IED ବିସ୍ଫୋରଣ, ୩ ଯବାନ ଶହୀଦ

ରାୟପୁର,୨।୫: କିଛି ଦିନର ନିରବତା ପରେ ମାଓବାଦୀମାନେ ପୁଣି ଛତିଶଗଡ଼ କାଙ୍କେର ଜିଲା ଛୋଟେବେଟିୟା ଜଙ୍ଗଲରେ ହିଂସାକାଣ୍ଡ ଭିଆଇଛନ୍ତିି। ମାଓବାଦୀମାନେ ଯବାନଙ୍କୁ ଟର୍ଗେଟ୍‌ କରି IED ବିସ୍ଫୋରଣ କରିଛନ୍ତି। ଫଳରେ ୩ଜଣ DRG ଯବାନ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ସାଥୀ ଯବାନ ଉଦ୍ଧାର କରି ରାୟପୁର ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ୩ଜଣ ଯବାନ ଶହୀଦ ହୋଇଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ମୁତାବକ, ଛୋଟେବେଟିୟା ଜଙ୍ଗଲରେ ମାଓବାଦୀଙ୍କ ଗତିବିଧି ରହିଥିବା ସୂଚନା ମିଳିଥିଲା। ଏନେଇ DRG ଯବାନ କୋମ୍ୱିଂ ଅପରେଶନ ଆରମ୍ଭ କରିଥିଲେ। ସେତିକିବେଳେ ମାଓବାଦୀମାନେ ବିଛାଇଥିବା IED ବିସ୍ଫୋରଣ ହୋଇଥିଲା। ଫଳରେ ୩ଜଣ DRG ଯବାନ ଗୁରୁତର ହୋଇଥିଲେ। ସେମାନଙ୍କୁ ରାୟପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେମାନଙ୍କ ମୃତ୍ୟୁ ଘଟିଛି।IED ବିସ୍ଫୋରଣ ପରେ ସମ୍ପୃକ୍ତ ଅଞ୍ଚଳରେ କୋମ୍ୱିଂ ଅପରେଶନକୁ ଜୋରଦାର କରାଯାଇଛି।

Share