Posted inଫୁରସତ

ବକେୟା ବିଦ୍ୟୁତ୍‌ ବିଲ୍‌ ପୈଠ ନ କଲେ ଘରୁ ଜିନିଷ ନେଇଯାଉଛନ୍ତି ଅଧିକାରୀ

ଭୋପାଳ: ଲୋକଙ୍କଠୁ ବକେୟା ବିଦ୍ୟୁତ୍‌ ବିଲ୍‌ ଆଦାୟ କରିବା ଲାଗି ମଧ୍ୟପ୍ରଦେଶ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର ପ୍ରକାର ଅଭିଯାନ ଆରମ୍ଭ ହୋଇଛି। ଯେଉଁ ବ୍ୟକ୍ତି ବିଜୁଳି ବିଲ୍‌ ପୈଠ କରିବାକୁ ସକ୍ଷମ ହେଉନାହାନ୍ତି ବିଭାଗୀୟ ଅଧିକାରୀ ସେମାନଙ୍କ ଘରୁ ମୋଟର ସାଇକେଲ, ପାଳିତ ପଶୁ, ଟ୍ରାକ୍ଟର ଆଦି ଜୋର ଜବରଦସ୍ତ ନେଇଯାଉଛନ୍ତି, ଯାହା ଲୋକଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିଛି। ଏ ନେଇ ଅଭିଯୋଗ ହେବା ପରେ ଉଚ୍ଚଅଧିକାରୀ ୨ ଠିକା କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି।

ଚଳିତ ଆର୍ଥିକ ବର୍ଷ ଶେଷସୁଦ୍ଧା ମଧ୍ୟପ୍ରଦେଶ ପୂର୍ବାଞ୍ଚଳ ଶକ୍ତି ବିତରଣ କମ୍ପାନୀ ୫୧୮ କୋଟି ଟଙ୍କାର ବକେୟା ବିଦ୍ୟୁତ୍‌ ବିଲ୍‌ ଆଦାୟ କରିବା ନେଇ ଯୋଜନା କରିଥିବାରୁ ଏହି ଅଭିଯାନ ଆରମ୍ଭ କରିଥିବା କୁହାଯାଉଛି। ସ୍ଥାନୀୟ ଅଞ୍ଚଳରେ ଯେଉଁମାନେ ଦୀର୍ଘଦିନ ଧରି ବିଦ୍ୟୁତ୍‌ ବିଲ୍‌ ଟଙ୍କା ଜମା କରିନାହାନ୍ତି ସେମାନଙ୍କୁ ଏହି ଅଭିଯାନର ଶିକାର ହେବାକୁ ପଡ଼ିଛି। ଏ ନେଇ ସାଗର, ଦାମୋହ, ଛତରପୁର, ପାନ୍ନା, ଗ୍ବାଲିଅର ଆଦି ଜିଲାର ଶତାଧିକ ଗ୍ରାମକୁ ରିକୋଭରି ନୋଟିସ ଜାରି କରାଯାଇଛି। ଅନେକ ଗ୍ରାମର ଲୋକଙ୍କଠାରୁ ଟ୍ରାକ୍ଟର, ମୋଟର ସାଇକେଲ୍‌, ପାଣି ପମ୍ପ ଆଦି ଜବତ୍‌ କରାଯାଇଛି। ସାଗର ଜିଲା ଦେଓରି ଗ୍ରାମରେ ବିଭାଗୀୟ ଅଧିକାରୀ ବିଦ୍ୟୁତ୍‌ ବିଲ୍‌ ଆଦାୟ ପାଇଁ ରେଖା ଅହିରଓ୍ବାରଙ୍କ ଘରେ ପହଞ୍ଚିଥିଲେ। ରେଖା ଘରେ ନ ଥିବାବେଳେ ତାଙ୍କ ବଡ଼ ଶାଶୁ ଗାଧୋଇବାକୁ ଯାଇଥିଲେ। ବିଦ୍ୟୁତ୍‌ ବିଭାଗର ଅଫିସରମାନେ ତାଙ୍କ ଘରେ ଜବରଦସ୍ତ ପଶି ଘରକରଣା ଜିନିଷ ସବୁ ଗାଡ଼ିରେ ଲୋଡ୍‌ କରି ନେଇଯାଇଥିବା ରେଖା ଅଭିଯୋଗ କରିଛନ୍ତି। ଏ ପରି ନ କରିବାକୁ ଅଫିସରମାନଙ୍କୁ ରେଖା ନେହୁରା ହୋଇ ଥିଲେ ମଧ୍ୟ ତାଙ୍କ କଥା କେହି ଶୁଣି ନ ଥିଲେ। ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେବା ପରେ ରାଜ୍ୟ ସରକାର ଦୁଇ ଠିକା କର୍ମଚାରୀଙ୍କୁ ବହିଷ୍କାର କରି ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍‌

ମୁମ୍ବାଇ,୧୭ା୪:କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ପୁରୁଣା ଭିଡିଓକୁ ବ୍ୟବହାର କରାଯାଇ ଭାଜପା ବିରୋଧରେ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସୋସିଆଲ...

୨.୨୬ ଲକ୍ଷ ଟଙ୍କାରେ ନିଲାମ ହେଲା ଗୋଟିଏ ଅଣ୍ଡା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୬।୪: ସମସ୍ତେ ଶୁଣିଛନ୍ତି ଯେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଯେତେବେଳେ ଆପଣ ଜାଣିବେ ଯେ ଗୋଟିଏ ଅଣ୍ଡାର ମୂଲ୍ୟ ଲକ୍ଷ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri