Categories: ଜାତୀୟ

ଅମିତ ଶାହାଙ୍କ ରାଲିରୁ ଫେରୁଥିବା ୩ ବସକୁ ଧକ୍କା ଦେଲା ଟ୍ରକ, ୮ ମୃତ ୫୦ ଆହତ

ଭୋପାଳ,୨୫ ।୨: ମଧ୍ୟ ପ୍ରଦେଶର ସିଦ୍ଧି ଜିଲାରେ ଶୁକ୍ରବାର ଏକ ବଡ ଦୁର୍ଘଟଣା ହୋଇଛି । ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ୩ଟି ବସକୁ ଧକ୍କା ଦେବା ଫଳରେ ଏଥିରେ ୮ ଜଣଙ୍କ ମୃତ୍ୟୁ ହୋଇଛି ଓ ୫୦ରୁ ଅଧିକ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୫-୨୦ ଜଣ ଗୁରୁତର ଥିବା ଜଣାପଡିଛି ।
ଏଏନଆଇର ରିପୋର୍ଟ ଅନୁଯାୟୀ, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ରାଲିରୁ ଫେରୁଥିବା ବସକୁ ଟ୍ରକଟି ଧକ୍କା ଦେଇଥିଲା । ତେବେ ଦୁର୍ଘଟଣା ସମୟରେ ବସଗୁଡିକ ଯାତ୍ରୀଙ୍କୁ ଧରି ରାସ୍ତା କଡରେ ଛିଡା ହୋଇଥିଲା । ଟ୍ରକର ଟାୟାର ଫାଟିଯିବାରୁ ଏହା ନିୟନ୍ତ୍ରଣ ହରାଇ ୩ଟି ବସରେ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାକୁ ନେଇ ଅମିତ ଶାହା ଓ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଦୁଃଖ ପ୍ରକାଶ କରିଛନ୍ତି ।

Share