Posted inଖେଳ

ହାର୍ଦ୍ଦିକ ଗୁଜରାଟ ଟାଇଟନ୍ସର ଅଧିନାୟକ ନ ହେଲେ ଏହି ୩ ଖେଳାଳିଙ୍କ ପାଖରେ ରହିଛି ସୁଯୋଗ

ନୂଆଦିଲ୍ଲୀ,୨୫।୧୧: ହାର୍ଦ୍ଦିକ ପାଣ୍ଡ୍ୟା ଗୁଜୁରାଟ ଟାଇଟନ୍ସ ଛାଡିବାକୁ ଯାଉଛନ୍ତି। ଆଇପିଏଲରେ ଗୁଜୁରାଟ ଟାଇଟନ୍ସ ଦଳ ୨୦୨୨ରେ ଆରମ୍ଭ ହୋଇଥିଲା ଏବଂ ଏହି ଦଳ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ କରି ସମଗ୍ର ବିଶ୍ୱକୁ ଆଶ୍ଚର୍ଯ୍ୟ କରିଥିଲା, କାରଣ ସେପର୍ଯ୍ୟନ୍ତ କେହି ଭାବି ନଥିଲେ ଯେ ସେ ଜଣେ ଭଲ ଅଧିନାୟକ ହୋଇପାରିବେ। ଗୁଜୁରାଟର ଏହି ପଦକ୍ଷେପ ଏତେ ସଫଳ ହୋଇଥିଲା ଯେ ହାର୍ଦ୍ଦିକ ପ୍ରଥମ ପ୍ରୟାସରେ ଗୁଜୁରାଟକୁ ଆଇପିଏଲ ଚାମ୍ପିଅନ କରିଥିଲେ।
ଏହା ପରେ, କିଛି କ୍ରିକେଟ ପ୍ରଶଂସକ ଭାବିଥିଲେ ଯେ ବୋଧହୁଏ ହାର୍ଦ୍ଦିକ ତୁକ୍କେରେ ଭଲ ଅଧିନାୟକତ୍ୱ କରିଛନ୍ତି ଏବଂସୌଭାଗ୍ୟବଶତଃ ତାଙ୍କ ପାଇଁ ସବୁକିଛି ଭଲରେ ଚାଲିଛି, ଯେଉଁଥିପାଇଁ ସେ ଚାମ୍ପିଅନ ହୋଇଥିଲେ। ହାର୍ଦ୍ଦିକ ମଧ୍ୟ ତାଙ୍କ ଦଳକୁ ଆଇପିଏଲ ୨୦୨୩ରେ ଫାଇନାଲକୁ ନେଇ ଲୋକଙ୍କ ଏହି ସନ୍ଦେହର ଦୂର କରିଥିଲେ। ତେବେ ଆଇପିଏଲ ୨୦୨୩ର ଫାଇନାଲ ମ୍ୟାଚ ଏକ ରୋମାଞ୍ଚକର ମ୍ୟାଚରେ ଧୋନିଙ୍କ ଦଳ ଚେନ୍ନାଇ ସୁପର କିଙ୍ଗ୍ସ ଗୁଜୁରାଟ ଟାଇଟନ୍ସକୁ ପରାସ୍ତ କରି ଟାଇଟଲ ଜିତିଛି।
ବର୍ତ୍ତମାନ ଯଦି ଲଗାତାର ପ୍ରଥମ ଦୁଇ ସିଜନରେ ଗୁଜୁରାଟ ଟାଇଟନ୍ସକୁ ଏପରି ଉଚ୍ଚତାକୁ ନେଇଥିବା ଏକମାତ୍ର ତଥା ସଫଳ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଗୁଜୁରାଟ ଛାଡିଛନ୍ତି, ତେବେ କିଏ ଏହି ଦଳର ଅଧିନାୟକ ହେବେ ତାକୁ ନେଇ ଚର୍ଚ୍ଚା ଚାଲିଛି। ଏବେୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଉତ୍ତର ଜାଣିବା। ଭାରତର ଅନେକ କ୍ରିକେଟ ପ୍ରଶଂସକ ସ୍ପଷ୍ଟ ଭାବରେ କହିଛନ୍ତି ଯେ ହାର୍ଦ୍ଦିକଙ୍କ ପରେ ଶୁବମନ ଗିଲ ପ୍ରଥମ ବିକଳ୍ପ ହେବା ଉଚିତ, ଯିଏ ଗୁଜୁରାଟ ଟାଇଟନ୍ସର ଅଧିନାୟକତ୍ୱ ପାଇପାରିବେ। ଗୁଜୁରାଟରେ ବର୍ତ୍ତମାନ ଶୁବମାନ ଗିଲଙ୍କ ବ୍ୟତୀତ ଅଧିନାୟକତ୍ୱ ପାଇଁ ଅନ୍ୟ କୌଣସି ଭାରତୀୟ ବିକଳ୍ପ ନାହିଁ, କିନ୍ତୁ ଗିଲଙ୍କର କୌଣସି ଅଧିନାୟକତ୍ୱ ଅଭିଜ୍ଞତା ନାହିଁ। ଅବଶ୍ୟ, ଗୁଜୁରାଟରେ ସେମାନଙ୍କ ପାଇଁ ବିଦେଶୀ କ୍ୟାପଟେନଙ୍କ ଅନେକ ଭଲ ବିକଳ୍ପ ଅଛି, ଯାହାଙ୍କୁ ସେମାନେ ହାର୍ଦ୍ଦିକଙ୍କ ପରେ ଅଧିନାୟକତ୍ୱ ହସ୍ତାନ୍ତର କରିପାରିବେ।
ଏହି ରେସରେ ବିଦେଶୀ ଖେଳାଳି ଭାବେ ରହିଛନ୍ତି , କେନ ଓ୍ବିଲିୟମସନ ଯେକି ନ୍ୟୁଜିଲାଣ୍ଡର କ୍ୟାପଟେନ। ଗୁଜରାଟ ଟାଇଟନ୍ସ ଟିମ ପାଇଁ ରାଶିଦ ଖାନ ମଧ୍ୟ ଆଗଧାଡିରେ ରହିବେ। ସେହିପରି ସାଉଥ ଆଫ୍ରିକାର ଖେଳାଳି ଡେଭିଡ ମିଲର ବି ଏହି ରେସରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri