Categories: ଜାତୀୟ

ରାଜୌରିରେ ପୁଣି ବିସ୍ଫୋରଣ: ଜଣେ ଶିଶୁ ମୃତ, ୪ ଆହତ

ଶ୍ରୀନଗର,୨।୧: ଜମ୍ମୁ ଡିଭିଜନର ରାଜୋରୀ ଜିଲାର ଡାଙ୍ଗ୍ରି ଅଞ୍ଚଳରେ ଆଇଇଡି ବିସ୍ଫୋରଣ ହୋଇଛି। ଏଥିରେ ଜଣେ ଶିଶୁଙ୍କର ମୃତ୍ୟୁ ଘଟିବା ସହ ୪ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନା ନିଆଯାଇଛି। ୨୪ ଘଣ୍ଟା ମଧ୍ୟରେ ଡାଙ୍ଗ୍ରି ଅଞ୍ଚଳରେ ଏହା ହେଉଛି ଦ୍ୱିତୀୟ ପ୍ରମୁଖ ଘଟଣା। ଏହାପୂର୍ବରୁ ରବିବାର ଆତଙ୍କବାଦୀମାନେ ତିନୋଟି ଭିନ୍ନ ଘରକୁ ରବିବାର ଟାର୍ଗେଟ କରିଥିଲେ। ଏଥିରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ପରଠାରୁ ସେନା କର୍ମଚାରୀମାନେ ସମଗ୍ର ଅଞ୍ଚଳରେ ସର୍ଚ୍ଚ ଅପରେଶନରେ ନିୟୋଜିତ ଅଛନ୍ତି।
ଜମ୍ମୁ କଶ୍ମୀରର ଲେଫ୍ଟନାଣ୍ଟ ଗଭର୍ନର ମନୋଜ ସିହ୍ନା ରାଜୌରିରେ ହୋଇଥିବା ଏହି ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିଛନ୍ତି। ଏହି ଆକ୍ରମଣରେ ମୃତ୍ୟୁ ହୋଇଥିବା ପ୍ରତ୍ୟେକ ସାଧାରଣ ନାଗରିକଙ୍କ ନିକଟ ସମ୍ପର୍କୀୟଙ୍କୁ ୧୦ ଲକ୍ଷ ଟଙ୍କା ଏବଂ ସରକାରୀ ଚାକିରି ଦିଆଯିବ। ଗୁରୁତର ଆହତମାନଙ୍କୁ ୧ ଲକ୍ଷ ଦିଆଯିବ।

Share