Posted inଖେଳ

ଭାରତ ବିପକ୍ଷରେ ହାରିଗଲେ ବି ଏଥର ପାକିସ୍ତାନରେ ଭାଙ୍ଗିବ ନାହିଁ ଟିଭି…କାରଣ କହି ଅପମାନିତ କଲେ…

ନୂଆଦିଲ୍ଲୀ,୨୩।୨: ଭାରତ-ପାକିସ୍ତାନ ମ୍ୟାଚ୍‌କୁ କ୍ରିକେଟ ପ୍ରଶଂସକ ଅପେକ୍ଷା କରି ରହିଥାନ୍ତି। କାରଣ ଉଭୟ ଟିମ୍‌କୁ ଚିର ପ୍ରତିଦ୍ୱନ୍ଦ୍ୱୀ କୁହାଯାଉଥିବା ବେଳେ ଏହି ମ୍ୟାଚ୍‌ର କ୍ରେଜ୍‌ ଅଧିକ ଥାଏ। ଏମିତିରେ କୌଣସି ଟିମ୍‌ ପରାଜିତ ହେଲେ ରାଗରେ ପ୍ରଶଂସକମାନେ ଟିଭି ଭାଙ୍ଗି ଦେଇଥାନ୍ତି। କିନ୍ତୁ ଏଥର ଯଦି ଭାରତଠାରୁ ପାକିସ୍ତାନ ହାରିଯାଏ ତେବେ ପାକିସ୍ତାନରେ ଟିଭି ସେଟ୍‌ ଭାଙ୍ଗିବା ଘଟଣା ଦେଖାଯାଇ ନପାରେ। ଏହା ପଛର କାରଣ ଜଣେ ପୂର୍ବତନ ପାକିସ୍ତାନୀ କ୍ରିକେଟର କହିଛନ୍ତି।

ଏପର୍ଯ୍ୟନ୍ତ ଭାରତ ଠାରୁ ମ୍ୟାଚ୍‌ ହାରିବା ପରେ ପାକିସ୍ତାନରେ ଟିଭି ଭାଙ୍ଗିଯିବା ଖବର ସାଧାରଣ ଥିଲା। ୯୦ ଦଶକରେ ଏପରି ଘଟଣା ଅଧିକ ଘଟୁଥିଲା, ଯାହା ସମୟ ପରିବର୍ତ୍ତନ ସହିତ ସାମାନ୍ୟ ହ୍ରାସ ପାଇଛି। କିନ୍ତୁ ପୂର୍ବତନ ଭେଟେରାନ ପାକିସ୍ତାନୀ କ୍ରିକେଟର ବାସିଲ ଅଲି କହିଛନ୍ତି ଯେ ଏଥର ଭାରତଠାରୁ ହାରିବା ପରେ ପାକିସ୍ତାନରେ ଟିଭି ଭାଙ୍ଗିଯିବାର କୌଣସି ଘଟଣା ଘଟିବ ନାହିଁ।

୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ଦୁବାଇରେ ଅନୁଷ୍ଠିତ ହେବାକୁ ଯାଉଛି। ଦୁବାଇରେ ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ଏକଦିବସୀୟ ମ୍ୟାଚ୍‌ରେ ଭାରତର ୧୦୦ ପ୍ରତିଶତ ବିଜୟ ରେକର୍ଡ ରହିଛି। ଏହି ରେକର୍ଡ ମଧ୍ୟରେ ବାସିଲ ଅଲି କହିଛନ୍ତି ଯେ ଯଦି ପାକିସ୍ତାନ ଭାରତଠାରୁ ଏକପାଖିଆ ଭାବେ ପରାଜୟର ସମ୍ମୁଖୀନ ହୁଏ, ତେବେ ଏଥର ପାକିସ୍ତାନରେ ଟିଭି ଭାଙ୍ଗିବ ନାହିଁ। ଏହା ନ ହେବାର କାରଣସ୍ବରୂପ ସେ ପାକିସ୍ତାନର ଦୁର୍ଦ୍ଦଶା ଏବଂ ସେଠାକାର ବର୍ତ୍ତମାନର ପରିସ୍ଥିତିକୁ ଦର୍ଶାଇଛନ୍ତି। ବାସିତ କହିଛନ୍ତି ଯେ ପାକିସ୍ତାନର ଅର୍ଥନୈତିକ ବ୍ୟବସ୍ଥା ଏତେ ଖରାପ ଅବସ୍ଥାରେ ଅଛି ଯେ ଏଥର ଲୋକମାନେ ଟିଭି ଭାଙ୍ଗିବେ ନାହିଁ।

କହିରଖୁଛୁ, ବାସିତ ଅଲି ୧୯୯୩ ମସିହାରେ ପାକିସ୍ତାନ ପାଇଁ ଡେବ୍ୟୁ କରିଥିଲେ। ସେ ୧୯ଟି ଟେଷ୍ଟ ଏବଂ ୫୦ଟି ଦିନିକିଆ ଖେଳି ୨ଟି ଶତକ ସହିତ ୨୦୦୦ରୁ ଅଧିକ ଆନ୍ତର୍ଜାତୀୟ ରନ କରିଛନ୍ତି। ବାସିତ ଅଲି ତାଙ୍କ ବୟାନ ପାଇଁ ଖବରରେ ରହିଥାନ୍ତି। ତାଙ୍କର ଏକ YouTube ଚ୍ୟାନେଲ ମଧ୍ୟ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଜୋର୍‌ଦାର: ଦାରିଙ୍ଗବାଡ଼ିରେ ଭୂମି ପୂଜନ ସହ ଶୁଭଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି,୨୦ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦୁର୍ଗାମଣ୍ଡପଠାରେ ରବିବାର ଚଳିତ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ଏହି ଅବସରରେ ଭୂମି ପୂଜନ, ନାଗ ପୂଜନ, ବରୁଣ…

