Advertisement

ଡିସେମ୍ବରରେ ବିବାହ କରିବେ କ୍ୟାଟ୍ରିନା, ଡେଟ୍ ଫାଇନାଲ

ମୁମ୍ବାଇ: ଏବେ ବଲିଉଡରେ ଚାଲିଛି ବିବାହ ଋତୁ । ଜଣକ ପରେ ଜଣେ ସେଲିବ୍ରିଟି ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି । ଏହି କ୍ରମରେ ବେଶି ଚର୍ଚ୍ଚାରେ ଅଛି କ୍ୟାଟ୍ରିନା କୈଫ ଓ ଭିକ୍କି କୌଶଲଙ୍କ ବିବାହ । ଏମାନଙ୍କ ବିବାହର ଭେନ୍ୟୁ, ମେନୁ ସବୁକୁ ନେଇ ଚାଲିଛି ଚର୍ଚ୍ଚା । କେବେ ଏହି ଯୋଡି ବିବାହ କରିବେ ତାହା ଏବେ ଫାଇନାଲ ହୋଇଛି । ଏମାନେ ରାଜସ୍ଥାନର ସବାଇ ମାଧୋପୁର ଜିଲାର ସିକ୍ସ ସେନ୍ସ ଫୋର୍ଟ ହୋଟେଲରେ ବିବାହ କରିବେ ବୋଲି ଜଣାପଡିଛି । ଏଥିପାଇଁ ତାରିଖ ମଧ୍ୟ ସ୍ଥିର ହୋଇ ସାରିଛି । ଡିସେମ୍ବର ୭-୧୨ ପର୍ଯ୍ୟନ୍ତ ଏମାନଙ୍କ ବିବାହ ଉତ୍ସବ ଚାଲିବ । ଏଥିପାଇଁ ହୋଟେଲ ବୁକ୍ ସରିଲାଣି । ଏହାକୁ ନେଇ ଭିକ୍କି ଅବା କ୍ୟାଟ୍ରିନା ଅଫିସିୟାଲି କିଛି କହି ନ ଥିବା ବେଳେ ବିବାହ କାମର ଆୟୋଜନ ପାଇଁ ଭିନ୍ନ ଭିନ୍ନ କମ୍ପାନୀଙ୍କୁ ଭିନ୍ନ ଭିନ୍ନ କାମ ଦିଆଯାଇଛି । ଆଉ ସମସ୍ତେ ବିବାହ ପ୍ରସ୍ତୁତିରେ ଯୋର ସୋରରେ ଲାଗି ପଡିଛନ୍ତି । ଭିକ୍କି ଓ କ୍ୟାଟ୍ରିନାଙ୍କ ଟିମ୍ ବି କାମରେ ଲାଗି ପଡିଛନ୍ତି । ମଙ୍ଗଳବାର ଏକ ୧୦ ଜଣିଆ ଟିମ ହୋଟେଲ ପହଞ୍ଚିବାର କାର୍ଯ୍ୟକ୍ରମ ରହିଥିବା ଗଣମାଧ୍ୟମ ପକ୍ଷରୁ ଜଣାପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

କରୀନାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଡେବ୍ୟୁ କଲେ ପୁଅ ତୈମୁର

ଏମିତି କୌଣସି ଦିନ ନାହିଁ, ଯେଉଁଦିନ ଅଭିନେତ୍ରୀ କରୀନା କପୁର ଚର୍ଚ୍ଚାରେ ରହିନାହାନ୍ତି। ଗୋଟିଏ ଦିନ ପୂର୍ବରୁ ସେ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଡେବ୍ୟୁ କରିଥିଲେ। ଏବେ...

ଅନନ୍ୟାଙ୍କ ପ୍ରଶଂସକ ପାଲଟିଲା ମୁମ୍ବାଇ ପୋଲିସ

ମୁମ୍ବାଇ: ନାୟିକା ଅନନ୍ୟା ପାଣ୍ଡେ ନିଜର ଅଭିନୟକୁ ନେଇ ନ୍ୟୁ କମର ଭାବେ ବଲିଉଡରେ ସୃଷ୍ଟି କରିଛନ୍ତି ନିଜର ଏକ ଭିନ୍ନ ପରିଚୟ । ସୋସିଆଲ...

