Posted inଖେଳ

ହାର୍ଦ୍ଦିକ ଗୁଜରାଟ ଟାଇଟନ୍ସର ଅଧିନାୟକ ନ ହେଲେ ଏହି ୩ ଖେଳାଳିଙ୍କ ପାଖରେ ରହିଛି ସୁଯୋଗ

ନୂଆଦିଲ୍ଲୀ,୨୫।୧୧: ହାର୍ଦ୍ଦିକ ପାଣ୍ଡ୍ୟା ଗୁଜୁରାଟ ଟାଇଟନ୍ସ ଛାଡିବାକୁ ଯାଉଛନ୍ତି। ଆଇପିଏଲରେ ଗୁଜୁରାଟ ଟାଇଟନ୍ସ ଦଳ ୨୦୨୨ରେ ଆରମ୍ଭ ହୋଇଥିଲା ଏବଂ ଏହି ଦଳ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ କରି ସମଗ୍ର ବିଶ୍ୱକୁ ଆଶ୍ଚର୍ଯ୍ୟ କରିଥିଲା, କାରଣ ସେପର୍ଯ୍ୟନ୍ତ କେହି ଭାବି ନଥିଲେ ଯେ ସେ ଜଣେ ଭଲ ଅଧିନାୟକ ହୋଇପାରିବେ। ଗୁଜୁରାଟର ଏହି ପଦକ୍ଷେପ ଏତେ ସଫଳ ହୋଇଥିଲା ଯେ ହାର୍ଦ୍ଦିକ ପ୍ରଥମ ପ୍ରୟାସରେ ଗୁଜୁରାଟକୁ ଆଇପିଏଲ ଚାମ୍ପିଅନ କରିଥିଲେ।
ଏହା ପରେ, କିଛି କ୍ରିକେଟ ପ୍ରଶଂସକ ଭାବିଥିଲେ ଯେ ବୋଧହୁଏ ହାର୍ଦ୍ଦିକ ତୁକ୍କେରେ ଭଲ ଅଧିନାୟକତ୍ୱ କରିଛନ୍ତି ଏବଂସୌଭାଗ୍ୟବଶତଃ ତାଙ୍କ ପାଇଁ ସବୁକିଛି ଭଲରେ ଚାଲିଛି, ଯେଉଁଥିପାଇଁ ସେ ଚାମ୍ପିଅନ ହୋଇଥିଲେ। ହାର୍ଦ୍ଦିକ ମଧ୍ୟ ତାଙ୍କ ଦଳକୁ ଆଇପିଏଲ ୨୦୨୩ରେ ଫାଇନାଲକୁ ନେଇ ଲୋକଙ୍କ ଏହି ସନ୍ଦେହର ଦୂର କରିଥିଲେ। ତେବେ ଆଇପିଏଲ ୨୦୨୩ର ଫାଇନାଲ ମ୍ୟାଚ ଏକ ରୋମାଞ୍ଚକର ମ୍ୟାଚରେ ଧୋନିଙ୍କ ଦଳ ଚେନ୍ନାଇ ସୁପର କିଙ୍ଗ୍ସ ଗୁଜୁରାଟ ଟାଇଟନ୍ସକୁ ପରାସ୍ତ କରି ଟାଇଟଲ ଜିତିଛି।
ବର୍ତ୍ତମାନ ଯଦି ଲଗାତାର ପ୍ରଥମ ଦୁଇ ସିଜନରେ ଗୁଜୁରାଟ ଟାଇଟନ୍ସକୁ ଏପରି ଉଚ୍ଚତାକୁ ନେଇଥିବା ଏକମାତ୍ର ତଥା ସଫଳ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଗୁଜୁରାଟ ଛାଡିଛନ୍ତି, ତେବେ କିଏ ଏହି ଦଳର ଅଧିନାୟକ ହେବେ ତାକୁ ନେଇ ଚର୍ଚ୍ଚା ଚାଲିଛି। ଏବେୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଉତ୍ତର ଜାଣିବା। ଭାରତର ଅନେକ କ୍ରିକେଟ ପ୍ରଶଂସକ ସ୍ପଷ୍ଟ ଭାବରେ କହିଛନ୍ତି ଯେ ହାର୍ଦ୍ଦିକଙ୍କ ପରେ ଶୁବମନ ଗିଲ ପ୍ରଥମ ବିକଳ୍ପ ହେବା ଉଚିତ, ଯିଏ ଗୁଜୁରାଟ ଟାଇଟନ୍ସର ଅଧିନାୟକତ୍ୱ ପାଇପାରିବେ। ଗୁଜୁରାଟରେ ବର୍ତ୍ତମାନ ଶୁବମାନ ଗିଲଙ୍କ ବ୍ୟତୀତ ଅଧିନାୟକତ୍ୱ ପାଇଁ ଅନ୍ୟ କୌଣସି ଭାରତୀୟ ବିକଳ୍ପ ନାହିଁ, କିନ୍ତୁ ଗିଲଙ୍କର କୌଣସି ଅଧିନାୟକତ୍ୱ ଅଭିଜ୍ଞତା ନାହିଁ। ଅବଶ୍ୟ, ଗୁଜୁରାଟରେ ସେମାନଙ୍କ ପାଇଁ ବିଦେଶୀ କ୍ୟାପଟେନଙ୍କ ଅନେକ ଭଲ ବିକଳ୍ପ ଅଛି, ଯାହାଙ୍କୁ ସେମାନେ ହାର୍ଦ୍ଦିକଙ୍କ ପରେ ଅଧିନାୟକତ୍ୱ ହସ୍ତାନ୍ତର କରିପାରିବେ।
ଏହି ରେସରେ ବିଦେଶୀ ଖେଳାଳି ଭାବେ ରହିଛନ୍ତି , କେନ ଓ୍ବିଲିୟମସନ ଯେକି ନ୍ୟୁଜିଲାଣ୍ଡର କ୍ୟାପଟେନ। ଗୁଜରାଟ ଟାଇଟନ୍ସ ଟିମ ପାଇଁ ରାଶିଦ ଖାନ ମଧ୍ୟ ଆଗଧାଡିରେ ରହିବେ। ସେହିପରି ସାଉଥ ଆଫ୍ରିକାର ଖେଳାଳି ଡେଭିଡ ମିଲର ବି ଏହି ରେସରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri