Posted inଜାତୀୟ

ପ୍ରଧାନମନ୍ତ୍ରୀ ହେଲେ ପ୍ରଥମେ କ’ଣ କରିବେ ରାହୁଲ

ନୂଆଦିଲ୍ଲୀ,୩୧ ।୧୨: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବେ ଭାରତ ଯୋଡୋ ଯାତ୍ରାକୁ ନେଇ ଖୁବ୍ ଚର୍ଚ୍ଚାରେ । ଏହାକୁ ନେଇ ସେ ଲଗାତାର ଜନସଭା କରିବା ସହ ଗଣମାଧ୍ୟମକୁ ସମ୍ବୋଦନ କରୁଛନ୍ତି । ଏବେ ରାହୁଲ ଖୁବ୍ ସାଦାସିଧା ନଜର ଆସୁଥିବା ବେଳେ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ବୁଝିସୁଝି ଦେଉଛନ୍ତି । ଶନିବାର ବି ସେ କଂଗ୍ରେସ ମୁଖ୍ୟାଳୟରେ ଗଣମାଧ୍ୟମ ସହ କଥା ହୋଇଛନ୍ତି । ଏହିସମୟରେ ସେ କେତେଜଣ ଖବରଦାତାଙ୍କ ଭିନ୍ନ ଭିନ୍ନ ପ୍ରଶ୍ନର ଉତ୍ତର ଦେଇଛନ୍ତି ।

ଖବରଦାତାଙ୍କ ଗୋଟିଏ ପ୍ରଶ୍ନରେ ହଡବଡେଇ ଯାଇଥିଲେ ରାହୁଲ । ଏହାର ଉତ୍ତର ସେ ଖୁବ୍ ଶାଳୀନତାର ସହ ଓ ବୁଝିସୁଝି ଦେଇଥିଲେ । ତାଙ୍କୁ ପ୍ରଶ୍ନଥିଲା ଯଦି ସେ ପ୍ରଧାନମନ୍ତ୍ରୀ ହେବେ ତେବେ ସେ ପ୍ରଥମେ କ’ଣ କରିବେ ।
ଏହାର ଉତ୍ତରରେ ରାହୁଲ କହିଥିଲେ ପ୍ରଥମେ ସେ ଦେଶର ଶିକ୍ଷା ବ୍ୟବସ୍ଥାକୁ ସଜାଡିବେ । ସେ କହିଥିଲେ ଦେଶରେ ଏଜୁକେଶନ ସିଷ୍ଟମ ଠିକ୍ ଢଙ୍ଗରେ ଚାଲୁନାହିଁ । ପିଲାମାନଙ୍କୁ କୌଣସି ଭିଜନ ଦିଆଯାଇ ପାରୁ ନାହିଁ । ସେ କହିଥିଲେ ଭାରତ ଯୋଡୋ ଯାତ୍ରା ସମୟରେ ସେ କେତେଜଣ ପିଲାଙ୍କୁ ଭେଟିଥିଲେ । ଆଉ ସମସ୍ତଙ୍କୁ ସେ ଗୋଟିଏ ପ୍ରଶ୍ନ ପଚାରିଥିଲେ କଲେଜ ପଢା ସରିଲେ ସେମାନେ କରିବେ କ’ଣ । ଉତ୍ତର ଥିଲା ଡାକ୍ତର, ଲୟର, ଇଞ୍ଜିନିୟର, ପାଇଲଟ, ଆଇଏଏସ । ୯୯.୯ ପ୍ରତିଶତ ପିଲା ଏହି ଉତ୍ତର ଦେଇଥିଲେ । ଅର୍ଥାତ୍ ଆମର ଏଜୁକେଶନ ସିଷ୍ଟମ କହୁଛି ପିଲାମାନେ ଏହି ୫ଟି କାମ ବ୍ୟତୀତ ଆଉ କିଛି କରିପାରିବେ ନାହିଁ ।
ଦ୍ୱିତୀୟରେ ସ୍କିଲ ନ ଥିଲେ ରୋଜଗାର ମିଳିବ ନାହିଁ । ସେ ଯିଏ ବି ହୁଅନ୍ତୁନା କାହିଁକି । ରାହୁଲ ଆହୁରି ମଧ୍ୟ କହିଥିଲେ ଆମକୁ ଦେଶ ଭିତରେ ଭାଇଚାରା, ଏକତା ଓ ପ୍ରେମର ଭାବନା ପ୍ରସାର କରିବାର ଅଛି । ଏହାର ପ୍ରଭାବ ଦେଶର ସୀମାରେ ବି ପଡୁଛି । ଦେଶରେ ହିଂସା, ଘୃଣାର ପ୍ରଭାବ ଅନ୍ୟ ଦେଶ ଦେଖି ଏହାର ଫାଇଦା ଉଠାଉଛନ୍ତି । ଆମର ବିଦେଶ ନୀତି ଭ୍ରମରେ ପକାଉଛି । ଏହାଦ୍ୱାରା ଆମର ଖୁବ୍ କ୍ଷତି ହେଉଛି ମୁଁ କରୋନା ସମୟରେ ବି ଏକଥା କହିଥିଲି ।


Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?