ଆଇସ୍‌କ୍ରିମପ୍ରିୟ ତମନ୍ନା

ନିଜର ମନ ପସନ୍ଦର ଖାଦ୍ୟ ଖାଇବାକୁ ସେ ତ ପଛାଇ ନ ଥାନ୍ତି। ହେଲେ ଗୋଟିଏ ଜିନିଷ ଦେଖିଲେ ତାଙ୍କ ପାଟିରୁ ଲାଳ ଗଡ଼େ। ତାକୁ ନ ଖାଇବା ପର୍ଯ୍ୟନ୍ତ ତାଙ୍କ ମନକୁ ଶାନ୍ତି ଆସି ନ ଥାଏ। ତାହା କ’ଣ ଜାଣନ୍ତି ? ଆଇସକ୍ରିମ୍‌। ଆଇସକ୍ରିମ୍‌ ବ୍ୟତୀତ ଚକୋଲେଟ୍‌ ଖାଇବାକୁ ସେ ପସନ୍ଦ କରିଥାଆନ୍ତି। ତମନ୍ନା ଭାଟିଆଙ୍କର ଆକ୍ଟିଂ କ୍ୟାରିୟର ଆରମ୍ଭ ହୋଇଥିଲା ୨୦୦୫ରୁ। ସେତେବେଳେ ତାଙ୍କୁ ହୋଇଥିଲା ମାତ୍ର ୧୪ବର୍ଷ। ହେଲେ ପ୍ରଥମ ସିନେମା ଦର୍ଶକଙ୍କୁ ପ୍ରଭାବିତ କରିବାରେ ବିଫଳ ହୋଇଥିଲା। କିନ୍ତୁ ବର୍ତ୍ତମାନ କେବଳ ଦକ୍ଷିଣ ଭାରତୀୟ ସିନେମା ନୁହେଁ ବଲିଉଡ୍‌ରେ ତମନ୍ନା ଭାଟିଆ ଜଣେ ପରିଚିତା ଅଭିନେତ୍ରୀ। ଏବେ ନିଜର ଅଭିନୟ ଦକ୍ଷତା ବଳରେ ସେ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। ତାଙ୍କର ପସନ୍ଦୀୟ ରଙ୍ଗ ହେଲା ଧଳା। ପୁଣି ସେ ଅଧିକାଂଶ ସମୟ ଧଳା ଡ୍ରେସ ପିନ୍ଧିବାକୁ ପସନ୍ଦ କରିଥାଆନ୍ତି। ସୁପରଷ୍ଟାର ମହେଶ ବାବୁ ହେଉଛନ୍ତି ତାଙ୍କର ମନ ପସନ୍ଦର ଅଭିନେତା। ସମୟ ମିଳିବା ମାତ୍ରେ ସେ ଜିମ୍‌ ଯାଇଥାଆନ୍ତି। ତା’ ସହ ଇଣ୍ଟରନେଟ୍‌ ସହ ନିଜକୁ ଜଡିତ ରଖନ୍ତି ଏବଂ ବହି ମଧ୍ୟ ପଢ଼ନ୍ତି। ଇଂଲିଶ, ହିନ୍ଦୀ ବ୍ୟତୀତ ତାମିଲ, ତେଲୁଗୁ, ମାଲାୟାଲମ, ସିନ୍ଧି ଏବଂ ମରାଠୀ ଭାଷାରେ ତାଙ୍କର ବେଶ୍‌ ଦକ୍ଷତା ରହିଛି।

Share