ସାଲାଇନ୍‌ ଗର୍ଗଲ ଆର୍‌ଟି-ପିସିଆର୍‌ ଟେଷ୍ଟ୍‌କୁ ଆଇସିଏମ୍‌ଆର୍‌ ମଞ୍ଜୁରୀ…

ନୂଆଦିଲ୍ଲୀ,୨୯।୫: କରୋନା ମହାମାରୀ ସଂକ୍ରମଣ ନେଇ ଦେଶରେ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ କରୋନା ଟେଷ୍ଟ୍‌ ସଂଖ୍ୟା ବୃଦ୍ଧି କରିବା ଲାଗି ଆଇସିଏମ୍‌ଆର୍‌ ପକ୍ଷରୁ ବଡ଼ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆଇସିଏମ୍‌ଆର୍‌ ପକ୍ଷରୁ ସାଲାଇନ୍‌ ଗର୍ଗଲ ଆର୍‌ଟି-ପିସିଆର୍‌ ଟେଷ୍ଟ୍‌କୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହା ଦ୍ୱାରା ମାତ୍ର ୩ ଘଣ୍ଟାରେ ଟେଷ୍ଟ୍‌ ରିପୋର୍ଟ ମିଳି ପାରିବ। ସାଲାଇନ୍‌କୁ ୧୫ ସେକେଣ୍ଡ ପର୍ଯ୍ୟନ୍ତ ପାଟିରେ ରଖି ଗର୍ଗଲ କରିବା ପରେ ଆଇସିଏମ୍‌ଆର୍‌ ପକ୍ଷରୁ ତିଆରି କରାଯାଇ ଲଏକ ଟ୍ୟୁବ୍‌ରେ କୁଳି କରିବାକୁ ପଡ଼ିବ। ଏଥିରେ କରୋନା ଭୂତାଣୁ ଅଛି କି ନାହିଁ ତାହା ଜଣାପଡ଼ିଯିବ ବୋଲି ଆଇସିଏମ୍‌ ଆର୍‌ ପକ୍ଷରୁ ସୂଚନା ଦିଆଯାଇଛି। ସିଏସ୍‌ଆଇଆର୍‌ର ନାଗପୁର ସ୍ଥିତ ରାଷ୍ଟ୍ରୀୟ ପରିବେଶ ଇଞ୍ଜିିନିୟରିଂ ଅନୁସନ୍ଧାନ ସଂସ୍ଥା(ଏନ୍‌ଇଇଆର୍‌ଆଇ) ପକ୍ଷରୁ ବିକଶିତ କରାଯାଇଥିବା ଏହି ନନ୍‌-ଇନଭାସିଭ୍‌ ଆର୍‌ଟି-ପିସିଆର୍‌ ଟେଷ୍ଟ୍‌ ପଦ୍ଧତି ବେଶ୍‌ ଉପଯୋଗୀ ସାବ୍ୟସ୍ତ ହେବ ବୋଲି କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ପ୍ରକାଶ କରିଛନ୍ତି। ଏହାଦ୍ୱାରା ଏଣିକି ସ୍ବାବ୍‌ ସଂଗ୍ରହ କରିବାର ଆବଶ୍ୟକତା ପଡ଼ିବ ନାହିଁ। ଦେଶରେ କମ୍‌ ସମୟରେ ଅଧିକ ନମନା ପରୀକ୍ଷା କରାଯାଇପାରିବ ବୋଲି ଏନ୍‌ଇଇଆର୍‌ଆଇର ଏନ୍‌ଭାର୍ନମେଣ୍ଟ୍‌ ଭିରୋଲୋଜି ସେଲ୍‌ର ବରିଷ୍ଠ ବୈଜ୍ଞାନିକ ଡ.କ୍ରିଷ୍ଣା ଖୈର୍‌ନାର୍‌ ସୂଚନା ଦେଇଛନ୍ତି।

Share