Posted inଜାତୀୟ

ପ୍ରତିଷ୍ଠା ହେଲା ୧୯୧୩ରେ ଚୋରି ହୋଇଥିବା ମୂର୍ତ୍ତି

ବାରଣାସୀ,୧୫।୧୧: ୧୦୮ ବର୍ଷ ପରେ କାନାଡାରୁ ଫେରିଥିବା ଅନ୍ନପୂର୍ଣ୍ଣା ଦେବୀଙ୍କ ମୂର୍ତ୍ତିକୁ ବାରଣାସୀର କାଶି ବିଶ୍ୱନାଥ ମନ୍ଦିରରେ ସୋମବାର ପ୍ରତିଷ୍ଠା କରାଯାଇଛି। ଏଥିଲାଗି ଆୟୋଜିତ ଉତ୍ସବରେ ଯୋଗ ଦେଇଥିଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଦେବୀଙ୍କ ମୂର୍ତ୍ତୀକୁ ଏକ ରୂପା ପାଲଙ୍କିରେ ମନ୍ଦିରକୁ ନିଆଯାଇଥିଲା। ଏହାକୁ କାନ୍ଧେଇ ଥିଲେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ।

୧୦୮ ବର୍ଷ ତଳେ ଏହି ମୂର୍ତ୍ତିକୁ ୟୁପିରୁ ଚୋରି କରି କାନାଡା ନିଆଯାଇଥିଲା। ୧୮ଶ ଶତାବ୍ଦିର ମୂର୍ତ୍ତୀ ମ୍ୟାକେଞ୍ଜି ଆର୍ଟ ଗ୍ୟାଲେରିର ୟୁନିଭର୍ସିଟି ଅଫ୍‌ ରେଗିନାର କଲେକଶନରେ ରହିଥିଲା। ୨୦୧୯ରେ ଓ୍ବିନିପେଗର ପ୍ରତିଷ୍ଠିତ ଆର୍ଟିଷ୍ଟ ଦିବ୍ୟା ମେହେରାଙ୍କୁ ମ୍ୟାକେଞ୍ଜି ଆର୍ଟ ଗ୍ୟାଲେରିରେ ଏକ ପ୍ରଦର୍ଶନୀ ପାଇଁ ଡକାଯାଇଥିଲା। ସେଠାରେ ତାଙ୍କ ନଜରକୁ ଆସିଥିଲା ଅନ୍ନପୂର୍ଣ୍ଣା ଦେବୀଙ୍କ ମୂର୍ତ୍ତି, ଯାହାକୁ ୧୯୧୩ରେ ବାରଣାସୀରୁ ଚୋରି କରି ଅଣାଯାଇଥିଲା। ମୂର୍ତ୍ତିକୁ ଚିହ୍ନଟ କରିବା ପାଇଁ ପିବିଡି ଏସ୍‌ଏକ୍ସ ମ୍ୟୁଜିୟମକୁ ଭାରତ ଓ ସାଉଥ୍‌ ଏସିଆନ୍‌ ଆର୍ଟ କ୍ୟୁରେଟର ସିଦ୍ଧାର୍ଥ ଭି ଶାହଙ୍କୁ ଡକା ଯାଇଥିଲା। ମୂର୍ତ୍ତିଟି ଅନ୍ନପୂର୍ଣ୍ଣା ଦେବୀଙ୍କର ବୋଲି ସେ ସ୍ପଷ୍ଟ କରିଥିଲେ।

ପରେ ମୂର୍ତ୍ତିକୁ ଭାରତ ଫେରାଇ ନେବା ପାଇଁ ମ୍ୟାକେଞ୍ଜି ଆର୍ଟ ଗ୍ୟାଲେରିର କାର୍ଯ୍ୟକାରୀ ସିଇଓ ଜନ ହମ୍ପଟନଙ୍କୁ ନିବେଦନ କରିଥିଲେ ମେହରା। ଗ୍ୟାଲେରି ଏଥିରେ ରାଜି ହେବା ପରେ ଭାରତୀୟ ହାଇ କମିଶନ ଓ କାନାଡାର ସଂସ୍କୃତି ବିଭାଗ ଅଧିକାରୀ ମୂର୍ତ୍ତିକୁ ଭାରତ ଫେରାଇବା ବ୍ୟବସ୍ଥା କରିଥିଲେ। ଗତ ୧୧ ତାରିଖରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି କିଷନ ରେଡ୍ଡୀ ଉତ୍ତରପ୍ରଦେଶ ସରକାରଙ୍କୁ ମୂର୍ତ୍ତି ହସ୍ତାନ୍ତର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri