Categories: ଜାତୀୟ

ସାବତ ବାପା ନିଜର କର୍ତ୍ତବ୍ୟ ପାଳନ କଲେ ପୁତ୍ର ଦାୟିତ୍ୱ ପାଳନକୁ ମନା କରିପାରିବେ ନାହିଁ, ହାଇକୋର୍ଟ…

କୋଲକାତା, ୩୦।୮ : ଏକ ମାମଲାର ବିଚାର କରି କୋଲକାତା ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଯଦି ସାବତ ବାପା ପୁତ୍ରଙ୍କ ପ୍ରତି ନିଜର କର୍ତ୍ତବ୍ୟ ସୂଚାରୁ ରୂପେ ପାଳନ କରିଥାନ୍ତି। ତେବେ ସେଭଳି କ୍ଷେତ୍ରରେ ସାବତ ପୁତ୍ର ପିତାଙ୍କ ପ୍ରତି ନିଜ ଦାୟିତ୍ୱ ପାଳନ କରିବାକୁ ମନା କରି ପାରିବେ ନାହିଁ। ଏପରି କଲେ ସାବତ ପୁତ୍ରଙ୍କ ବିରୋଧରେ ୧୯୭୩ ଅପରାଧିକ ଧାରାର ବିଭାଗ ୨୫ ଅନୁସାରେ ଦଣ୍ଡାଦେଶ କରାଯାଇ ପାରିବ। ମାମଲାର ବିଚାର କରି ବିଚାରପତି କୌଶିକ ଚନ୍ଦାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏଭଳି ରାୟ ଦେଇଛନ୍ତି। ଏହା ସହିତ ସାବତ ପୁତ୍ର ସୁନୀଲ ଦେବଶର୍ମାଙ୍କ ତାଙ୍କ ମାତା ଫୁଲଦି ଦେବଶର୍ମା ସାବତ ବାପା ଥେଲୁ ଦେବଶର୍ମାଙ୍କୁ ଭରଣପୋଷଣ ପାଇଁ ମାସିକ ୨,୫୦୦ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବାଲ୍ୟକାଳରେ ସୁନୀଲଙ୍କ ପିତାଙ୍କ ମୃତ୍ୟୁ ଘଟିବା ପରେ ମାତା ଫୁଲଦି ପୁଣିଥରେ ଥେଲୁଙ୍କୁ ବିବାହ କରିଥିଲେ।

Share