ପରଦା ପଛରେ: ଶ୍ରୀଧର ଯାହା ଚାହୁଁଥିଲେ..

ଜଣେ ପ୍ରଯୋଜକ ସିନେମାଟିଏ ନିର୍ମାଣ କରିବା ପୂର୍ବରୁ ଅନେକ କିଛି ଚିନ୍ତା କରିଥାଆନ୍ତି। ହେଲେ ଏ ପର୍ଯ୍ୟନ୍ତ ଦୁଇଟି ସିନେମା- ‘କଥା ଦେଲି ମଥା ଛୁଇଁ’...

ରିତେଶଙ୍କୁ ‘ଶସ୍ତା ଡିଜେ ସ୍ନେକ୍‌’ କହିଲେ ଟ୍ରୋଲର, ଜବାବ ଦେଲେ ଅଭିନେତା

ବମ୍ବେ: ଟ୍ରୋଲ କରି ଲୋକହସା ହୋଇଛନ୍ତି ଅଭିନେତା ରିତେଶ ଦେଶମୁଖଙ୍କ ଜଣେ ପ୍ରଶଂସକ। ସବୁବେଳେ ଟ୍ରୋଲରମାନଙ୍କୁ ମଜାଳିଆ ପ୍ରତିକ୍ରିୟା ଦେଇ ଆସୁଥିବା ରିତେଶ ପୁଣି ସେଭଳି...

ଗୁଜବକୁ ଖାତିର କରେନି: ଲିପି ମହାପାତ୍ର

ପାଠରେ ଶାଠରେ ପ୍ରେମରେ, ଝିଅ ମୁଁ ଏକ ନମ୍ବର…। ବାସ୍ତବରେ ପାଠରେ ଯେମିତି, ନୃତ୍ୟ ଏବଂ ଅଭିନୟରେ ମଧ୍ୟ ସେପରି ଦକ୍ଷତା ରଖୁଥିବା ବ୍ୟକ୍ତିତ୍ୱ ହେଉଛନ୍ତି...

କପିଲ ଶର୍ମାଙ୍କ ଘରେ ଲାଗିଲା ନିଆଁ

ମୁମ୍ବାଇ,୧୯।୭: କମେଡି କିଙ୍ଗ କପିଲ ଶର୍ମାଙ୍କ ମୁମ୍ବାଇ ସ୍ଥିତ ଫ୍ଲାଟରେ ଗୁରୁବାର ମଧ୍ୟାହ୍ନରେ ନିଆଁ ଲାଗି ଯାଇଥିବା ଖବର ମିଳିଛି। ଏଥିରେ କେହି ମୃତାହତ ହୋଇ...

ସାମାଜିକ କାର୍ଯ୍ୟ କରି ଚର୍ଚ୍ଚାରେ ଏହି ପ୍ରସିଦ୍ଧ ଗାୟିକା

ବଲିଉଡର ଗାୟିକା ପଲକ ମୁଛଲ ତାଙ୍କର ସୁମଧୁର ସ୍ବର ପାଇଁ ଜଣାଶୁଣା। ଏହା ସହିତ ସେ ନିଜର ସାମାଜିକ କାର୍ଯ୍ୟ ପାଇଁ ମଧ୍ୟ ଚର୍ଚ୍ଚାରେ ଥାନ୍ତି।...

ଆହତ ହେଲେ ପ୍ରିୟଙ୍କା!

ମୁମ୍ବାଇ:ବଲିଉଡ୍ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ସବୁବେଳେ ନିଜ ପ୍ରଶଂସକଙ୍କ ସହ ଯୋଡି ହୋଇ ରହିବାକୁ ଚେଷ୍ଟା କରିଥାଆନ୍ତି । ତେଣୁ ସେ ସୋସିଆଲ ମିଡିଆରେ...

Advertisement
Archives

Model This Week