Categories: ଜାତୀୟ

‘ସ୍ବାଧୀନତା ସମୟରେ ମୋଦି ପ୍ରଧାନମନ୍ତ୍ରୀ ଥିଲେ, କରତାରପୁର କରିଡର୍‌ ଭାରତରେ ଥାନ୍ତା’

ଚଣ୍ଡିଗଡ,୧୭।୨:ପଞ୍ଜାବ ବିଧାନସଭା ନିର୍ବାଚନ ସମୟରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ଫିରୋଜପୁରରେ ଏକ ନିର୍ବାଚନ ରାଲିରେ ଶାହା କହିଛନ୍ତି, ଯଦି ଭାରତର ସ୍ବାଧୀନତା ସମୟରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଥାନ୍ତେ, ତେବେ କରତାରପୁର କରିଡର ଏବଂ ନାନକାନା ସାହେବ ପାକିସ୍ତାନ ବଦଳରେ ଭାରତର ଅଂଶ ହୋଇଥାନ୍ତା। କରତାରପୁର କରିଡର ଶିଖମାନଙ୍କ ପାଇଁ ଧାର୍ମିକ ଭାବନାର ବିଷୟ। ମୋଦି କରତାରପୁର ସାହେବ କରିଡର ଖୋଲିବାକୁ ଶିଖଙ୍କ ଦୀର୍ଘ ଦିନର ଦାବି ପୂରଣ କରିଛନ୍ତି।
ସୂଚନାଯୋଗ୍ୟ,ନିକଟରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ମୋଦି କହିଥିଲେ, ବିଭାଜନ ସମୟରେ କରତାରପୁର କରିଡର ଭାରତରେ ରଖିବାରେ କଂଗ୍ରେସ ବିଫଳ ହୋଇଛି। ୧୯୬୫ ଏବଂ ୧୯୭୧ରେ ପାକିସ୍ତାନ ସହିତ ହୋଇଥିବା ଯୁଦ୍ଧ ସମୟରେ କରତାରପୁରକୁ ଭାରତରେ ଅନ୍ତର୍ଭୁକ୍ତ କରିବାର ସୁଯୋଗ ମଧ୍ୟ ହାତଛଡ଼ା ହୋଇଥିଲା ବୋଲି ସେ କହିଥିଲେ।

 

Share