Categories: ଫୁରସତ

ଫୋନ୍‌ରେ ପାଣି ପଶିଥିଲେ ଚାଉଳ ଡବାରେ ରଖୁଛନ୍ତି କି? ହୋଇଯାଆନ୍ତୁ ସତର୍କ

ମୂଲ୍ୟବାନ ବସ୍ତୁ ପରି ଆମେ ସମସ୍ତେ ନିଜ ଫୋନକୁ ଅତି ଯତ୍ନର ସହିତ ରଖିଥାଉ। ସ୍କ୍ରାଚ ନ ହେବା ପାଇଁ କଭର୍‌ ପକାଇଥାଉ। ଏଥିସହ ସ୍କ୍ରିନର ସୁରକ୍ଷା ପାଇଁ ସ୍କ୍ରିନ ଗାର୍ଡ ମଧ୍ୟ ପକାଇଥାଉ। ବର୍ଷାଦିନେ ହେଉ କି କୌଣସି ଅସାବଧନତା ଯୋଗୁ ଯେପରି ଫୋନରେ ପାଣି ନ ପଶେ ସେଥିପାଇଁ ସତର୍କତା ଅବଲମ୍ବନ କରୁ। ଯଦି କୌଣସି କାରଣରୁ ଫୋନ୍‌ରେ ପାଣି ପଶିଯାଇଛି ଏଥିପାଇଁ ବିଭିନ୍ନ ପ୍ରକାର ନୁସକା ଆପଣେଇବାରେ ଲାଗିପଡୁ। କିଛିଜଣ ଏହାକୁ ଖରାରେ ରଖୁଥିବାବେଳେ କିଛି ଚାଉଳ ଡବାରେ ମୋବାଇଲ ରଖିଥା’ନ୍ତି। ପର ମୂହୁର୍ତ୍ତରେ ମୋବାଇଲ ଠିକ୍‌ ମଧ୍ୟ ହୋଇଯାଏ। କିନ୍ତୁ ଚାଉଳ ଭିତରେ ମୋବାଇଲ ରଖିବା ସୁରକ୍ଷିତ କି? ଏନେଇ ବଡ ବଡ ଟେକ୍‌ କମ୍ପାନୀ ଚାଉଳ ଭିତରେ ମୋବାଇଲ ରଖିବାକୁ ସତର୍କ କରାଯାଇଛନ୍ତି। କାହିଁକି? ଅରସନ୍ତୁ ଜାଣିବା।

ମୋବାଇଲ ଫୋନକୁ ଚାଉଳ ବ୍ୟାଗ କିମ୍ବା ବସ୍ତାରେ ରଖିବା ଦ୍ୱାରା ଫୋନ ଆହୁରି ବେଶୀ ଖରାପ ହୋଇଯାଏଥାଏ। ଚାଉଳର ଛୋଟ ଛୋଟ ଗୁଣ୍ଡ ମୋବାଇଲ ଭିତରେ ପଶି ଏହାକୁ ଖରାପ କରିଦେଇଥାଏ। ପ୍ରଥମେ ମୋବାଇଲର ସାଉଣ୍ଡ ଖରାପ ହେବା ସହ ଫୋନକଲରେ ଶୁଭିବା କମ୍‌ ହୋଇଯାଏ।

ସେହିପରି ଫୋନରେ ପାଣି ପଶିଥିବା ସମୟରେ ଏହାକୁ ଚାର୍ଜରେ ବସାନ୍ତୁ ନାହିଁ। ଫୋନରୁ ପାଣି ବାହାର କରିବା ପାଇଁ ଏହାର ଚାର୍ଜର କନେକ୍ଟର ପଏଣ୍ଟକୁ ତଳ ଆଡକୁ ରଖି ଧିରେ ଧିରେ ହଲାନ୍ତୁ। ଏବଂ ଫୋନର ସ୍କ୍ରିନକୁ ଧିରେଧିରେ ଟ୍ୟାପ୍‌ କରନ୍ତୁ।
ଫୋନକୁ ଚାର୍ଜରେ ବସାଇବା ପୂର୍ବରୁ ପ୍ରାୟ ୩୦ ମିନିଟ ପର୍ଯ୍ୟନ୍ତ ପବନ ଚଳାଚଳ କରୁଥିବା ସ୍ଥାନରେ ଛାଡି ଦିଅନ୍ତୁ। ଯଦି USB-C କେବୁଲରେ ଲିକ୍ୱିଡ ଥିବାର ଜଣାପଡେ ତେବେ ଫୋନ ୟୁଜର୍ସଙ୍କୁ ଆଲର୍ଟ କରିଥାଏ। ତେବେ ଏହିସବୁ ଫିଚର୍ସ ଆଇଫୋନରେ ରହିଛି।

Share