Categories: ଜାତୀୟ

୨ରୁ ଅଧିକ ସନ୍ତାନ ଥିଲେ ସରକାରୀ ଚାକିରି-ନିର୍ବାଚନ ଲଢ଼ିବା ମନା …

ଲକ୍ଷ୍ନୌ,୧୦।୭: ଏଣିକି ଉତ୍ତରପ୍ରଦେଶରେ ୨ ରୁ ଅଧିକ ସନ୍ତାନ ଥିବା ଲୋକଙ୍କୁ ସରକାରୀ ଚାକିରିରେ ନିଯୁକ୍ତି ମିଳିବ ନାହିଁ। ସେହିପରି ସମ୍ପୃକ୍ତ ବ୍ୟକ୍ତିଙ୍କୁ ପଦୋନ୍ନତି ଦିଆଯିବ ନାହିଁ। ଏଭଳି ବ୍ୟକ୍ତି ନିର୍ବାଚନ ମଧ୍ୟ ଲଢ଼ିପାରିବେ ନାହିଁ। ଏସମ୍ପର୍କିତ ଚିଠା ପ୍ରସ୍ତାବ ଏବେ ପ୍ରସ୍ତୁତ ହୋଇସାରିଛି। ଏହାକୁ ସରକାରୀ ଓ୍ବେବସାଇଟ୍‌ରେ ଅପ୍‌ଲୋଡ୍‌ କରାଯାଇ ରାଜ୍ୟବାସୀଙ୍କ ଏନେଇ ମତାମତ ଜୁଲାଇ ୧୯ ପର୍ଯ୍ୟନ୍ତ ଲୋଡ଼ାଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ଜୁଲାଇ ୧୧ରେ ନୂଆ ଜନସଂଖ୍ୟା ନୀତି ୨୦୨୧ ଜାରି କରିବାକୁ ଯାଉଛନ୍ତି। ଚିଠା ପ୍ରସ୍ତାବ ପ୍ରସ୍ତୁତ କରିଥିବା ରାଜ୍ୟ ବିଧି ଆୟୋଗ ପକ୍ଷରୁ କୁହାଯାଇଛି ଯେ, ଏନେଇ ସରକାରଙ୍କ ପକ୍ଷରୁ କୌଣସି ନିର୍ଦ୍ଦେଶ ଜାରି ହୋଇନାହିଁ। ଅୟୋଗ ନିଜ ପ୍ରୟାସ ଏବଂ ପ୍ରେରଣାରେ ଏହା ପ୍ରସ୍ତୁତ କରିଛି। ଏହି ଆଇନ ରାଜ୍ୟରେ ଲାଗୁହେଲେ ସମସ୍ତ ସରକାର କର୍ମଚାରୀ, ଜନପ୍ରତିନିଧିଙ୍କୁ ୨ ସନ୍ତାନ ବ୍ୟବସ୍ଥାର ଉଲ୍ଲଂଘନ ନ କରିବାକୁ ଶପଥ ପତ୍ର ଉପସ୍ଥାପନ କରିବାକୁ ପଡ଼ିବ। ଜନ୍ମ ନିୟନ୍ତ୍ରଣ ଅସ୍ତ୍ରପୋଚାର କରିଥିବା ସରକାର କର୍ମଚାରୀଙ୍କୁ ଇନକ୍ରିମେଣ୍ଟ୍‌ ସହିତ ପଦୋନ୍ନତି ମଧ୍ୟ ମିଳିବ ବୋଲି ଚିଠା ପ୍ରସ୍ତାବରେ ଉଲ୍ଲେଖ କରାଯାଇଛି।

Share