ଭୁବନେଶ୍ୱର,୨୨।୫: ବରିଷ୍ଠ ଆଇପିଏସ୍ ଅଧିକାରୀ ଦୟାଲ ଗଙ୍ଗୱାରଙ୍କ ବଦଳି କରାଯାଇଛି। ତାଙ୍କୁ ADGP (କମ୍ୟୁନିକେସନ) ପଦରୁ ହଟାଯାଇ ଗୃହ ବିଭାଗରେ OSD (ଅଫିସର ଅନ୍ ସ୍ପେସିଆଲ୍ ଡ୍ୟୁଟି) ଭାବେ ନିଯୁକ୍ତ ହୋଇଛନ୍ତି।
ସମ୍ପ୍ରତି ବାଲିଅନ୍ତାରେ ଘଟିଥିବା ସୌମ୍ୟ ହତ୍ୟା ଘଟଣାକୁ ନେଇ ଦୟାଲ ଗଙ୍ଗୱାର ବିବାଦରେ ଆସିଥିଲେ। ଏହି ଘଟଣାରେ ମୃତ ସୌମ୍ୟଙ୍କ ମାଆ ଗଙ୍ଗୱାରଙ୍କ ନାମ ଉଲ୍ଲେଖ କରି ଗୁରୁତର ଅଭିଯୋଗ ଆଣିଥିଲେ।
ସେ ଅଭିଯୋଗ କରିଥିଲେ ଯେ, ଗଙ୍ଗୱାରଙ୍କ କାରଣରୁ ତାଙ୍କ ପୁଅ ମାନସିକ ଚାପରେ ରହୁଥିଲେ, ଯାହା ଘଟଣାର ଏକ ପ୍ରମୁଖ କାରଣ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।
ଉଲ୍ଲେଖନୀୟ ଯେ, ଭିଡ଼ ହିଂସାରେ ସୌମ୍ୟଙ୍କ ମୃତ୍ୟୁ ଘଟିଥିବା ବେଳେ ଏହି ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ ଦ୍ୱାରା ଜାରି ରହିଛି।ଏହି ପରିସ୍ଥିତିରେ ଗଙ୍ଗୱାରଙ୍କ ବଦଳିକୁ ଗୁରୁତ୍ୱ ସହ ନନିଆଯାଇଥିବା ବେଳେ ବେଳେ ଏହାକୁ ମଧ୍ୟ ଟଣା ସହ ଯୋଡ଼ି ଆଲୋଚନା କରାଯାଉଛି।