ହିଜବୁଲ୍ଲ ଅସ୍ତିତ୍ୱକୁ ନଷ୍ଟ କରିବା ପାଇଁ ଆଇଡିଏଫ ନେଇଛି ପଣ: ଲେବାନନର ଲଞ୍ଚିଂ ପ୍ୟାଡରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍‌

ଜେରୁଜେଲମ,୧୯।୧୦: ଇସ୍ରାଏଲ-ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଦୀର୍ଘ ୧୩ଦିନ ଧରି ଜାରି ରହିଛି। ବୁଧବାର ଲେବାନନ ପରିସରରେ ହିଜବୁଲ୍ଲ ଆତଙ୍କବାଦୀ ସଂଗଠନ ମିଲିଟାରି ଟାର୍ଗେଟ ଉପରେ ଇସ୍ରାଏଲ ସେନା ବିମାନ ଆକ୍ରମଣ କରିଥିଲା। ତେବେ ଏହି ଆକ୍ରମଣ ଜାରି ରହିଛି। ହିଜବୁଲ୍ଲ ଲେବାନନରୁ ୯ଟି ରକେଟ ମାଡ କରିଛି।

ଲେବାନନରୁ ରକେଟ ମାଡ ହୋଥିବା ଇସ୍ରାଏଲର ପ୍ରତିରକ୍ଷା ବାହିନୀ ଆଇଡିଏଫ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛି। ଗତ ୨୪ଘଣ୍ଟା ମଧ୍ୟରେ ଲେବାନନରୁ ଇସ୍ରାଏଲ ସୀମାରେ ୯ଟି ରକେଟ ମାଡ ହୋଇଛି। ସେଥିମଧ୍ୟରୁ ୪ଟି ପ୍ରତିରକ୍ଷା ବିଭାଗର ଦ୍ୱାରା ହସ୍ତଗତ ହୋଇଛି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ ବର୍ତ୍ତମାନ ଲେବାନନରେ ଲଞ୍ଚିଂ ପ୍ୟାଡରେ ଏୟାର ଷ୍ଟ୍ରାଇକ୍‌ କରୁଛି।

Share