Categories: ଖେଳ

‘ସେହ୍ବାଗ ମୋ’ଠାରୁ ବହୁତ ମାଡ଼ ଖାଇବେ’: ଜାଣନ୍ତୁ କାହିଁକି ଏମିତି କହିଲେ…

ନୂଆଦିଲ୍ଲୀ,୨୦।୩: କ୍ରିକେଟ ପ୍ରଶଂସକଙ୍କ ମଧ୍ୟରେ ଭାରତ-ପାକିସ୍ତାନ ମଧ୍ୟରେ ମ୍ୟାଚ୍‌କୁ ନେଇ କ୍ରେଜ୍‌ ରହିଆସିଛି। ଦୁଇ ଦେଶ ମଧ୍ୟରେ ଚାଲିଥିବା ବିବାଦକୁ ନେଇ ଖେଳାଳିଙ୍କ ମଧ୍ୟରେ କଥା କଟାକଟି ଦେଖିବାକୁ ମିଳେ। ଏହି କ୍ରମରେ ପାକିସ୍ତାନର ଦ୍ରୁତ ବୋଲର ଶୋଏବ ଅଖତରଙ୍କ ଏକ ବୟାନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ପଡ଼ିଆ ଭିତରେ ପ୍ରତିନ୍ଦ୍ୱନ୍ଦୀ ହେଲେ ବାହାରେ ଭଲ ବନ୍ଧୁ ଥିବା ଅଖତର ଏବଂ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ବିରେନ୍ଦ୍ର ସେହ୍ବାଗ ଏବେ ମୁହାଁମୁହିଁ ହୋଇଛନ୍ତି। ନିକଟରେ ଅଖତର ନିଜର ଟୁଇଟର ଆକାଉଣ୍ଟରେ ଶୁଟ୍‌ବୁଟ୍‌ ପିନ୍ଧି ଏକ ଫଟୋ ଶେୟାର କରିଥିଲେ।ଏଥିରେ ସେହ୍ବାଗ ପ୍ରତିକ୍ରିୟା ରଖି କହିଥିଲେ, ‘ଅର୍ଡର ଲେଖ। ଗୋଟିଏ ବଟର୍‌ ଚିକେନ୍‌, ଦୁଇଟି ନାନ୍‌ ଏବଂ ଗୋଟିଏ ବିୟର।’
ସେହ୍ବାଗଙ୍କ ଏଭଳି କମେଣ୍ଟକୁ ନେଇ ଏକ ୟୁଟ୍ୟୁବ୍‌ ଚ୍ୟାନେଲରେ ଅଖତରଙ୍କୁ ପ୍ରଶ୍ନ କରାଯାଇଥିଲା। ପ୍ରଶ୍ନ ଶୁଣି ଅଖତର ଅସିବା ସହ କ’ଣ କହିବେ ପ୍ରଥମେ ଜାଣିପାରି ନ ଥିଲେ। ପରେ ସେ କହିଥିଲେ, କେବେ ସେହ୍ବାଗ ଯଦି ଭେଟ ହେଲେ ମୋ’ ଠାରୁ ବହୁତ ମାଡ଼ ଖାଇବେ।’ ଏହି କଥା ସେ ମଜାଳିଆ ଭାବେ କହିଥିଲେ। ଯାହାକି ଏବେ ଭାଇରାଲ ହେଉଛି।

Share