ଅବହେଳିତ ଜୈନ କୀର୍ତ୍ତିରାଜି ଚିହ୍ନଟ

ଭୁବନେଶ୍ୱର,୯।୧୦(ବ୍ୟୁରୋ): ଓଡ଼ିଶାରେ ପ୍ରାଚୀନ କାଳରୁ ବିଭିନ୍ନ ସମ୍ପ୍ରଦାୟର ରାଜାଙ୍କ ଶାସନ ଚାଲିଆସୁଥିବା ବେଳେ ଅନେକ କୀର୍ତ୍ତିରାଜିର ଛାପ ଛାଡ଼ିଯାଇଛନ୍ତି। ସେହି କୀର୍ତ୍ତିରାଜିଗୁଡ଼ିକ ଏବେ ବି ଓଡ଼ିଶାର ବିଭିନ୍ନ ସ୍ଥାନରେ ଲୁକ୍କାୟିତ ଭାବେ ରହିଛି। ସେଥିମଧ୍ୟରୁ ଅନେକ କୀର୍ତ୍ତିରାଜି ଓ ପ୍ରତିମୂର୍ତ୍ତି ଭାଙ୍ଗିରୁଜି ଯାଇଥିବାବେଳେ କିଛି ଏବେ ବି ଅବହେଳିତ ଅବସ୍ଥାରେ ପଡିରହିଛି। ଏଭଳି କିଛି ଅବହେଳିତ ଅବସ୍ଥାରେ ଥିବା ପ୍ରାଚୀନ ଜୈନ କୀର୍ତ୍ତିରାଜିକୁ ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ଅନ୍ତର୍ଗତ ଅଡ଼ା ଗ୍ରାମରୁ ଚିହ୍ନଟ କରାଯାଇଛି। ଐତିହ୍ୟ ଗବେଷକ ଦୀପକ କୁମାର ନାୟକଙ୍କ ଦ୍ୱାରା ଚିହ୍ନଟ ଏହି କୀର୍ତ୍ତିରାଜିଗୁଡ଼ିକ ପ୍ରାୟ ଏକ ହଜାରରୁ ଊର୍ଦ୍ଧ୍ୱ ବର୍ଷ ପୁରାତନ ହେବ ବୋଲି କହିଛନ୍ତି। ସରକାରଙ୍କ ପକ୍ଷରୁ ସୁରକ୍ଷା ଓ ସଂରକ୍ଷଣ ଅଭାବରୁ ଏଭଳି ଐତିହ୍ୟ କୀର୍ତ୍ତିରାଜି ଧୀରେ ଧୀରେ ନଷ୍ଟ ତଥା ବିଲୁପ୍ତ ହେବାରେ ଲାଗିଛି।
ଐତିହ୍ୟ ଗବେଷକ ଦୀପକଙ୍କ କହିବା ଅନୁଯାୟୀ, ଅଡ଼ା ଏକ ପ୍ରାଚୀନ ଐତିହ୍ୟ ସମ୍ପନ୍ନ ଗ୍ରାମ। ଗ୍ରାମର ଶେଷ ମୁଣ୍ଡରେ ଉଆସ ନାମକ ଏକ ସ୍ଥାନ ରହିଛି। ହୁଏତ ପୂର୍ବରୁ ଏହି ସ୍ଥାନରେ ସ୍ଥାନୀୟ କେଉଁ ରାଜବଂଶ କିମ୍ବା ଜମିଦାରମାନଙ୍କ ବାସସ୍ଥଳୀ/ଉଆସ ଥିଲା। ଏହି ସ୍ଥାନରେ ଖୋଲାମେଲା ଆକାଶ ତଳେ ପଡି ରହିଛନ୍ତି ଅନେକ ପ୍ରାଚୀନ ଜୈନ ମୂର୍ତ୍ତି। ଗବେଷକ ନାୟକ ଏହି ପ୍ରତିମା ସବୁକୁ ପାର୍ଶନାଥ, ଚନ୍ଦ୍ରପ୍ରଭା, ଋଷଭନାଥ, ଶାନ୍ତିନାଥ, ଅମ୍ବିକା ତଥା ଚକ୍ରେଶ୍ୱରୀ ରୂପେ ଚିହ୍ନଟ କରିଛନ୍ତି। ଏ ସମସ୍ତ ଦେବଦେବୀ ଜୈନଧର୍ମ ସହ ସମ୍ପର୍କିତ। ଅଡ଼ାର ନିକଟବର୍ତ୍ତୀ ଅଞ୍ଚଳ ଯେପରିକି ଚରମ୍ପା, କୁପାରୀ ତଥା ପୋଡ଼ସିଙ୍ଗିଡ଼ି ଆଦି ସ୍ଥାନରେ ଅନେକ ଜୈନ ପ୍ରତ୍ନତାତ୍ତ୍ୱିକ ଅବଶେଷ ଦେଖିବାକୁ ମିଳେ। ଏଥିରୁ ସ୍ପଷ୍ଟ ଯେ, ଏହି ଅଞ୍ଚଳରେ ପ୍ରାଚୀନ ସମୟରେ ଜୈନଧର୍ମ ପ୍ରଭାବ ବିସ୍ତାର କରିଥିଲା। ଏସବୁ ମୂର୍ତ୍ତିର ଗଠନ ସମୟ ୮ମରୁ ୧୦ମ ଶତାବ୍ଦୀ ନିକଟବର୍ତ୍ତୀ କାଳରେ ହୋଇପାରେ ବୋଲି ଗବେଷକ ନାୟକ ମତବ୍ୟକ୍ତ କରିଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ଅଧିବାସୀ ତଥା ଯୁବ ଐତିହ୍ୟପ୍ରେମୀ ମନୋଜ ପଣ୍ଡା କୁହନ୍ତି, ଏହି ଅଞ୍ଚଳରେ ପୂର୍ବରୁ ଭଞ୍ଜରାୟ ମହାପାତ୍ର ବଂଶର ରାଜାମାନେ ଶାସନ କରୁଥିଲେ ବୋଲି ଜନମତ ରହିଛି। ତେଣୁ ସେ ସମୟରେ ଏହି ମୂର୍ତ୍ତିଗୁଡ଼ିକ ହୋଇପାରେ। ଦୀର୍ଘବର୍ଷ ରହିବା ସହ ଖରା ଓ ବର୍ଷା ପ୍ରକୋପରେ ଅନେକ ମୂର୍ତ୍ତି ଭାଙ୍ଗିରୁଜି ଗଲାଣି। ଏପରି ବିରଳ ମୂର୍ତ୍ତି ସବୁର ସୁରକ୍ଷା ପାଇଁ ପ୍ରଶାସନ ଯତ୍ନବାନ ହେବା ଉଚିତ। ଅଡା ଗ୍ରାମବାସୀ ଉକ୍ତ ସ୍ଥାନରେ ଏକ ସଂଗ୍ରହାଳୟ ନିର୍ମାଣ କରି ମୂର୍ତ୍ତିଗୁଡିକୁ ସୁରକ୍ଷିତ କରି ରଖିବାକୁ ଦାବି କରିଛନ୍ତି। ସ୍ଥାନଟିର ପ୍ରତ୍ନତାତ୍ତ୍ୱିକ ଖନନ କରାଗଲେ ଏହି ସ୍ଥାନର ଇତିହାସ ସମ୍ପର୍କରେ ଆହୁରି ଅନେକ ତଥ୍ୟର ସନ୍ଧାନ ମିଳିପାରିବ ବୋଲି ଗବେଷକ ଦୀପକ ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri