Categories: ଜାତୀୟ

ମାଓବାଦୀଙ୍କ ଦ୍ୱାରା ଆଇଇଡି ବ୍ଲାଷ୍ଟ: ଯବାନ ଆହତ

ରାଜନନ୍ଦଗାଁଓ,୧୮।୪: ଛତିଶଗଡ଼ର ରାଜନନ୍ଦଗାଁଓ ନିକଟରେ ମାଓବାଦୀଙ୍କ ଦ୍ୱାରା ଗୁରୁବାର କରାଯାଇଥିବା ଆଇଇଡି ବିସ୍ଫୋରଣରେ ଆଇଟିବିପିର ଜଣେ ଯବାନ ଆହତ ହୋଇଥିବା ସୂଚନା ମିଳିଛି। କନଷ୍ଟେବଳ ମାନ ସିଂ ନାମକ ଏହି ଯବାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଥିବା ଜଣାପଡିଛି। ସୂଚନାଯୋଗ୍ୟ, ଆଟିବିପିର ରୋଡ ଓପନିଂ ପାର୍ଟି ସମୟରେ ସକାଳ ପ୍ରାୟ ୧୧ଟାରେ ମାଓବାଦୀଙ୍କ ଦ୍ୱାରା ଏହି ବିସ୍ଫୋରଣ କରାଯାଇଥିଲା। ଗୋଟିଏ ପଟେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନକୁ ନେଇ ଦେଶର ପରିବେଶ ସରଗରମ ଥିବା ବେଳେ ଅନ୍ୟପଟେ ଏହି ମାଓ ହମ୍‌ଲା ସାଧାରଣ ଜନତାଙ୍କୁ ଏକ ପ୍ରକାର ଡରାଇ ଦେଇଛି।

Share