ଦାବି ପୂରଣ ନ ହେଲେ ନୀତକାନ୍ତି କରିବେନି ସେବାୟତ

ଆନନ୍ଦପୁର,୨।୭(ସ୍ବ.ପ୍ର.)- ବିଭିନ୍ନ ସମସ୍ୟାକୁ ନେଇ ଆନନ୍ଦପୁର ଦଧିବାମନଜୀଉ ମନ୍ଦିର ସେବାୟତମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଫଳରେ ସେମାନେ ମନ୍ଦିର ପରିଚାଳନା କମିଟି ଦ୍ୱାରା ଆନନ୍ଦପୁର ଉପଜିଲାପାଳ ତଥା ଦେବୋତ୍ତର ବିଭାଗର ଅଧିକାରୀଙ୍କ ନିକଟରେ ମଙ୍ଗଳବାର ଦାବି ଉପସ୍ଥାପନ କରିଛନ୍ତି। ଦାବିପୂରଣ ନ ହେଲେ ଆସନ୍ତା ଜୁଲାଇ ମାସ ୪ ତାରିଖ ମନ୍ଦିରର ସମସ୍ତ ରୀତିନୀତିରୁ ନିବୃତ୍ତ ରହିବେ ବୋଲି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଗତ ବର୍ଷ ରଥଯାତ୍ରା ବୈଠକରେ ସେବାୟତମାନେ ଦରମା ବୃଦ୍ଧି ପାଇଁ ଦାବି ଉପସ୍ଥାପନ କରିଥିଲେ ହେଲେ ଅଦ୍ୟାବଧି ଏହାର କାର୍ଯ୍ୟକାରିତା ଦିଗରେ ଗୁରୁତ୍ୱ ଦିଆଯାଇ ନ ଥିବା ଅଭିଯୋଗ ହୋଇଛି। ଏହା ସହିତ ସେବାୟତମାନଙ୍କୁ ମିଳୁଥିବା ସ୍ବଳ୍ପ ବେତେନ ନିୟମିତ ନ ମିଳିବା ଏବଂ ବହୁ ବର୍ଷ ଧରି ବକେୟା ଅର୍ଥ ପଡ଼ି ରହିବା ଭଳି ଅଭିଯୋଗ ହୋଇଛି। ଚଳିତ ବର୍ଷ କରୋନା ମହାମାରୀ ପାଇଁ ଭକ୍ତମାନଙ୍କ ମନ୍ଦିର ପ୍ରବେଶ ନିଷେଧାଦେଶ ଯୋଗୁ ସେବାୟତମାନଙ୍କ ଦର୍ଶନ ବନ୍ଦ ହେବା, କରୋନା ପାଇଁ ରଥଯାତ୍ରା ଓ ବାହୁଡାଯାତ୍ରା ବନ୍ଦ ହୋଇଯିବାରୁ ଦର୍ଶନୀ ପାଉଣା ନ ମିଳିବାରୁ ସେବାୟତମାନେ ଅସହାୟ ଜୀବନ ଅତିବାହିତ କରୁଛନ୍ତି। ସେବାୟତମାନେ ବିଭିନ୍ନ ସମସ୍ୟା ସମ୍ପର୍କରେ ପୂର୍ବରୁ ଅବଗତ କରାଇଥିବା ସତ୍ତ୍ୱେ ଦାବି ପୂରଣ ନ ହେବା ଘଟଣାକୁ ବିରୋଧ କରି ସନ୍ତୋଷ କୁମାର ପାଢୀ, ଜଗବନ୍ଧୁ ଦାଶ, ଜଗତ କୁମାର ମିଶ୍ର, ଶରତ ଚନ୍ଦ୍ର ମିଶ୍ର, ଶଙ୍କର୍ଷଣ ମିଶ୍ର, ବିଶ୍ୱନାଥ ପାତ୍ର, ପଦ୍ମନାଭ ପାଣିଗ୍ରାହୀ, ଲକ୍ଷ୍ମଣ କୁମାର ପାଢୀଙ୍କ ସମେତ ସମସ୍ତ ସେବାୟତମାନେ ଏକ ଦସ୍ତଖତ ସମ୍ବଳିତ ଦାବିପତ୍ର ସ୍ଥାନୀୟ ଦେବୋତ୍ତର ବିଭାଗ ନିକଟରେ ଉପସ୍ଥାପନ କରିଛନ୍ତି। ସେବାୟତମାନଙ୍କର ସମସ୍ୟାକୁ ଦୂର କରା ନ ଗଲେ ଆସନ୍ତା ୪ତାରିଖଠାରୁ ସମସ୍ତ ସେବାୟତ ଶ୍ରୀ ଜୀଊଙ୍କ ସେବାରୁ ନିବୃତ୍ତ ରହିବେ ବୋଲି ଦାବି ଉପସ୍ଥାପନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri