Categories: ଜାତୀୟ

ଟିଫିନ ବାକ୍ସରୁ ମିଳିଲା ଆଇଇଡି…

ଶ୍ରୀନଗର,୩।୯ : ରବିବାର ଜମ୍ମୁ-କଶ୍ମୀରର ରାଜୌରୀ ଜିଲାରେ ଏକ ଟିଫିନ ବାକ୍ସ ଭିତରେ ରଖାଯାଇଥିବା ଏକ ସନ୍ଦିଗ୍ଧ ବିସ୍ଫୋରକ ଉପକରଣ (ଆଇଇଡି) ମିଳିଛି।

ଟିଫିନ ବାକ୍ସ ଭିତରେ ଲଗାଯାଇଥିବା ସନ୍ଦିଗ୍ଧ ଆଇଏଡି ରବିବାର ସକାଳେ ଜିଲାର ଚିଙ୍ଗିସ ଅଞ୍ଚଳର ସାଙ୍ଗପୁର ଗାଁର ଏକ ଖେଳ ପଡିଆ ନିକଟରେ ପଡ଼ିଥିବାର ପୋଲିସ କହିଛି।

ପୋଲିସ କହିଛି ଏକ ବୋମା ନିଷ୍କ୍ରିୟକାରୀ ସ୍କ୍ବାଡ ଡକାଯାଇ ଏହି ଅଞ୍ଚଳକୁ କର୍ଡନ କରାଯାଇଛି। ତଦନ୍ତ ଜାରି ରହିଛି। ଏହା କିପରି ଏଠାକୁ ଆସିଲା ତାହାର ଅନୁସନ୍ଧାନ କରାଯାଉଛି।

Share