ସଂକ୍ରମଣ ବଢିଲେ ଚିକିତ୍ସା ଅଭାବରୁ ବଢିବ ମୃତ୍ୟୁସଂଖ୍ୟା: ଡବ୍ଲୁଏଚଓ

ଜେନେଭା,୯ ।୧: ସାରା ବିଶ୍ୱରେ ଜଙ୍ଗଲରେ ନିଆଁ ବ୍ୟାପିଲା ଭଳି ବ୍ୟାପିଛି କରୋନା ସଂକ୍ରମଣ । ସାମାନ୍ୟ ଅବହେଳା ଏହାକୁ ଭୟଙ୍କର ରୂପ ଦେଇପାରେ ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ) । ଏଥିରେ ଯଦି ବ୍ରେକ୍ ନ ଲାଗେ ତେବେ ଅସମୟରେ ଅନେକ ନର୍ଦ୍ଦୋଷ ଲୋକ ଜୀବନ ହରାଇବେ । ଯେଉଁଠାରେ ସ୍ୱାସ୍ଥ୍ୟ ସେବା ଭଲ ନୁହେଁ ସେଠାରେ ଲୋକେ ହସ୍ପିଟାଲରେ ଭର୍ତ୍ତି ହୋଇ ମଧ୍ୟ ଚିକିତ୍ସା ଅଭାବରୁ ସେମାନଙ୍କ ମୃତ୍ୟୁ ହେବ । ଡବ୍ଲୁଏଚଓ ଦକ୍ଷିଣ-ପୂର୍ବ ଏସିଆର କ୍ଷେତ୍ର ନିର୍ଦ୍ଦେଶକ ଡା. ପୁନମ କ୍ଷେତ୍ରପାଳ କହିଛନ୍ତି ଏବେ ସାରା ବିଶ୍ୱରେ କରୋନା ସଂକ୍ରମଣକୁ ରୋକିବାକୁ ପ୍ରୟାସ ଜାରି ରହିଛି । ହେଲେ ଏହା ସମ୍ପୂର୍ଣ୍ଣ ଭାବେ ନୁହେଁ । ଏଥିରେ ସେମାନେ ବି ସଂକ୍ରମିତ ହେବେ ଯେଉଁମାନେ କରୋନା ନିୟମ ପାଳନ କରୁଛନ୍ତି । ତେଣୁ କରୋନା ସଂକ୍ରମଣଠାରୁ ସାରା ବିଶ୍ୱକୁ ରକ୍ଷା କରିବାକୁ ସମସ୍ତେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଆଦି ପାଳନ କରିବା ଜରୁରୀ ବୋଲି ସେ କହିଛନ୍ତି ।

Share