ଯୁଦ୍ଧ କଲେ ଭାରତର ପରାଜୟ ନିଶ୍ଚିତ

ନୂଆଦିଲ୍ଲୀ,୧୨।୧୦: ଭାରତ ସହ ବଢ଼ୁଥିବା ତିକ୍ତତାକୁ ଦେଖି ଚାଇନାକୁ ସଶସ୍ତ୍ର ସଂଘର୍ଷ ପାଇଁ ପ୍ରସ୍ତୁତ ଆରମ୍ଭ କରିବା ଉଚିତ। ନୂଆଦିଲ୍ଲୀକୁ ଗୋଟିଏ କଥା ବୁଝିବାକୁ ପଡ଼ିବ, ତା’ ଇଚ୍ଛାରେ ସୀମା ନିର୍ଦ୍ଧାରଣ କରାଯିବ ନାହିଁ। ଯଦି ଭାରତ ଯୁଦ୍ଧ କରେ, ଏହାକୁ ନିଶ୍ଚିତ ପରାଜୟ ମିଳିବ। କୌଣସି ରାଜନୈତିକ ରଣନୀତି ଓ ଚାପକୁ ଗୁରୁତ୍ୱ ଦେବ ନି ଚାଇନା। ଏ ନେଇ ଚାଇନାର ସରକାରୀ ଗଣମାଧ୍ୟମ ଗ୍ଲୋବାଲ ଟାଇମ ପକ୍ଷରୁ କୁହାଯାଇଛି।

“ଭାରତ ସହ ଚାଲିଥିବା ସୀମା ବିବାଦରେ ଆମେ ଆମ ନୀତିରୁ ହଟିବୁ ନାହିଁ। ଭାରତ କ’ଣ କରୁଛି କରୁ, ଚାଇନର ଭୂଖଣ୍ଡ ଚାଇନାର। ଆମେ ତାହା ଛାଡ଼ିବୁ ନାହିଁ। ସୀମା ବିବାଦରେ ଭାରତ କେବଳ ଶୋଇକି ସ୍ବପ୍ନ ଦେଖୁଛି। ଭାରତ ଉଠିବାର ଆମେ ଅପେକ୍ଷା କରିପାରିବୁ। ଦୀର୍ଘ ସମୟ ଧରି ସଂଘର୍ଷ କରିବା ପାଇଁ ଉଭୟ ଦେଶ ପାଖରେ ଯଥେଷ୍ଟ ଦକ୍ଷତା ଅଛି। କିନ୍ତୁ ଏହାର ପରିଣାମ ଦୁଃଖଦାୟକ ହେବ। ଯଦି ଭାରତ ତାହା ଚାହୁଁଛି, ଚାଇନା ଶେଷ ପର୍ଯ୍ୟନ୍ତ ତା’ର କମ୍ପାନୀ ହଟାଇବ ନାହିଁ” ବୋଲି ଗ୍ଲୋବାଲ ଟାଇମ୍ସ ପକ୍ଷରୁ କୁହାଯାଇଛି।

 

Share