Posted inଫୁରସତ

ଏହି ଦେଶର ମହିଳାଙ୍କୁ ବିବାହ କଲେ ମିଳେ ସରକାରୀ ଚାକିରୀ!

ରେକାଜାଭିକ,୨୧।୧୦: ସରକାରୀ ଚାକିରୀ ନ ହେଲେ ନ ଚଳେ। ସମସ୍ତେ ସରକାରୀ ଚାକିରି ଚାହାଁନ୍ତ। ଯେତେ ପ୍ରାଇଭେଟ ଚାକିରୀ କଲେ ମଧ୍ୟ ସରକାରୀ ଚାକିରୀ ସବୁଠି ଲୋଡା ପଡେ। ଏମିତି କି ଘରକୁ ବିବାହ ପ୍ରସ୍ତାବ ଆସିବା ପୁଅ ସରକାରୀ ଚାକିରିଆ କି ନାହିଁ ଖୋଜା ପଡେ। ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଦୁନିଆରେ ଏପରି ଏକ ଦେଶ ଅଛି ଯେଉଁଠି ସେହି ଦେଶର ମହିଳାଙ୍କୁ ବିବାହ କଲେ ସରକାରୀ ଚାକିରୀ ମିଳୁଛି।

ଏହି ଘଟଣା ହେଉଛି ଆଇସଲ୍ୟାଣ୍ଡର ବୋଲି ଜଣାପଡିଛି। ଏଠାରେ ପୁଅମାନଙ୍କର ଅଭାବ ଦେଖାଯାଇଛି। ତେଣୁ ଯଦି କେହି ଏଠାରେ କୌଣସି ମହିଳାଙ୍କୁ ବିବାହ କରନ୍ତି, ତେବେ ସେ ସରକାରଙ୍କଠାରୁ ମାସକୁ ୩ଲକ୍ଷ ଟଙ୍କାର ସରକାରୀ ଚାକିରି ପାଇଥା’ନ୍ତି। ଯଦି ଆପଣ ଉତ୍ତର ଆଫ୍ରିକାରୁ ଆସନ୍ତି, ତେବେ ଆପଣଙ୍କୁ ଅଧିକ ପ୍ରାଥମିକତା ମିଳିବ ବୋଲି ଜଣାପଡିଛି। ୨୦୨୨ସୁଦ୍ଧା, ଆଇସଲ୍ୟାଣ୍ଡର ଜନସଂଖ୍ୟା ମାତ୍ର ୩୭୬,୦୦୦ ରୁ ଅଧିକ ଥିଲା। ବିଶ୍ୱର ପ୍ରାୟ ୮୬ହଜାର ବାସିନ୍ଦା ଏଠାରେ ରହି ଆସୁଛନ୍ତି।

ପରେ ଏହା ଏକ ଗୁଜବ ବୋଲି ଜଣାପଡିଛି। ସୋସିଆଲ ମିଡିଆରେ ଏହା ଭାଇରାଲ ହେବା ଆରମ୍ଭ କରିଛି। ଏହି ଖବର ଭାଇରାଲ ହେବା ମାତ୍ରେ ଆଇସଲ୍ୟାଣ୍ଡର ମହିଳାଙ୍କୁ ଅଜଣା ପୁରୁଷଙ୍କଠାରୁ ସୋସିଆଲ ମିଡିଆରୁ ଶହ ଶହ ଫ୍ରେଣ୍ଡ ରିକ୍ୟେଷ୍ଟ ଆସିବା ଆରମ୍ଭ ହୋଇଛି। ସବୁ ଦେଶର ଲୋକମାନେ ଆଇସଲ୍ୟାଣ୍ଡର ଦୂତାବାସକୁ ଯାଇ ଏସମ୍ପର୍କରେ ସତ୍ୟତା ଜାଣିବାକୁ ଚେଷ୍ଟା କଲେ। ପରେ ଦୂତାବାସ କର୍ମଚାରୀମାନେ ଏହା ଏକ ଗୁଜବ ବୋଲି ଘୋଷଣା କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

CJP ଅଲ୍ଟିମେଟମ୍‌ରେ ସରକାର ଛାନିଆ: ନେଲେ ବଡ଼ ଆକ୍ସନ

ନୂଆଦିଲ୍ଲୀ,୨୭।୭: ନିଟ୍‌ ପ୍ରତିବାଦକାରୀଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ କକ୍ରୋଚ ଜନତା ପାର୍ଟି (CJP) ଦ୍ୱାରା ଦାଖଲ କରାଯାଇଥିବା ଅଭିଯୋଗର ସରକାର ବିଚାର କରିଛନ୍ତି। ସରକାର ସେହି…

