୪ ଗୁଣ ବଢ଼ିଲା ବିଟ୍‌ କଏନ ଟ୍ରେଡ୍‌

ନୂଆଦିଲ୍ଲୀ: ଭର୍ଚୁଆଲ କରେନ୍ସି ବିଟ୍‌ କଏନ କାରବାର ଭାରତରେ ଏବେ ଲଗାତର ବଢୁଛି। ଟେସ୍‌ଲା କମ୍ପାନୀର ମୁଖ୍ୟ ଏଲନ୍‌ ମସ୍କ ବିଟ୍‌ କଏନରେ ଦେଢ଼ ଶହ କୋଟି ଡଲାର ନିବେଶ କରିବା ନେଇ ଘୋଷଣା କରିବା ପରେ ଭାରତୀୟ କ୍ରିପ୍ଟୋକରେନ୍ସି ନିବେଶକଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ପରିଲକ୍ଷିତ ହୋଇଛି। ସେହିଭଳି କ୍ରିପ୍ଟୋକରେନ୍ସି ପେମେଣ୍ଟର ଏକ ବିକଳ୍ପ ଭାବେ ଏହି କମ୍ପାନୀ ଗ୍ରହଣ କରିବ ବୋଲି ଶୁଣାଯାଉଛି। ଏଭଳି ସ୍ଥିତିରେ ଭାରତୀୟ କ୍ରିପ୍ଟୋକରେନ୍ସି ଏକ୍ସଚେଞ୍ଜ ଏବଂ ଟ୍ରେଡିଂ ପ୍ଲାଟ୍‌ଫର୍ମଗୁଡିକରେ ଜମା କରିବା ନେଇ ଲୋକଙ୍କ ଅନୁରୋଧ ୪ ଗୁଣା ବଢ଼ିଥିବା ଶିଳ୍ପ ସୂତ୍ରରୁ ସୂଚନା ମିଳିଛି।
ଏହି ପରିପ୍ରେକ୍ଷୀରେ ମୁମ୍ବାଇଭିତ୍ତିକ କ୍ରିପ୍ଟୋକରେନ୍ସି ଏକ୍ସଚେଞ୍ଜ ପ୍ଲାଟ୍‌ଫର୍ମ ଓ୍ବାଜିର ଏକ୍ସର ପ୍ରତିଷ୍ଠାତା ନିଶ୍ଚଳ ସେଟ୍ଟୀ କହିଛନ୍ତି, ଟେସ୍‌ଲାର ଘୋଷଣା ପରେ ଟ୍ରାଞ୍ଜାକଶନ ପ୍ରାୟ ୩୦୦% ବଢ଼ିଥିବା ଦେଖିବାକୁ ପାଉଛୁ। ପ୍ରତି ମିନିଟରେ ଜମା କରିବା ନେଇ ରିକ୍ୱେଷ୍ଟ ବା ଅନୁରୋଧ ବଢ଼ିଚାଲିଛି। କିଛି ସମୟ ବିଳମ୍ବ ହେଲେ ମଧ୍ୟ ଲୋକଙ୍କ ଜମାକୁ କ୍ରେଡିଟ କରିବା ଦିଗରେ ପଦକ୍ଷେପ ନିଆଯାଉଛି। ସେ ପୁଣି କହିଛନ୍ତି, କ୍ରିପ୍ଟୋକରେନ୍ସି ବିଲ୍‌ରେ ଯଦି ସରକାର ଘରୋଇ କ୍ରିପ୍ଟୋକରେନ୍ସି ଟ୍ରେଡରଙ୍କ ଉପରେ କଟକଣା ଲଗାନ୍ତି ତେବେ ସଙ୍ଗଠିତ କ୍ଷେତ୍ରର ସଂସ୍ଥାଗୁଡ଼ିକ ପ୍ରଭାବିତ ହେବେ। ବେଆଇନ ଭାବେ ଲୋକମାନେ ଏହି ଭର୍ଚୁଆଲ କରେନ୍ସିରେ ନିବେଶ ଏବଂ କାରବାର କରିବେ।
ବାଙ୍ଗାଲୋର ଭିତ୍ତିକ କଏନ ସ୍ବିଚ୍‌ କୁବେରର ମୁଖ୍ୟ ବାଣିଜ୍ୟ ଅଧିକାରୀ ସରନ ନାୟାର କହିଛନ୍ତି, ଟେସ୍‌ଲାର ଘୋଷଣା ପରେ ଦୈନିକ ନେଣଦେଣ ଭଲ୍ୟୁମ ବଢ଼ିଛି। ସେହିଭଳି ଭୌଲ୍‌ଦର ସିଇଓ ଦର୍ଶନ ବଥିଜା କହିଛନ୍ତି, ଆମ ପ୍ଲାଟ୍‌ଫର୍ମରେ ନେଣଦେଣ ପରିମାଣ ୨ ଗୁଣ ବଢ଼ିଛି। ଟ୍ରେଡିଂ ଭଲ୍ୟୁମ ମଧ୍ୟ ୨ ଗୁଣ ବଢିଛି। ନୂଆ ୟୁଜରଙ୍କ କ୍ଷେତ୍ରରେ ୬୦% ବୃଦ୍ଧି, ରିଟର୍ନି ୟୁଜର ୨୦% ରହିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୧୦ ନିୟୁତ ଡଲାର ନେଣଦେଣ ହୋଇଛି। ଏହା ପୂର୍ବରୁ ଦୈନିକ ୪ରୁ ୫ ନିୟୁତ ଡଲାର ରହିଥିଲା। ସେହିଭଳି ପୂର୍ବରୁ ୧୬ କୋଟି ଜମା ହେଉଥିବା ବେଳେ ବର୍ତ୍ତମାନ ଦୈନିକ ୩୦ କୋଟିକୁ ବଢିଛି। ଅନ୍ତର୍ଜାତୀୟ ବଜାରରେ କ୍ରିପ୍ଟୋକରେନ୍ସି ଏବଂ ବିଟ୍‌ କଏନ ଲାଗି ଏକ ସକାରାତ୍ମକ ନୀତି ଆଣୁଥିବା ବେଳେ ଭାରତ ଏହାର ବିପରୀତ ନୀତି ସହ ଯାଉଥିବା ସେ ମତ ରଖିଛନ୍ତି। ୟୁନିକର୍ନର ସିିଇସି ସାତ୍ୱିକ ବିଶ୍ୱନାଥ କହିଛନ୍ତି, ବୁଧବାର ସକାଳୁ ଆମ ପ୍ଲାଟ୍‌ଫର୍ମରେ ୪ ହଜାର ନୂଆ ନିବେଶକ ଟ୍ରେଡିଂ କରୁଥିବା ଦେଖିବାକୁ ପାଉଛୁ। ଏହା ପୂର୍ବରୁ ଦୈନିକ ୫୦୦ରୁ ୬୦୦ ମଧ୍ୟରେ ରହୁଥିଲା। ପୂର୍ବରୁ ୩ରୁ ୪ ଦିନରେ ୪.୫ କୋଟି କାରବାର ହେଉଥିବା ବେଳେ ଏହା ବୁଧବାର ସକାଳୁ କିଛି ଘଣ୍ଟାରେ ୫ କୋଟି ଛୁଇଁଛି। ଏହା ୧୦ କୋଟି ଛୁଇଁପାରେ। ସରକାର ହୁଏତ ଗୋଟିଏ ଏଜେନ୍ସିକୁ ଏହି କ୍ରିପ୍ଟୋକରେନ୍ସି ପରିଚାଳନା ଲାଗି ଅନୁମତି ଦେଇପାରନ୍ତି ବୋଲି ବିଶ୍ୱନାଥ ଆଶଙ୍କା କରିଛନ୍ତି।

