Posted inଖେଳ

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌: କୋହଲି ଖସିଲେ, ରୁଟ୍‌ ଉଠିଲେ

ଦୁବାଇ,୧୧।୨(ପି.ଟି.): ସଦ୍ୟ ପ୍ରକାଶିତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲି ବ୍ୟାଟିଂ ତାଲିକାର ପଞ୍ଚମ ସ୍ଥାନକୁ ଖସିଛନ୍ତି। ଅନ୍ୟପଟେ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ଦୁଇଟି ସ୍ଥାନ ଉପରକୁ ପଞ୍ଚମରେ ରହିଛନ୍ତି। ସେହିପରି ବୋଲିଂ ତାଲିକାର ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଓ ରବିଚନ୍ଦ୍ରନ ଅଶ୍ୱିନ ଉନ୍ନତି କରିଛନ୍ତି।
ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ କୋହଲି ୧୧ ଓ ୭୨ ରନ ସଂଗ୍ରହ କରି ୮୫୨ ପଏଣ୍ଟ ସହ ବୁଧବାର ପ୍ରକାଶିତ ତାଲିକାରେ ଗୋଟିଏ ସ୍ଥାନ ତଳକୁ ଖସିଛନ୍ତି। ସେହିପରି ଗୋଟିଏ ସ୍ଥାନ ଉପରକୁ ଉଠି ଅଭିଜ୍ଞ ସ୍ପିନର ଅଶ୍ୱିନ ଓ ବୁମ୍‌ରା ଯଥାକ୍ରମେ ସପ୍ତମ ଓ ଅଷ୍ଟମ ସ୍ଥାନରେ ରହିଛନ୍ତି। ଦ୍ୱିଶତକୀୟ ଇନିଂସ ଖେଳି ରୁଟ୍‌ ଇଂଲଣ୍ଡକୁ ଭାରତ ବିପକ୍ଷ ପ୍ରଥମ ଟେଷ୍ଟରେ ୨୨୭ ରନରେ ବିଜୟୀ କରାଇ ୮୮୩ ପଏଣ୍ଟ ହାସଲ କରିଛନ୍ତି। ୨୦୧୭ ସେପ୍ଟେମ୍ବର ପରେ ସେ ଏଥିସହ ତାଲିକାର ସର୍ବୋଚ୍ଚ ସ୍ଥାନରେ ରହିଛନ୍ତି। ରୁଟ୍‌ ଉପମହାଦେଶରେ ଗତ ୩ଟି ଟେଷ୍ଟରୁ ୬୮୪ ରନ ସଂଗ୍ରହ କରିଛନ୍ତି। ଦୁଇଟି ଟେଷ୍ଟ ସେ ଶ୍ରୀଲଙ୍କାରେ ଖେଳିଛନ୍ତି। ପ୍ରଥମଥର ପାଇଁ ରୁଟ୍‌ କୋହଲିଙ୍କୁ ଅତିକ୍ରମ କରିଛନ୍ତି। ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ଓ୍ବିଲିୟମସନ ୯୧୯ ପଏଣ୍ଟ ପାଇ ଶୀର୍ଷରେ ରହିଥିବା ବେଳେ ଅଷ୍ଟ୍ରେଲିଆ ଅଭିଜ୍ଞ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ୍‌ ୮୯୧ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେହିପରି ଯୁବ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ମାର୍ନସ ଲାବୁସେନ ୮୭୮ ପଏଣ୍ଟ ପାଇ ଚତୁର୍ଥ ସ୍ଥାନରେ ରହିଛନ୍ତି।
ପ୍ରଥମ ଇନିଂସରେ ୯୧ ରନର ଦ୍ରୁତ ଇନିଂସ ଖେଳିଥିବା ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ପ୍ରଥମ ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ ଭାବେ ୭୦୦ ରେଟିଂ ପଏଣ୍ଟ ହାସଲ କରି ବ୍ୟାଟିଂ ତାଲିକାର ୧୩ତମ ସ୍ଥାନ ଅଧିକାର କରିଛନ୍ତି। ଯୁବ ଓପନର ଶୁବମନ ଗିଲ ୭ଟି ସ୍ଥାନ ଉପରକୁ ୪୦ତମ ସ୍ଥାନରେ ରହିଛନ୍ତି। ସେହିପରି ଅଲରାଉଣ୍ଡର ଓ୍ବାଶିଂଟନ ସୁନ୍ଦର ଦୁଇଟି ସ୍ଥାନ ଉପରକୁ ଉଠି ୮୧ତମ ସ୍ଥାନରେ ରହିଛନ୍ତି। ସେହିପରି ସ୍ପିନର ଶାହବାଜ ନଦୀମ ଦୁଇଟି ସ୍ଥାନ ଉପରକୁ ଉଠି ବୋଲିଂ ତାଲିକାର ୮୫ତମ ସ୍ଥାନରେ ରହିଛନ୍ତି। ଇଂଲଣ୍ଡ ଓପନର ଡୋମିନିକ ସିବ୍‌ଲେ ୧୧ଟି ସ୍ଥାନ ଉପରକୁ ଉଠି ୩୫ତମ ସ୍ଥାନରେ ରହିଛନ୍ତି।
ବୋଲିଂ ତାଲିକାରେ ଅଷ୍ଟ୍ରେଲୀୟ ଅଭିଜ୍ଞ ଦ୍ରୁତ ବୋଲର ପ୍ୟାଟ କୁମିନ୍ସ ଶୀର୍ଷରେ ରହିଛନ୍ତି। ଇଂଲଣ୍ଡର ଜେମ୍ସ ଆଣ୍ଡରସନ ଷଷ୍ଠରୁ ତୃତୀୟ ସ୍ଥାନକୁ ଉନ୍ନତି କରିଛନ୍ତି। ଅନ୍ୟତମ ଇଂଲଣ୍ଡ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଆଇସିସି ଟେଷ୍ଟ ଚାମ୍ପିୟନଶିପ୍‌ ଆରମ୍ଭ ହେବା ପରେ ଆଣ୍ଡରସନ ଶ୍ରେଷ୍ଠ ସ୍ଥାନରେ ରହିଛନ୍ତି। ଇଂଲଣ୍ଡର ଦୁଇ ସ୍ପିନର ଜ୍ୟାକ ଲିଚ୍‌ ଓ ଡୋମିନିକ ବେସ୍‌ ବୋଲିଂ ତାଲିକାରେ ଉନ୍ନତି କରି ଯଥାକ୍ରମେ ୩୭ ଓ ୪୧ତମ ସ୍ଥାନରେ ରହିଛନ୍ତି।
ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ପଦାର୍ପଣ କରି ୪୦ ଓ ଅପରାଜିତ ୨୧୦ ରନ ସଂଗ୍ରହ କରିଥିବା ଦଳକୁ ଐତିହାସିକ ବିଜୟ ପ୍ରଦାନ କରିଥିବା ଓ୍ବେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ କାଏଲ ମେୟର୍ସ ୪୪୮ ପଏଣ୍ଟ ପାଇ ୭୦ତମ ସ୍ଥାନ ଅଧିକାର କରିଛନ୍ତି। ଓ୍ବେଷ୍ଟଇଣ୍ଡିଜ ଅଧିନାୟକ କ୍ରେଗ ବ୍ରାଥଓ୍ବେଟ ବ୍ୟାଟିଂ ତାଲିକାରେ ୮ଟି ସ୍ଥାନ ଉପରକୁ ଉଠି ୫୩ତମ ସ୍ଥାନରେ ରହିଛନ୍ତି। ସେହିପରି ସ୍ପିନର ଜୋମେଲ ଓ୍ବାରିକାନ ୧୪ଟି ସ୍ଥାନ ଉପରକୁ ଉଠି ୬୨ ଓ ରାହକିମ କର୍ନଓ୍ବାଲ ୬ଟି ସ୍ଥାନ ଉପରକୁ ଉଠି ୬୫ତମ ସ୍ଥାନରେ ରହିଛନ୍ତି। ବାଂଲାଦେଶ ତରଫରୁ ମୋମିନୁଲ ହକ୍‌ ୮ଟି ସ୍ଥାନ ଉନ୍ନତି କରି ୩୩ତମ ସ୍ଥାନରେ ରହିଛନ୍ତି। ସେହିପରି ଅଲରାଉଣ୍ଡର ସାକିବ ଅଲ ହାସନ ୪ଟି ସ୍ଥାନ ଉପରକୁ ଉଠି ବ୍ୟାଟିଂ ତାଲିକାର ୩୦ତମ ସ୍ଥାନ ଅଧିକାର କରିଛନ୍ତି। ଅଫ ସ୍ପିନର ମେହିଦୀ ହାସନ ମିରାଜ ୨୮ରୁ ଉନ୍ନତି କରି ୨୪ତମ ସ୍ଥାନ ଅଧିକାର କରିଛନ୍ତି। ଅନ୍ୟପଟେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ୨-୦ରେ କ୍ଲିନ ସୁଇପ୍‌ କରିଥିବା ପାକିସ୍ତାନ ଖେଳାଳିମାନେ ମଧ୍ୟ ର଼୍ୟାଙ୍କିଙ୍ଗ୍‌ରେ ଉନ୍ନତି କରିଛନ୍ତି। ପ୍ଲେୟାର ଅଫ୍‌ ଦି ସିରିଜ ବିବେଚିତ ହୋଇଥିବା ମହମ୍ମଦ ରିଜଓ୍ବାନ ୧୯ଟି ସ୍ଥାନ ଉପରକୁ ଉଠି କ୍ୟାରିୟର ଶ୍ରେଷ୍ଠ ୧୬ତମ ସ୍ଥାନ ଅଧିକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ଭାଜପାର ମହାଅଭିଯାନ: ମନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri