Posted inଫୁରସତ

ଭାଇରସ୍‌ ନଷ୍ଟ ହେଲେ ମାତ୍ର ଦେଢ଼ ଦିନରେ ଧ୍ୱଂସ ପାଇଯିବ ପୃଥିବୀ!

ଭାଇରସ୍‌ ବା ଭୂତାଣୁ ଜୀବଜଗତ ପାଇଁ ଯେତିକି ହାନିକାରକ ସେତିକି ଲାଭଦାୟକ ମଧ୍ୟ। ଭାଇରସ ବିନା ପୃଥିବୀରେ ଜୀବନ ଧାରଣ ଅସମ୍ଭବ। ଯଦି ଅଚାନକ ପୃଥିବୀରୁ ସମସ୍ତ ଭାଇରସ୍‌ ନଷ୍ଟ ହୋଇଯିବ ତେବେ ପୃଥିବୀରୁ ସମସ୍ତ ଜୀବ ମରିବା ପାଇଁ ମାତ୍ର ଦେଢ଼ ଦିନ ଲାଗିବ। ବିଶ୍ୱରେ ଏବେ କରୋନା ଭାଇରସ୍‌ କାୟା ବିସ୍ତାର କରିଚାଲିଛି। ସମଗ୍ର ବିଶ୍ୱରେ ବର୍ତ୍ତମାନ ସୁଦ୍ଧା ୧.୫କୋଟିରୁ ଅଧିକ ଲୋକ ଏହି ଭାରଇସ୍‌ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ସାଢ଼େ ୫ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଯାଇସାରିଲାଣି। ୬୦ ଲକ୍ଷରୁ ଅଧିକ ଲୋକ ଏହି ରୋଗରୁ ଭଲ ହୋଇଛନ୍ତି। ପ୍ରତ୍ୟେକ ଦେଶ ଏହି ଭାଇରସ୍‌ରୁ କେମିତି ମୁକୁଳିବେ ଚିନ୍ତା କରୁଛନ୍ତି। ଦିନରାତି ଏକ କରି ଏହାର ଟିକା ବାହାର କରିବାରେ ଲାଗିପଡ଼ିଛନ୍ତି। ବର୍ତ୍ତମାନ ସୁଦ୍ଧା କୌଣସି ସଫଳତା ମିଳିନାହିଁ।

ଭାଇରସ୍‌ ସମଗ୍ର ପୃଥିବୀରୁ ନଷ୍ଟ ହୋଇଯିବାକୁ ସମସ୍ତେ ଚାହୁଁଛନ୍ତି। ମାତ୍ର ପୃଥିବୀରୁ ଯଦି ସମସ୍ତ ଭାଇରସ୍‌ ନଷ୍ଟ ହୋଇଯିବ ତେବେ ସାରା ପୃଥିବୀ ଧ୍ୱଂସ ହେବାକୁ କମ୍‌ ସମୟ ଲାଗିବ।
ଆମେରିକା ୟୁନିଭର୍‌ସିଟି ଅଫ୍‌ ଉଇସୋକନ୍‌ସିନ୍‌ ମାଡିସନ୍‌ର ମହାମାରୀ ବିଶେଷଜ୍ଞ ଟୋନି ଗୋଲ୍ଡବର୍ଗଙ୍କ ମତରେ, ବିନା ଭାଇରସ୍‌ରେ ମଣିଷ ବଞ୍ଚିବା ସମ୍ଭବ ନୁହେଁ। ପୃଥିବୀରେ ବଞ୍ଚିବାକୁ ହେଲେ ଭାଇରସ୍‌ ରହିବା ଦରକାର। ଗୋଲ୍ଡବର୍ଗଙ୍କ କହିବା ଅନୁଯାୟୀ, ଯଦି ହଠାତ୍‌ ପୃଥିବୀରୁ ଭାଇରସ୍‌ ନଷ୍ଟ ହୋଇଯିବେ ତେବେ ସମସ୍ତ ଜୀବଙ୍କୁ ମରିବା ପାଇଁ ଏକରୁ ଦେଢ଼ଦିନ ଲାଗିବ। ତେଣୁ ସମସ୍ତ ଭାଇରସ୍‌ ନ ମରିବା ଦରକାର।


ଟୋନି କୁହନ୍ତି, ପୃଥିବୀରେ ବିଭିନ୍ନ ପ୍ରକାର ଭାଇରସ୍‌ ବା ଭୂତାଣୁ ଅଛନ୍ତି। ଯାହାକୁ ଗଣି ହେବ ନାହିଁ। ଏଥିମଧ୍ୟରୁ ଅଧିକାଂଶ ଭୂତାଣୁ ମଣିଷ ଶରୀରରେ ରୋଗ ସୃଷ୍ଟି କରନ୍ତି ନାହିଁ। ହଜାରେ ଭାଇରସ୍‌ ଏମିତି ଅଛନ୍ତି, ଯାହା ପୃଥିବୀର ଇକୋସିଷ୍ଟମ ଚଳାଇବାରେ ମୁଖ୍ୟ ଭୂମିକା ନିର୍ବାହ କରିଥାଏ।


ମେକ୍ସିକୋର ନ୍ୟାଶନାଲ ଅଟୋନମସ୍‌ ୟୁନିଭରସିଟିର ଭାଇରସ୍‌ ବିଶେଷଜ୍ଞ ସୁସାନା ଲୋପେଜ ଶୈରେଟନ୍‌ଙ୍କ କହିବା ଅସୁସାରେ, ପୃଥିବୀରେ ଭାଇରସ୍‌ ବା ଭୂତାଣୁ ଏବଂ ଅନ୍ୟ ଜୀବ ସମ୍ପୂର୍ଣ୍ଣ ଭାବେ ସନ୍ତୁଳିତ ବାତାବରଣରେ ରହିଥାନ୍ତି। ତେଣୁ ବିନା ଭାଇରସ୍‌ରେ ଆମେ ବଞ୍ଚିପାରିବା ନାହିଁ। ପୃଥିବୀ ପୃଷ୍ଠରେ ଜୀବନ ଧାରଣ କରିବାକୁ ହେଲେ ଭାଇରସ୍‌ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଆମେ କେବଳ ଯେଉଁ ଭାଇରସ୍‌ ଦ୍ୱାରା ରୋଗ ସୃଷ୍ଟି ହେଉଛି ତା’ରି ସମ୍ପର୍କରେ ଅନୁସନ୍ଧାନ ବା ପରୀକ୍ଷା ନିରୀକ୍ଷା କରୁଛେ। କିନ୍ତୁ କେତେକ ଭାଇରସ୍‌ ଉପକାରୀ ଅଛନ୍ତି। ଯାହା ଦ୍ୱାରା ଜୀବଜଗତ ବଞ୍ଚିଛି। ଏହା ଉପରେ ମଧ୍ୟ ଅଧ୍ୟୟନ ହେବା ଜରୁରୀ‌।


Enter your email to get our daily news in your inbox.

All Right Reserved By Dharitri.Com

ଟେଷ୍ଟ କ୍ରିକେଟ୍‌ରେ ଏମିତି ବିଶ୍ୱରେକର୍ଡ: ପୂର୍ବରୁ କେବେ ହୋଇ ନ ଥିଲା…

ମାଉଣ୍ଟ ମାଉଙ୍ଗାନୁଇ,୨୦।୧୨: ମାଉଣ୍ଟ ମାଉଙ୍ଗାନୁଇରେ ଖେଳାଯାଉଥିବା ନ୍ୟୁଜିଲାଣ୍ଡ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ତୃତୀୟ ଟେଷ୍ଟ ଏକ ରୋମାଞ୍ଚକର ଘଟଣା ପାଲଟିଛି। ଆୟୋଜକ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନରେ...

ବଡ଼ ଦିନକୁ ଶାନ୍ତିଶୃଙ୍ଖଳା ସହ ପାଳନ କରିବା ପାଇଁ ପୋଲିସ ତରଫରୁ ବ୍ୟାପକ ପଦକ୍ଷେପ, ଗାଁ ଗାଁରେ ହେଲା…

ଜି.ଉଦୟଗିରି,୨୦।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲାର ସମସ୍ତ ଚର୍ଚ୍ଚଗୁଡ଼ିକରେ ପ୍ରାକ ବଡ଼ଦିନ ଉତ୍ସବ ପାଳନ ଚାଲିଥିବା ବେଳେ ବଡ଼ଦିନ ପାଇଁ ଅଞ୍ଚଳବାସୀ ଚର୍ଚ୍ଚ ଗୃହ...

ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟଙ୍କ ଘରେ ଚଢ଼ାଉ, ଏକକାଳୀନ ୫ଟି ସ୍ଥାନରେ ରେଡ୍

ଜଗତସିଂହପୁର: ସକାଳୁ ସକାଳୁ ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଜଗତସିଂହପୁର ଫରେଷ୍ଟ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଆୟ ବହିର୍ଭୂତ ସଂପତ୍ତି...

କାର୍‌ରେ ଗଞ୍ଜେଇ ଚାଲାଣ କରୁଥିଲେ ଦମ୍ପତି, ମାଡିବସିଲା ପୋଲିସ, ତା’ପରେ…

ମୋହନା,୨୦।୧୨( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ଥାନା ନଳାଘାଟ ଗାଁ ନିକଟରେ କାର୍‌ ସହ ୨୬ କିଲୋ ଗଞ୍ଜେଇ ଜବତ ହୋଇଛି। ଗଞ୍ଜେଇ...

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ବଡ଼ ଧରଣର ଟ୍ରେନ ଦୁର୍ଘଟଣା: ରାଜଧାନୀ ଏକ୍ସପ୍ରେସ ଧକ୍କାରେ ୮ ହାତୀ ମୃତ, ୫ କୋଚ୍..

ନୂଆଦିଲ୍ଲୀ, ୨୦।୧୨:  ଆସାମରେ ବଡ଼ ଧରଣର ଟ୍ରେନ ଦୁର୍ଘଟଣା ହୋଇଛି । ଟ୍ରେନ୍ ନମ୍ବର ୨୦୫୦୭ DN ସାଇରଙ୍ଗ-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ହାତୀ ପଲକୁ ଧକ୍କା...

ଦାରିଙ୍ଗବାଡିରେ ଅସମ୍ଭାଳ ଜାଡ଼, ୨ ଦିନିଆ ଛୁଟି କାଟିବାକୁ ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡି,୨୦।୧୨(ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡି୍‌ରେ ପୁଣି ଶନିବାର ଶୀତର ପ୍ରକୋପ ବୃଦ୍ଧି ପାଇଛି। ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri