‘ଏଥର ମୋଦି ଜିତିଲେ ଆଉ ନିର୍ବାଚନ ହେବ ନାହିଁ’

ଭୁବନେଶ୍ୱର,୨୯।୧(ଅନିଲଦାସ): ଏଥର ଯଦି ମୋଦି ଜିତିବେ, ଆଉ ନିର୍ବାଚନ ହେବ ନାହିଁ। ଦେଶରେ ଏକଛତ୍ର ବାଦ ଚଳାଇବେ । ଏହା ଶେଷ ନିର୍ବାଚନ। ଆପଣମାନଙ୍କ ପାଇଁ ଶେଷ ସୁଯୋଗ ପୁଣି ଥରେ ଆସିଛି । ଆପଣମାନେ ଗୁଲାମ ରହିବେ କି ନାହିଁ, ତାହା ଆପଣଙ୍କ ପସନ୍ଦ। ଯଦି ଏଥର ଆପଣମାନେ ନ ବୁଝିବେ ତେବେ ଆଗାମୀ ଦିନରେ ଆଉ ନିର୍ବାଚନ ହେବ ନାହିଁ। ଅଖିଳ ଭାରତ କଂଗ୍ରେସ କମିଟି (ପିସିସି) ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ମତଦାତାଙ୍କୁ ଏଭଳି ସତର୍କ କରାଯାଇଛନ୍ତି ।
ଶନିବାର ଭୁବନେଶ୍ୱର ଲୋୟର ପିଏମଜି ଠାରେ ପ୍ରଦେଶ କଂଗ୍ରେସ କମିଟି (ପିସିସି) ପକ୍ଷରୁ ଆୟୋଜିତ ‘ଓଡିଶା ବଞ୍ଚାଅ’ ସମାବେଶରେ ଯୋଗ ଦେଇ ଖାର୍ଗେ କହିଛନ୍ତି ଯେ ରାହୁଲ ଗାନ୍ଧି ଦେଶକୁ ଏକତା ସୂତ୍ରରୁ ବାନ୍ଧୁଛନ୍ତି। ଭାଜପା ଲୋକଙ୍କ ଭିତରେ ବିଭେଦ ଓ ଘୃଣାଭାବ ସୃଷ୍ଟି କରୁଛି। ସିବିଆଇ, ଇଡି ଲଗାଇ ହୁକୁମାତି କରୁଛି । ସିବିଆଇ, ଇଡି ଡରରେ କିଏ ପାର୍ଟି ଛାଡୁଛି ତ ପୁଣି କିଏ ମେଣ୍ଟ ଛାଡ଼ି ପଳାଉଛି । ଏତେ ଭୟାଳୁ ଲୋକ ରହିଲେ କଣ ଏ ଦେଶ ବଞ୍ଚିବ। ଏ ସମ୍ବିଧାନ, ଗଣତନ୍ତ୍ର କଣ ବଞ୍ଚିବ। ଆସନ୍ତା ନିର୍ବାଚନ ହେଉଛି ଶେଷ ସୁଯୋଗ। ଏହା ପରେ ଆଉ ନିର୍ବାଚନ ହେବ ନାହିଁ। ପୁଟିନଙ୍କ ଭଳି ଦେଶରେ ଭାଜପା ମନଇଛା ନିର୍ବାଚନ କରିବ। ଦେଶକୁ ବଞ୍ଚାଇବାକୁ ହେଲେ, ବାରମ୍ବାର ନିର୍ବାଚନ କରିବାକୁ ହେଲେ ଆପଣମାନଙ୍କ ଉପରେ ନିର୍ଭର କରୁଛି। ଆପଣମାନେ ଚାହିଁଲେ ଗଣତନ୍ତ୍ର ବଞ୍ଚିବ। ଗୁଲାମ ହୋଇ ରହିବେ କି ନାହିଁ ତାହା ଆପଣଙ୍କ ଇଛା ଉପରେ ନିର୍ଭର କରେ। ନିଜର ହକ ପାଇଁ ଲଢେଇ କରିବାକୁ ହେବ ବୋଲି କଂଗ୍ରେସ କର୍ମୀଙ୍କୁ ଖାର୍ଗେ ଆହ୍ବାନ ଦେଇଛନ୍ତି। କହିଛନ୍ତି ।