Posted inଜାତୀୟ

ବିକ୍ଷୋଭ ଯଦି ଦେଶଦ୍ରୋହ, ଜେଲରେ ରହିବି

ନୂଆଦିଲ୍ଲୀ, ୨୧।୨: ଚାଷୀ ଆନ୍ଦୋଳନକୁ ସମର୍ଥନ କରିବା ଯଦି ଦେଶଦ୍ରୋହ ହୁଏ, ତେବେ ଜେଲରେ ରହିବା ଭଲ ବୋଲି ଜଳବାୟୁ କର୍ମୀ ଦିଶା ରବିଙ୍କ ଓକିଲ ସିଦ୍ଧାର୍ଥ ଅଗ୍ରଓ୍ବାଲ କହିଛନ୍ତି। ଶନିବାର ଦିଲ୍ଲୀର ଏକ ଅଦାଲତରେ ଦିଶାଙ୍କ ଜାମିନ ଆବେଦନର ଶୁଣାଣି ବେଳେ ସିଦ୍ଧାର୍ଥ ଏହା କହିଥିଲେ। ପଟିଆଲା ହାଉସ୍‌ କୋର୍ଟ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରଖିଛନ୍ତି।
ଦିଲ୍ଲୀରେ ସାଧାରଣତନ୍ତ୍ର ଦିବସରେ କୃଷକମାନଙ୍କ ଟ୍ରାକ୍ଟର ରାଲି ହିଂସାର ରୂପ ନେଇଥିଲା। ଏହା ପଛରେ ଚାଷୀ ଆନ୍ଦୋଳନ ଟୁଲ୍‌କିଟ୍‌ର ସମ୍ପର୍କ ଥିବା ଅଭିଯୋଗରେ ୨୨ ବର୍ଷୀୟ ଜଳବାୟୁ କର୍ମୀ ଦିଶାଙ୍କୁ ଗତ ସପ୍ତାହରେ ବେଙ୍ଗାଲୁରୁରୁ ଗିରଫ କରାଯାଇଥିଲା। ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ଓ ଦେଶଦ୍ରୋହ ଅଭିଯୋଗରେ ମାମଲା ରୁଜୁ ହୋଇଛି। ବେଆଇନ ସଂଗଠନ ‘ଶିଖ୍‌ସ୍‌ ଫର
ଜଷ୍ଟିସ’ ସହ ଜଳବାୟୁ କର୍ମୀ ଦିଶାଙ୍କ ସମ୍ପର୍କ ଥିବାର କୌଣସି ପ୍ରମାଣ ନାହିଁ ବୋଲି ତାଙ୍କ ଓକିଲ କୋର୍ଟକୁ ଦର୍ଶାଇଥିଲେ। ଅନ୍ୟପକ୍ଷରେ ଦିଲ୍ଲୀ ପୋଲିସ ଯୁକ୍ତି ବାଢ଼ିଥିଲା, ଦିଶା ନିଜ କାର୍ଯ୍ୟର ଆପରାଧିକତା ସମ୍ପର୍କରେ ସଚେତନ ଥିଲେ, ଏହାର ଅଧିକ ତଦନ୍ତ ଆବଶ୍ୟକ। ଭାରତକୁ ବଦ୍‌ନାମ କରାଇବା ଲାଗି ଯୋଜନା ହୋଇଥିଲା କି ନାହିଁ ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ପୋଲିସ କହିବା ପରେ ଅଦାଲତ ଜାମିନ ଆବେଦନର ରାୟ ଫେବୃୟାରୀ ୨୩କୁ ସଂରକ୍ଷିତ ରଖିଥିଲେ।
ଜଳବାୟୁ କର୍ମୀ ଗ୍ରେଟା ଥନ୍‌ବର୍ଗ ଟୁଲ୍‌କିଟ୍‌ ମାମଲାରେ ସମ୍ପୃକ୍ତି ଅଭିଯୋଗରେ ଗିରଫ ଦିଶା ରବିଙ୍କୁ ଶୁକ୍ରବାର ୩ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା। ତାଙ୍କ ଓକିଲ କୋର୍ଟକୁ କହିଥିଲେ, ବିନା କାରଣରେ ଦିଶା ବିରୋଧ କରିନାହାନ୍ତି। ଏଠାରେ ପରିବେଶ ଓ କୃଷି ପ୍ରସଙ୍ଗ ରହିଛି। ପରିବେଶ ଓ କୃଷି ପରସ୍ପର ସହ ଜଡ଼ିତ ବୋଲି ଦିଶାଙ୍କ ଓକିଲ ଯୁକ୍ତି ବାଢ଼ିଥିଲେ। ଦିଶା ଯୋଗ ଏବଂ ଚା’କୁ ଟାର୍ଗେଟ କରିଥିବା ଏତଲାରେ ଦର୍ଶାଯାଇଥିବାବେଳେ ଏହା କ’ଣ ଅପରାଧ କି ବୋଲି ତାଙ୍କ ଓକିଲ ପ୍ରଶ୍ନ କରିଥିଲେ। ଲାଲ୍‌କିଲ୍ଲା ହିଂସା ମାମଲାରେ କାହାକୁ ଗିରଫ କରାଯାଇନାହିଁ। କାରଣ ବିକ୍ଷୋଭକାରୀ ଟୁଲ୍‌କିଟ୍‌ ଦ୍ୱାରା ପ୍ରଭାବିତ ହୋଇଥିଲେ ବୋଲି କୁହାଯାଉଛି। ତେବେ ଜାନୁୟାରୀ ୨୬ ଟ୍ରାକ୍ଟର ରାଲି ବେଳେ ଦଙ୍ଗା ପାଇଁ ଟୁଲ୍‌କିଟ୍‌ ଦାୟୀ, ସେଭଳି କୌଣସି ପ୍ରମାଣ ନାହିଁ। ଅତିରିକ୍ତ ସେସନ୍ସ ଜଜ୍‌ ଧର୍ମେନ୍ଦ୍ର ରାଣା ଜାମିନ ଆବେଦନର ଶୁଣାଣି କରୁଥିବାବେଳେ ଦିଲ୍ଲୀ ପୋଲିସ ପାଇଁ ପ୍ରତିନିଧିତ୍ୱ କରୁଥିବା ଅତିରିକ୍ତ ସଲିସିଟର ଜେନେରାଲ ଏସ୍‌.ଭି. ରାଜୁ କହିଥିଲେ, ଦିଶା ଅନ୍ୟ ଦୁଇ ଅଭିଯୁକ୍ତଙ୍କ ଉପରକୁ ଦୋଷ ଖସାଇବାକୁ ଉଦ୍ୟମ କରୁଥିବାରୁ ସେମାନଙ୍କୁ ମୁହାଁମୁହିଁ ଜେରା କରାଯିବା ଆବଶ୍ୟକ। ତେଣୁ ଜଳବାୟୁ କର୍ମୀଙ୍କୁ ଜାମିନରେ ଛଡ଼ାଗଲେ ହାଜତ ଜେରାର ଉଦ୍ଦେଶ୍ୟ ପୂରଣ ହେବନାହିଁ ବୋଲି ସେ ଦର୍ଶାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri