Posted inଖେଳ

ପ୍ରଥମ ଥର ପାଇଁ ମହିଳା ଦିନିକିଆ ବିଶ୍ୱକପ୍ ଫାଇନାଲରେ ଦକ୍ଷିଣ ଆଫ୍ରିକା: ଇଂଲଣ୍ଡଠାରୁ ନେଲା ପ୍ରତିଶୋଧ

ନୂଆଦିଲ୍ଲୀ,୨୯।୧୦: ଇତିହାସରେ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ୍ ଦଳ ଦିନିକିଆ ବିଶ୍ୱକପର ଫାଇନାଲରେ ପ୍ରବେଶ କରିଛି। ACA ଷ୍ଟାଡିୟମରେ ଖେଳାଯାଇଥିବା ମହିଳା ବିଶ୍ୱକପ୍ ୨୦୨୫ର ପ୍ରଥମ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା ଇଂଲଣ୍ଡକୁ ୧୨୫ ରନର ବଡ଼ ବ୍ୟବଧାନରେ ପରାସ୍ତ କରିଛି।

ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ଓଭରରେ ୩୧୯ ରନ୍ କରିଥିଲା। ଦଳ ପାଇଁ ଅଧିନାୟିକା ଲୌରା ୱୋଲଭାର୍ଡ୍ଟ ୧୬୯ ରନର ଏକ ଐତିହାସିକ ଇନିଂସ ଖେଳିଥିଲେ। ଏହା ତାଙ୍କର ODIରେ ୧୦ମ ଶତକ ଏବଂ ବିଶ୍ୱକପରେ ପ୍ରଥମ। ୱୋଲଭାର୍ଡ୍ଟ ଏବଂ ତାଜମିନ ବ୍ରିଟ୍ସ (୪୫) ପ୍ରଥମ ୱିକେଟ ପାଇଁ ୧୧୬ ରନର ଭାଗୀଦାରୀ କରିଥିଲେ। ଇଂଲଣ୍ଡ ପକ୍ଷରୁ ସୋଫି ଏକଲେଷ୍ଟୋନ୍‌ ୪୪ ରନ୍ ଦେଇ ୪ଟି ୱିକେଟ୍ ନେଇଥିଲେ।

୩୨୦ ରନର ବିଜୟ ଲକ୍ଷ୍ୟ ପିଛା କରି ଇଂଲଣ୍ଡର ଆରମ୍ଭ ଅତ୍ୟନ୍ତ ଖରାପ ହୋଇଥିଲା। କେବଳ ୧ ରନ୍‌ରେ ୩ଟି ୱିକେଟ୍ ହରାଇଥିଲା। ଟପ୍-୩ ବ୍ୟାଟ୍ସମ୍ୟାନ୍ ଖାତା ଖୋଲିପାରିନଥିଲେ। ଦକ୍ଷିଣ ଆଫ୍ରିକାର ମାରିଜାନେ କାପ୍ ତାଙ୍କ ୭ ଓଭରର ସ୍ପେଲରେ ମାତ୍ର ୨୦ ରନ୍ ଦେଇ ୫ଟି ୱିକେଟ୍ ନେଇ ଇଂଲଣ୍ଡ ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ।

ଇଂଲଣ୍ଡ ପକ୍ଷରୁ ଅଧିନାୟିକା ନତାଲି ସିଭର (୬୪) ଏବଂ ଆଲିସ୍ କ୍ୟାପ୍ସି (୫୦) ଚତୁର୍ଥ ୱିକେଟ୍ ପାଇଁ ୧୦୭ ରନ୍‌ର ଭାଗୀଦାରୀ କରିଥିଲେ ମଧ୍ୟ ବିଜୟ ଦେଇପାରିନଥିଲେ।ଇଂଲଣ୍ଡ ଦଳ ମାତ୍ର ୧୯୪ ରନ୍‌ରେ ଅଲଆଉଟ୍ ହୋଇଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ୍‌ରେ ସଞ୍ଜୁ ସାମସନ ମାତ୍ର ୨୬ ରନ୍‌ କଲେ ଟିମ୍‌ ଇଣ୍ଡିଆ ହୋଇଯିବ ଚାମ୍ପିୟନ: ଜାଣନ୍ତୁ କେମିତି

ଅହମ୍ମଦାବାଦ୍‌,୭।୩: ଟି୨୦ ବିଶ୍ୱକପର ଫାଇନାଲ ମ୍ୟାଚ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମାର୍ଚ୍ଚ ୮ରେ ଅନୁଷ୍ଠିତ ହେବାକୁଯାଉଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବାକୁ ଥିବା ଏହି…

ଫାଇନାଲରେ ଟିମ ଇଣ୍ଡିଆ ଜିତନ୍ତୁ କି ହାରନ୍ତୁ, ଏଥର ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ…

