ୍ରାମରେ ପାଣି ସମସ୍ୟା ଦୂର କରା ଗଲେ ଭୋଟ ଦେବୁନାହିଁ ବୋଲି ନିଷ୍ପତ୍ତି ନିଆଯାଇଥିବା ସୁରଥ ଓ ମାଣିଆଙ୍କ ସମେତ ବହୁ ଗ୍ରାମବାସୀ କହିଛନ୍ତି। ପାଣି ଏହି ଗ୍ରାମର ଏକ ମୁଖ୍ୟ ସମସ୍ୟା। ଖରାଦିନ ଆସିଲେ ଅବସ୍ଥା ସଙ୍ଗିନ ହୋଇପଡ଼େ। ଗ୍ରାମର ଅଶାନ୍ତି ଜେନା ଓ ରଶ୍ମିତା ମାର୍ଥା କହିଛନ୍ତି, ନଳକୂପ ମରାମତି କରିବାକୁ କେହି ଆସୁନାହାନ୍ତି। ନଳକୂପ ଉପରେ ଗଛଲତା ମାଡ଼ିିଗଲାଣି। ତେଣୁ ବାଧ୍ୟ ହୋଇ ପୋଖରୀରୁ ପାଣି ଆଣି କାମ ଚଳାଉଛୁ। ଏହି ପାଣି ଦୂଷିିତ ଯୋଗୁ ଅନେକ ସମୟରେ ପିଲା, ବୃଦ୍ଧାବୃଦ୍ଧ ଚର୍ମରୋଗ, ଜ୍ୱର ପ୍ରଭୃତି ରୋଗରେ ଆକ୍ରାନ୍ତ ହେଉଛନ୍ତି। ଆଗକୁ ଖରାଦିନ ଆସୁଛି। ତେଣୁ ପୁଣି ଡହଳବିକଳ ହେବାକୁ ପଡ଼ିବ ବୋଲି ସେ ପ୍ରକାଶ କରିଛନ୍ତି। ତେବେ ଏ ସମ୍ପର୍କରେ ବୋଲଗଡ଼ ବିଡିଓ ଧୋବେଇ ନାୟକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri