ଲାଇଭ୍‌ ଶୋ’ରେ ଡିଗ୍ରୀ ପେପର ଫାଡିଲେ ପ୍ରଫେସର

କାବୁଲ,୨୮।୧୨: ତାଲିବାନ ସରକାର ମହିଳାମାନଙ୍କୁ କଲେଜରେ ପଢିବାକୁ ବାରଣ କରିବା ପରେ ଆଫଗାନିସ୍ତାନର ଶିକ୍ଷକ ସଂଘ ମଧ୍ୟରେ ବ୍ୟାପକ ଅସନ୍ତୋଷ ରହିଛି। ଆଫଗାନିସ୍ତାନରେ ଏକ ଲାଇଭ ଟିଭି ଶୋ’ରେ ଏହାର ଝଲକ ମଧ୍ୟ ଦେଖିବାକୁ ମିଳିଥିଲା। କାବୁଲ ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସର ଏକ ଟିଭି ଶୋ’ରେ ଏହି ବିଷୟରେ ଆଲୋଚନା କରୁଥିବାବେଳେ ସେ ଏତେ ରାଗିଗଲେ ଯେ, ସେ ନିଜ ଡିଗ୍ରୀ ପେପର ଫାଡି ଦେଇଥିଲେ। ପ୍ରଫେସର କହିଛନ୍ତି ଯେ, ଆଜିଠାରୁ ମୋର ଏହି ଡିପ୍ଲୋମା ଏବଂ ଡିଗ୍ରୀ ଦରକାର ନାହିଁ କାରଣ ଏହି ଦେଶରେ ଶିକ୍ଷା ପାଇଁ ସ୍ଥାନ ନାହିଁ। ଯଦି ମୋର ମା’ ଏବଂ ଭଉଣୀମାନେ ପଢି ପାରିବେ ନାହିଁ, ତେବେ ଆମକୁ ଏହି ଡିଗ୍ରୀ ଆବଶ୍ୟକ ନାହିଁ।
ଲାଇଭ ଶୋ’ରେ ଆଫଗାନିସ୍ତାନ ପ୍ରଫେସର ଡିଗ୍ରୀ ଫାଡିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓକୁ ଶବନମ ନାସିମି ଟୁଇଟରରେ ଶେୟାର କରିଛନ୍ତି।
ଗତ ବର୍ଷ ଅଗଷ୍ଟରେ ଆମେରିକାର ସୈନ୍ୟ ପ୍ରତ୍ୟାହାର ପରେ ତାଲିବାନ ଆଫଗାନିସ୍ତାନକୁ ପୁନର୍ବାର ଦଖଲ କରିଛି। କ୍ଷମତା ଦଖଲ କରିବା ପରେ ତାଲିବାନ ନେତାମାନେ ଏକ ଉଦାରବାଦୀ ଶାସନ ପ୍ରତିଜ୍ଞା କରିଥିଲେ। ତେବେ ତାଲିବାନ ସରକାରଙ୍କ କାର୍ଯ୍ୟରେ ଉଦାରତା ଦୃଶ୍ୟମାନ ହେଉନାହିଁ। ଶିକ୍ଷା ସହିତ ମହିଳାଙ୍କ ଉପରେ ସେମାନେ ଅନେକ ପ୍ରତିବନ୍ଧକ ଲଗାଇଛନ୍ତି।

Share