ସରକାରୀ ଛୁଟି ନଥାଇ ସ୍କୁଲରେ ତାଲା, ଘରକୁ ଫେରିଆସିଲେ ପିଲା

ଲାଞ୍ଜିଗଡ଼,୨୭।୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଲାଖବାହାଲି ପଞ୍ଚାୟତ ଅନ୍ତର୍ଗତ କମଲେଇ ଗାଁରେ ଅଜବ ଘଟଣା ଦେଖିବାକୁ ମିଳିଛି ।…

ଏସିଏଫ ସୋମ୍ୟରଞ୍ଜନ ମୃତ୍ୟୁ ମାମଲା; ଜାମିନ ଆବେଦନ ଖାରଜ ପରେ ଜେଲ୍ ଗଲେ DFO

ପାରଳାଖେମୁଣ୍ଡି,୨୭।୭(ଗିରିଧାରୀ ପରିଛା) : ବହୁଚର୍ଚ୍ଚିତ ଏସିଏଫ୍ ସୋମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଆଇନର ଫାଶରେ ଛନ୍ଦି ହୋଇଛନ୍ତି ତତ୍କାଳୀନ ଗଜପତି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା। ସୋମବାର…

ମାଗଣା ଅଟୋ ଆମ୍ବୁଲାନ୍ସ ସେବା ଯୋଗାଇଦେଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର:ଗର୍ଭବତୀ-ପ୍ରସୂତି ପାଇବେ ସୁବିଧା

ଦିଗପହଣ୍ଡି,୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ଗଞ୍ଜାମ ଜିଲା ସ୍ବାସ୍ଥ୍ୟ ବିଭାଗ ଓ ଜିଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ‘ନିରୀକ୍ଷଣ…

ଅପେକ୍ଷାର ଅନ୍ତ! ୧୦-୨୦ ଟଙ୍କିଆ ପ୍ଲାଷ୍ଟିକ୍ ନୋଟ ନେଇ RBIକୁ ସରକାର କହିଲେ…

ନୂଆଦିଲ୍ଲୀ,୨୭।୭: ଖୁବଶୀଘ୍ର ମାର୍କେଟକୁ ଆସିବ ୧୦ ଏବଂ ୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟ୍ । କ୍ଷେତ୍ର ପରୀକ୍ଷଣ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଦ୍ୱାରା…

ଜାତୀୟ ସ୍ତରୀୟ ସନ୍ତରଣ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କଲେ ଦିଗପହଣ୍ଡି ପୁଅ, ଛୁଟୁଛି ଶୁଭେତ୍ସାର ସୁଅ

ଦିଗପହଣ୍ଡି,୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ଗ୍ରାମର ଯୋଗେନ୍ଦ୍ର ସେଠୀ ଜାତୀୟ ସ୍ତରୀୟ ସନ୍ତରଣ ଚାମ୍ପିୟନସିପରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।…

ଦାଦନ ଖଟିବାକୁ ଯାଇ ଗୋଆରେ ଛାତ୍ରଙ୍କ ମୃତ୍ୟୁ, ମର ଶରୀର ଗାଁ ଆଣିବାକୁ ନିବେଦନ କଲେ ଗ୍ରାମବାସୀ

ମୋହନା,୨୭।୭(ମନ୍ମଥ ମିଶ୍ର): ଉଚ୍ଚଶିକ୍ଷାର ସ୍ୱପ୍ନ ପୂରଣ ପାଇଁ ଗୋଆକୁ ଦାଦନ ଖଟିବାକୁ ଯାଇଥିଲେ। ବି.ଇ.ଡ଼ି ଆଡମିଶନ୍ କରିବାକୁ ଟଙ୍କା ଅଭାବରୁ ଘର ଛାଡ଼ି ରୋଜଗାର ପାଇଁ ବାହାର…

ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଲେ ବିରୁଷ୍କା: ଦାମ୍‌ ଜାଣିଲେ ଉଡ଼ିଯିବ ହୋଶ୍‌

ମୁମ୍ବାଇ,୨୭।୭:ଭାରତୀୟ କ୍ରିକେଟ କିମ୍ବଦନ୍ତୀ ବିରାଟ କୋହଲି ଏବଂ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ଏହି ଦମ୍ପତି ମୁମ୍ବାଇର ଭର୍ସୋଭା ଅଞ୍ଚଳରେ ୧୯.୨୯…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri