Categories: ଜାତୀୟ

ଜୟନ୍ତ ଚୌଧୁରୀଙ୍କୁ ପରାମର୍ଶ ଦେଲେ ଶାହ

ଲକ୍ଷ୍ନୌ,୨୯ ।୧: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨କୁ ନେଇ ଶନିବାର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମୁଜାଫରନଗରରେ ଦଳର ପ୍ରଚାରରେ ଅଛନ୍ତି । ସେଠାରେ ସେ କହିଛନ୍ତି ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ଲାଗି ସମାଜବାଦୀ ପାର୍ଟି(ସପା) ଓ ରାଷ୍ଟ୍ରୀୟ ଲୋକ ଦଳ(ଆର୍‌ଏଲଡି) ମଧ୍ୟରେ ମେଣ୍ଟ ହୋଇଛି । ହେଲେ ଏହି ମେଣ୍ଟ କେବଳ ଭୋଟ ଗଣନା ପର୍ଯ୍ୟନ୍ତ ରହିବ ବୋଲି କହିଛନ୍ତି ଶାହ । କୃଷକ ବହୁଳ ପଶ୍ଚିମ ଉତ୍ତର ପ୍ରଦେଶର ମୁଜାଫରନଗରର ଏକ ମତଦାନ ସଭାକୁ ସମ୍ବୋଧନ କରିବା ଅବସରରେ ଶାହ କହିଛନ୍ତି, ଯଦି ଏଥର ଉତ୍ତର ପ୍ରଦେଶରେ ସମାଜବାଦି ପାର୍ଟି ସରକାର ଗଠନ କରେ ତେବେ ଅଜମ ଖାଁ କ୍ୟାବିନେଟର ଜଣେ ସଦସ୍ୟ ହେବେ ଓ ଜୟନ୍ତ ଭାଇ ବାହାରି ଯିବେ । ଟିକେଟ ମିଳିବା ପରେ ଏହାହିଁ ଅନୁମାନ କରାଯାଉଥିଲା କେଉଁଠି କ’ଣ ହେବ ।

Share