Categories: ଜାତୀୟ

କ୍ଷମତାକୁ ଆସିଲେ କ୍ୟାବିନେଟର ପ୍ରଥମ ଦିନରେ ୧୦ ଲକ୍ଷ ଯୁବକଙ୍କୁ ଚାକିରି ଦେବେ ତେଜସ୍ୱୀ

ପାଟନା,୨୭ ।୯: ବିହାର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବଳେ ସମସ୍ତ ରାଜନୈତିକ ଦଳ ଜନତାଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ନୂଆ ନୂଆ ଯୋଜନା ଘୋଷଣା କରି ଚାଲିଛନ୍ତି । ଏହି କ୍ରମରେ ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି)ନେତା ତେଜସ୍ୱୀ ଯାଦବ ରବିବାର ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି ଏଥର ଯଦି ସେ କ୍ଷମତାକୁ ଆସିବେ ତେବେ ସେ କ୍ୟାବିନେଟର ପ୍ରଥମ ଦିନରେ ୧୦ ଲକ୍ଷ ଯୁବକଙ୍କୁ ଚାକିରି ଯୋଗାଇଦେବେ । ତେଜସ୍ୱୀ ବିଶେଷ ଭାବେ ଯୁବକ ଓ ବେକାରୀଙ୍କୁ ନିଜ ଆଡକୁ ଆକର୍ଷିତ କରୁଛନ୍ତି ବୋଲି କୁହାଯାଉଛି । ସେ ସବୁବେଳେ ବେକାର ଯୁବକଙ୍କୁ ଫୋକସ କରୁଥିବା ବେଳେ କହିଛନ୍ତି ୫ ଅଗଷ୍ଟରେ ଦଳ ବେରୋଜଗାରକୁ ନେଇ ଏକ ପୋର୍ଟାଲ ତିଆରି କରିଛି । ଯେଉଁଥିରେ ୯,୪୭,୩୨୪ ଜଣ ବେକାର ଯୁବକ ପଞ୍ଜିକରଣ କରିଛନ୍ତି । ଏହାସହ ପାଖାପାଖି ୧୩,୧୧,୬୨୬ ଜଣ ମିସ୍ କଲ୍ ମଧ୍ୟ କରିଛନ୍ତି । କାରଣ ଦଳ ଏବେ ବେରୋଜଗାରକୁ ମୁଖ୍ୟ ପ୍ରସଙ୍ଗ କରିଛି ।

Share