ଚାରି ଦିଗରୁ ବର୍ଷିବ ଟଙ୍କା! ବୃହସ୍ପତିଙ୍କ ନକ୍ଷତ୍ର ପରିବର୍ତ୍ତନ, ୬ଟି ରାଶି ଉପରେ ହେବ ଧନବର୍ଷା, ଖୋଲିବ ନୂଆ ସୁଯୋଗର…

୨୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୩ ମିନିଟ୍‌ରେ ଦେବଗୁରୁ ବୃହସ୍ପତି(ଗୁରୁ) କର୍କଟ ରାଶିରେ ଥାଇ ଅଶ୍ଳେଷା ନକ୍ଷତ୍ରର ତୃତୀୟ ପଦକୁ ଗୋଚର କରିଛନ୍ତି। ସେ ଅକ୍ଟୋବର…

କ୍ୟାଟ୍ରିନାଙ୍କ ସମର୍ଥନରେ ସଲମାନ, ବିକିଙ୍କ ନିରବତାକୁ ନେଇ ପ୍ରଶ୍ନ; ଭାଇଜାନ୍‌ଙ୍କଠାରୁ ଶିଖ…

ମୁମ୍ବାଇ,୨୦ା୯: ଗଣେଶ ଚତୁର୍ଥୀ ଅବସରରେ ସ୍ୱାମୀ ବିକି କୌଶଲଙ୍କ ସହ ନଜର ଆସିଥିଲେ ଅଭିନେତ୍ରୀ କ୍ୟାଟ୍ରିନା କୈଫ । ଏହା ପରେ ସୋସିଆଲ ମିଡିଆର କିଛି ପେଜ୍‌…

ଗଣେଶ ମେଢ଼ ଭସାଣିବେଳେ ନିଆଁରେ ପୋଡ଼ି ୩ ଶିଶୁ ଆହତ: ପରିବାରକୁ ଭେଟି ପ୍ରଶାସନର ସହାୟତା

ପୁରୁଷୋତ୍ତମପୁର,୨୦ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଗଣେଶ ମୂର୍ତ୍ତି ଭସାଣିବେଳେ ଜେନେରେଟରରୁ ନିଆଁ ଲାଗି ପୋଡ଼ି ଆହତ ହୋଇଥିଲେ ୩ ଶିଶୁ। ଉକ୍ତ ପରିବାରକୁ ଜିଲାପାଳଙ୍କ ନିର୍ଦ୍ଦେଶ…

ପାକିସ୍ତାନରେ ହଲଚଲ! ଆନ୍ଦୋଳନ ପୂର୍ବରୁ ପୋଲିସ୍‌ର ବଡ଼ କାର୍ଯ୍ୟାନୁଷ୍ଠାନ, ଗିରଫ ହେଲେ….

ଇସଲାମାବାଦ,୨୦ା୯: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଓ ପାକିସ୍ତାନ ତେହରିକ୍‌-ଏ-ଇନ୍‌ସାଫ୍‌ (PTI) ମୁଖ୍ୟ ଇମ୍ରାନ ଖାନ୍‌ଙ୍କ ଭଉଣୀ ଅଲିମା ଖାନ୍‌ଙ୍କୁ ଲାହୋର ପୋଲିସ୍‌ ଗିରଫ କରିଛି । ରବିବାର…

ଭାଜପାକୁ ନେଇ ଅଖିଳେଶ ଯାଦବଙ୍କ ବଡ଼ ଦାବି, ପ୍ରତି ବିଧାନସଭାରେ କମିବ…

ଲକ୍ଷ୍ନୌ,୨୦ା୯: ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ସମାଜବାଦୀ ପାର୍ଟି (ସପା) ନିଜର ସଂଗଠନକୁ ମଜବୁତ କରିବା ଆରମ୍ଭ କରିଛି । ଦଳର ପ୍ରଦେଶ କାର୍ଯ୍ୟକାରିଣୀ ବୈଠକ…

ଦୁଇଦିନ ଧରି ଅନୁଷ୍ଠିତ ହେବ ଘୁମୁସର ଗବେଷଣା ପ୍ରତିଷ୍ଠାନର ବାର୍ଷିକ ସମ୍ମିଳନୀ, ଯୋଗ ଦେବେ…

ଭଞ୍ଜନଗର,୨୦ା୯(ବାବୁଲା ପ୍ରଧାନ): ଘୁମୁସର ଗବେଷଣା ପ୍ରତିଷ୍ଠାନର କାର୍ଯ୍ୟକାରିଣୀ ବୈଠକ ରବିବାର ଭଞ୍ଜନଗରସ୍ଥିତ ପ୍ରତିଷ୍ଠାନ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆଗାମୀ ଦୁଇଦିନିଆ ବାର୍ଷିକ ସମ୍ମିଳନୀ ସମେତ…

ଗର୍ଭବତୀ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ସ୍ବାମୀ, ଦିଅର କହିଲେ…

ବଲାଙ୍ଗୀର,୨୦ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ କର୍ଲାପିଟା ଗାଁରେ ରବିବାର ବୀଭତ୍ସ ହତ୍ୟାକାଣ୍ଡ ଘଟିଯାଇଛି। ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ୪ ମାସର ଗର୍ଭବତୀ ସ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?