ନୂଆଦିଲ୍ଲୀ,୭।୩: ଭାରତ ଏବଂ ନ୍ୟୁଜିଲାଣ୍ଡ ICC ଟି୨୦ ବିଶ୍ୱକପ ୨୦୨୬ ଫାଇନାଲରେ ମୁହାଁମୁହିଁ ହେବେ। ଏହି ମ୍ୟାଚ ୮ ମାର୍ଚ୍ଚରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ଭାରତୀୟ…

୧୨ ମାର୍ଚ୍ଚରେ ଯୁଦ୍ଧକୁ ନେଇ ବଡ଼ ଘୋଷଣା କରିବେ ଟ୍ରମ୍ପ! ୩ୟ ବିଶ୍ୱଯୁଦ୍ଧ ନେଇ…

ଓ଼୍ବାଶିଂଟନ୍‌,୭।୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତ ବର୍ଷ ୧୨ ଦିନିଆ ଯୁଦ୍ଧ ସମୟରେ “ବିନା ସର୍ତ୍ତରେ ଆତ୍ମସମର୍ପଣ” ବାକ୍ୟାଂଶ ପୋଷ୍ଟ କରିଥିଲେ, ଯାହା ମାତ୍ର ଛଅ…

IND vs NZ ଫାଇନାଲ ପୂର୍ବରୁ ଅଭିଷେକ ଶର୍ମାଙ୍କୁ ମିଳିଲା ‘ଗୁରୁ ମନ୍ତ୍ର’: ଭାରତୀୟ କିମ୍ବଦନ୍ତୀଙ୍କ ପରାମର୍ଶ ପରେ ଏବେ ଚୌକା, ଛକା ବର୍ଷା

ନୂଆଦିଲ୍ଲୀ,୭।୩: ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ମାର୍ଚ୍ଚ ୮ ତାରିଖରେ ଅନୁଷ୍ଠିତ ହେବ। ଭାରତ ଏବଂ ନ୍ୟୁଜିଲାଣ୍ଡ ପରସ୍ପରର ସାମ୍ନା କରିବେ। ଉଭୟ ଦଳ ଟୁର୍ନାମେଣ୍ଟରେ ଅସାଧାରଣ…

ସହକାରୀ ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ: ୭ ସ୍ଥାନରେ ଏକକାଳୀନ ଚଢ଼ାଉ

ଡେରାବିଶ, ୭/୩ (ବେବର୍ତ୍ତା ଅଜୟ ଦାସ): ଆୟ ବହିର୍ଭୁତ ସମ୍ପତ୍ତି ଥିବା ଅଭିଯୋଗରେ କେନ୍ଦ୍ରାପଡା ଜିଲ୍ଲା ଜଳ ସମ୍ପଦ ବିଭାଗ ଅଧିନ ଛତା ସବ ଡିଭିଜନର ସହକାରୀ…

୨ ଦିନ ପ୍ରବଳ ବର୍ଷିବ, ୪୦-ରୁ ୫୦ କିମି ବେଗରେ ବହିବ ପବନ: ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୭ା୩(ବନ୍ଦନା ସେଠୀ):ମାର୍ଚ୍ଚ ଆରମ୍ଭରୁ ରାଜ୍ୟରେ ଗ୍ରାଷ୍ମପ୍ରବାହ ଜାରି ରହିଛି। ସକାଳୁ ପ୍ରବଳ ଖରା ସହ ମଧ୍ୟାହ୍ନରୁ ଝାଞ୍ଜି ପବନ ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରୁଛି। ଇତିମଧ୍ୟରେ ପାରଦ…

ଯୁଦ୍ଧ ମଧ୍ୟରେ ଇରାନକୁ ସାହାଯ୍ୟ କଲା ଭାରତ: ଯୁଦ୍ଧଜାହାଜକୁ…

ତେହରାନ,୭।୩: ତେହରାନର ଅନୁରୋଧରେ ଭାରତ ଏକ ଇରାନୀ ଯୁଦ୍ଧଜାହାଜକୁ ଦକ୍ଷିଣ କୋଚି ବନ୍ଦରରେ ଡକିଂ କରିବାକୁ ଅନୁମତି ଦେଇଛି ଏବଂ ଜାହାଜର ୧୮୩ ସଦସ୍ୟ ବିଶିଷ୍ଟ କର୍ମଚାରୀଙ୍କୁ…

ଓଡ଼ିଶାର ଏହି ୩ ନେତାଙ୍କ ସହ ରୁଦ୍ଧଦ୍ୱାର ବୈଠକ କଲେ ଶାହା: ଜାଣନ୍ତୁ ଭିତିରି କଥା

ଭୁବନେଶ୍ୱର,୭ା୩(ସୁନିତ୍‌ ମିଶ୍ର):ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଦିନିକିଆ ଓଡ଼ିଶା ଗସ୍ତରେ ଆସି ବିଳମ୍ବିତ ସାରେ ନୂଆଦିଲ୍ଲୀ ଫେରିଯାଇଛନ୍ତି। ଶାହା ତାଙ୍କ ଗସ୍ତ କାଳରେ ବିଭିନ୍ନ ସରକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri