ଉଜୁଡ଼ିବ ହାତୀ କରିଡର ବେଲଡୁଙ୍ଗୁରି

ସମ୍ବଲପୁର,୧୩ା୧୨(ବ୍ୟୁରୋ): ସମ୍ବଲପୁର ବନଖଣ୍ଡ ପଡିଆବାହାଲ ରେଞ୍ଜ ଅଞ୍ଚଳରେ ଇଡ୍‌କୋ ପକ୍ଷରୁ ୫୦୦ ଏକର ଜମି ଅଧିଗ୍ରହଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଜମିରେ ଏକ କମ୍ପାନୀ ସୋଲାର ପ୍ରକଳ୍ପ କରିବାକୁ ଯୋଜନା କରିଥିବା ଜଣାପଡିଛି। ଏହା ଦ୍ୱାରା ହାତୀ କରିଡର୍‌ ଭାବେ ଜଣାଶୁଣା ପଡିଆବାହାଲ ରେଞ୍ଜର ବେଲଡୁଙ୍ଗୁରି, ନିଲଡୁଙ୍ଗୁରି ଓ କୁଟୁରାଜୁରୀ ଉଜୁଡିଯିବ। ହାତୀ ସୁରକ୍ଷା ନେଇ ବନ ବିଭାଗ ପକ୍ଷରୁ ଜଙ୍ଗଲ ବୃଦ୍ଧି ଯୋଜନା କରାଯାଇ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ହେଲେ ଶହ ଶହ ବର୍ଷରୁ ହାତୀ ଚଳପ୍ରଚଳ କରୁଥିବା ଜଙ୍ଗଲ ପଦା ହେବାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ନେଇ ବନ ବିଭାଗ ସ୍ବୀକୃତି ପ୍ରଦାନ କରି ଗଛ ଗଣତି ପ୍ରକ୍ରିୟା ଆରମ୍ଭ କରିଛି। ବନ ବିଭାଗ ଓ ପ୍ରଶାସନର ଏଭଳି ନିଷ୍ପତ୍ତିକୁ ସ୍ଥାନୀୟ ଲୋକେ ନିନ୍ଦା କରିବା ସହ ଆଗାମୀ ଦିନରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏ ପର୍ଯ୍ୟନ୍ତ ୨୫ ହଜାର ଗଛ ଚିହ୍ନଟ ହୋଇଥିବାବେଳେ ପ୍ରାୟ ୪୦ ହଜାରରୁ ଊର୍ଦ୍ଧ୍ୱ ଗଛ ଅଧିଗ୍ରହଣ ପାଇଁ ଚିହ୍ନଟ ହୋଇଥିବା ଜମିରେ ରହୁଥିବା ବନ ବିଭାଗର ଜଣେ ଅଧିକାରୀ କହିଛନ୍ତି।

ଉକ୍ତ ଜମିରେ ଶାଳ, ପିଆଶାଳ, ଗମ୍ଭାରି, ପଣସ, ଆମ୍ବ, ନିମ୍ବ, ଅଶନ, ଖଇର ଭଳି ମୂଲ୍ୟବାନ ଗଛ ରହିଛି। ଶହ ଶହ ବର୍ଷ ଧରି ଗଛଗୁଡିକ ଏବେ ବିଶାଳକାୟ ହୋଇଛି। ଏପରି କି ଅଧିକାଂଶ ଜମିରେ ବାଉଁଶ ଗଛ ରହିଛି, ଯାହାକି ହାତୀମାନଙ୍କ ପସନ୍ଦଯୋଗ୍ୟ ଖାଦ୍ୟ। ଏହାସହ ସେଠାରେ ଅନେକ ପୋଖରୀ ରହିଛି, ଯେଉଁଥିରେ ଖରା, ବର୍ଷା ସବୁ ସମୟରେ ପାଣି ଗଚ୍ଛିତ ହୋଇ ରହିଥାଏ। ତେଣୁ ହାତୀମାନେ ଏହି ସ୍ଥାନକୁ ତାଙ୍କର ଆଶ୍ରୟସ୍ଥଳ ଭାବେ ବାଛି ନେଇଛନ୍ତି। ହେଲେ ଏବେ ସରକାରୀ ସ୍ତରରେ ଉକ୍ତ ଜମି ଅଧିଗ୍ରହଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଇଡ୍‌କୋ ପକ୍ଷରୁ ୨୦୧୮ରୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ କିଛିଦିନ ହେବ ବନ ବିଭାଗ, ରାଜସ୍ବ ବିଭାଗ ପକ୍ଷରୁ ନିୟମିତ ସର୍ଭେ କରାଯାଉଛି। ଏହି ଘଟଣାକୁ ନେଇ ସ୍ଥାନୀୟ ପରିବେଶବିତ୍‌ ଓ ଅଞ୍ଚଳବାସୀ କ୍ଷୋଭ ପ୍ରକାଶ କରିଛନ୍ତି।

ରାଜସ୍ବ ବିଭାଗ ଅଧୀନରେ ଉକ୍ତ ଜମି ରହିଛି। ସ୍ଥାନୀୟ ଲୋକଙ୍କ ସୁରକ୍ଷାରେ ଘଞ୍ଚ ଜଙ୍ଗଲ ସୃଷ୍ଟି ହୋଇଛି। ଜଙ୍ଗଲ ସୁରକ୍ଷାରେ ହାତୀମାନଙ୍କର ମଧ୍ୟ ଭୂମିକା ରହିଛି। ପ୍ରାୟ ସମୟରେ ହାତୀ ରହୁଥିବାରୁ ସେଠାକୁ କାଠ ମାଫିଆ ଯିବାକୁ ଭୟ କରିଥାନ୍ତି। ବନ ବିଭାଗ ପକ୍ଷରୁ ବନୀକରଣ, କାମ୍ପା, ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ଭଳି ଯୋଜନାରେ କିଛିବର୍ଷ ହେଲା କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ହେଲେ ଏବେ ବନ ବିଭାଗ ପକ୍ଷରୁ କିଭଳି ଗଛ କାଟିବାକୁ ଅନୁମତି ଦିଆଯାଉଛି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି। ଏଠାରେ ଇଡ୍‌କୋ ଜମି ଅଧିଗ୍ରହଣ କଲା ପରେ ଏକ ଘରୋଇ କମ୍ପାନୀ ମେଗା ସୋଲାର ପ୍ରକଳ୍ପ କରିବ ବୋଲି କୁହାଯାଉଛି। ଘରୋଇ କମ୍ପାନୀ ପାଇଁ ସରକାରଙ୍କ ପକ୍ଷରୁ ହଜାର ସଂଖ୍ୟାରେ ଗଛ କାଟିବାକୁ ଅନୁମତି ଦେବା ଉଚିତ ନୁହେଁ ବୋଲି ମତପ୍ରକାଶ ପାଉଛି। ଏପରି କି ଗଛ କାଟିବା ପାଇଁ ଅଞ୍ଚଳରେ ବନ ସୁରକ୍ଷା ସମିତି ଓ ଗ୍ରାମସଭା ହୋଇ ନ ଥିବା କେତେକ ବ୍ୟକ୍ତି ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଯୁଯୁମୁରା ତହସିଲଦାର ସୁମନ ମିଞ୍ଜ କହନ୍ତି, ଏହି ପ୍ରକ୍ରିୟା ୨ବର୍ଷ ପୂର୍ବରୁ ହୋଇଥିଲା। ଏବେ ଜମି ଚିହ୍ନଟ ପ୍ରକ୍ରିୟା କରାଯାଉଛି। ଉକ୍ତ ସ୍ଥାନ ଜନବସତି ନୁହେଁ। ହେଲେ ହାତୀମାନେ ରହୁଥିବା ଜଣାପଡିଛି ବୋଲି କହିଥିଲେ। ସେହିପରି ପଡିଆବାହାଲ ରେଞ୍ଜ ଅଫିସର ପ୍ରଭାକର ବେହେରା କହିଛନ୍ତି, ବନ ବିଭାଗ ପକ୍ଷରୁ ଏବେ ଗଛ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରାଯାଉଛି। ପ୍ରାୟ ୨୫ ହଜାର ଗଛ ଚିହ୍ନଟ ହୋଇସାରିଥିବା ସେ କହିଛନ୍ତି।

-ଶୁଭାଶିଷ ପାଢ଼ୀ


Enter your email to get our daily news in your inbox.

All Right Reserved By Dharitri.Com

ପବିତ୍ର ଅକ୍ଷୟ ତୃତୀୟାରେ ପାଳନ ହେବ କବିସୂର୍ଯ୍ୟଙ୍କ ଶ୍ରାଦ୍ଧୋତ୍ସବ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ରବିବାର ମଧ୍ୟାହ୍ନରେ ଦିଗପହଣ୍ଡିସ୍ଥିତ କବିସୂର୍ଯ୍ୟ ସ୍ମୃତି ପରିଷଦ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

ଚଳନ୍ତା ଟ୍ରେନରେ ଚଢ଼ିବା ପ୍ରୟାସ ପଡ଼ିଲା ମହଙ୍ଗା, ସିସିଟିଭିରେ କଏଦ ହେଲା ମୃତ୍ୟୁର Live Video

ଭୋପାଳ,୧୨।୪: ମଧ୍ୟପ୍ରଦେଶର ରତଲାମ ରେଳ ଷ୍ଟେସନରେ ଚଳନ୍ତା ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରିବା ସମୟରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଟ୍ରେନରେ ଫସିବା ପରେ, ସେ…

ଇରାନ-ଆମେରିକା ଆଲୋଚନା ବିଫଳ, ଆସିଲା ନେତାନ୍ୟାହୁଙ୍କ ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କ’ଣ କହିଛନ୍ତି

ତେହରାନ,୧୨।୪: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ଇରାନ ବିରୁଦ୍ଧରେ ଆରମ୍ଭ ହୋଇଥିବା ଅଭିଯାନ ବହୁଳ ଭାବରେ ସଫଳ ହୋଇଛି। ସେ ଦାବି କରିଛନ୍ତି ଯେ…

ପାଳନ ହେବ ଐତିହାସିକ ଜମ୍ବୁ ଦ୍ୱୀପ ମହୋତ୍ସବ: ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିବ ଅଞ୍ଚଳ

ମହାକାଳପଡ଼ା, ୧୨ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ପୀଠରେ ଦୁଇ ଦିନ ପରେ ପଣା ସଂକ୍ରାନ୍ତି ଝାମୁଯାତ୍ରା ଅନୁଷ୍ଠିତ…

ବଦଳିଲା Xର ମନିଟାଇଜେସନ୍ ନିୟମ, ଅଯଥା ପୋଷ୍ଟ କଲେ…..

ନୂଆଦିଲ୍ଲୀ,୧୨।୪: ସୋସିଆଲ ମିଡିଆ ପ୍ଲାଟଫର୍ମ X ଏହାର ମନିଟାଇଜେସନ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ କାର୍ଯ୍ୟକାରୀ କରିଛି । ନିମ୍ନ-ଗୁଣବତ୍ତା ଏବଂ କ୍ଲିକ୍ବେଟ୍ କଣ୍ଟେଣ୍ଟ ମାଧ୍ୟମରେ ପ୍ଲାଟଫର୍ମରେ…

ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି କରି ଶପଥ ନେଲା ସୁରକ୍ଷା ସମିତି

ଗୁଣପୁର,୧୨ା୪(ସୁଜାତା ପାଢ଼ୀ): ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି ନେଇ ଏକ ଅଭିନବ ଢଙ୍ଗରେ ନଦୀ ତଟବର୍ତ୍ତୀ ଗ୍ରାମ ଗଜପତି ଜିଲା ସାରା ଗ୍ରାମରେ ଜଳସଂକଳ୍ପ ଯାତ୍ରା…

ଡିଜେଲ-ATF ଉପରେ ରପ୍ତାନି ଶୁଳ୍କ ବୃଦ୍ଧି କଲେ କେନ୍ଦ୍ର ସରକାର, ବଢୁଛି ତୈଳ କମ୍ପାନୀଗୁଡ଼ିକ ଉପରେ ଚାପ

ନୂଆଦିଲ୍ଲୀ,୧୨।୪: କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଏବଂ ବିମାନ ଇନ୍ଧନ ସମ୍ପର୍କରେ ଶନିବାର (୧୧ ଏପ୍ରିଲ, ୨୦୨୬) ଏକ ବଡ଼ ନିଷ୍ପତ୍ତି ଘୋଷଣା କରିଛନ୍ତି। ସରକାର ଡିଜେଲ…

୫୩ନଂ ରାଜ୍ୟ ରାଜପଥରେ ଗୋଟିଏ ପରେ ଗୋଟିଏ ହାଇଓ୍ବାକୁ ମାଡ଼ି ବସିଲା ପୋଲିସ 

ବନ୍ତ,୧୨।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ପୋଲିସ ପକ୍ଷରୁ ବେଆଇନ ବାଲି ଚାଲାଣ କରୁଥିବା ୯ଟି ହାଇଓ୍ବା ଜବତ ହୋଇଛି। ଭଦ୍ରକ-ଆନନ୍ଦପୁର ୫୩ନଂ ରାଜ୍ୟ ରାଜପଥରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri