Categories: ଜାତୀୟ

ଭାଜପା ତୃତୀୟଥର କ୍ଷମତାକୁ ଆସିଲେ ବିପଦରେ ପଡ଼ିଯିବ ଦେଶ: କେରଳ ମୁଖ୍ୟମନ୍ତ୍ରୀ

ଥିରୁଭାନନ୍ତପୁରମ୍‌,୮।୧୦: ଭାଜପା ତୃତୀୟ ଥର କ୍ଷମତାକୁ ଆସିଲେ ଦେଶ ବିପଦରେ ପଡିଯିବ ବୋଲି କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଚେତାବନୀ ଦେଇଛନ୍ତି। ଉତ୍ତର କେରଳର ଏକ ଜିଲାର ଏକ କାର୍ଯ୍ୟକ୍ରମରେ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର ଏବଂ ଆରଏସଏସକୁ ଟାର୍ଗେଟ୍‌ କରିଛନ୍ତି ବିଜୟନ। ସେମାନେ ଦେଶର ବିବିଧତା ନଷ୍ଟ କରି ଧର୍ମକୁ ନେଇ ଏକ ଦେଶ ଗଠନ କରିବାକୁ ଚେଷ୍ଟା କରୁଥିବା ବିଜୟନ୍‌ ଅଭିଯୋଗ କରିଛନ୍ତି।
ଗାଈ ଆଧାରରେ ଦେଶରେ ସାମ୍ପ୍ରଦାୟିକ ସଂଘର୍ଷ ଘଟୁଛି। ଏକ ଗୋଷ୍ଠୀ ନାଗରିକଙ୍କୁ ଦେଶର ଶତ୍ରୁ ଭାବରେ ଚିତ୍ରଣ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେ ଯୁକ୍ତି ବାଢିଛନ୍ତି ଯେ, ଜାତି କିମ୍ବା ଧର୍ମ ନିର୍ବିଶେଷରେ ସମସ୍ତେ ଆଇନର ସମାନ ସୁରକ୍ଷା ପାଇବାକୁ ହକଦାର, କିନ୍ତୁ ଦେଶରେ ଏହା ବଦଳାଯାଉଛି। ଏସବୁ ସଂଖ୍ୟାଲଘୁ ସମ୍ପ୍ରଦାୟ ମଧ୍ୟରେ ଭୟ ସୃଷ୍ଟି କରିଛି। ଯଦି ଭାଜପା ତୃତୀୟ ଥର କ୍ଷମତାକୁ ଆସେ ତେବେ ଦେଶକୁ ଏପରି ବିପଦର ସମ୍ମୁଖୀନ ହେବାକୁ ପଡ଼ିବ, ଯାହାକୁ ଦୂର କରାଯାଇପାରିବ ନାହିଁ ଏବଂ ଏହା ପରେ ଦୁଃଖ ପ୍ରକାଶ କରିବାର କୌଣସି ଅର୍ଥ ରହିବ ନାହିଁ।

Share