କେମିତି କ୍ରିପ୍ଟୋକରେନ୍ସି କିଣୁଛନ୍ତି ଭାରତୀୟ
– ଓ୍ବାଜିର ଏକ୍ସ ଏବଂ କଏନ ସ୍ବିଚ୍‌ କୁବେର ଭଳି ସ୍ଥାନୀୟ କ୍ରିପ୍ଟୋକରେନ୍ସି ଏକ୍ସଚେଞ୍ଜରେ ଆକାଉଣ୍ଟ ଖୋଲିବା ସହ ନିବେଶ କରିହେବ।
– କଓ୍ବୋଇସି ସମ୍ପୂର୍ଣ୍ଣ ହେବା ପରେ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଟ୍ରାନ୍ସଫର କରି କିଣିବାକୁ ହୁଏ।
– ସମାନ ପ୍ଲାଟ୍‌ଫର୍ମ ବ୍ୟବହାର ଦ୍ୱାରା ଆସେଟ ବିକ୍ରି, ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଉଠାଣ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ବର୍ଷକୁ ବ୍ୟାଙ୍କରେ କେତେ କ୍ୟାଶ୍‌ ଜମା କରିପାରିବେ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୮।୯: ସଞ୍ଚୟ ଖାତାରେ (Savings Account) ନଗଦ ଟଙ୍କା ଜମା କରିବା ଏକ ସାଧାରଣ ପ୍ରକ୍ରିୟା, କିନ୍ତୁ ଆପଣ ଜାଣନ୍ତି କି ଏକ ନିର୍ଦ୍ଦିଷ୍ଟ ସୀମାରୁ ଅଧିକ…

ସରିଗଲା ଡେଡ୍‌ଲାଇନ୍‌; ଏବେ ଆଉ ମିଳିବନି ସିଲିଣ୍ଡର? ଶୀଘ୍ର କରନ୍ତୁ ଏହି କାମ…

ନୂଆଦିଲ୍‌ଲୀ,୮।୯: LPG ଗ୍ୟାସ ସିଲିଣ୍ଡରର ନୂଆ କନେକସନ ଉପରେ ଏବେ ମଧ୍ୟ ରୋକ ଲାଗି ରହିଛି। ଅନ୍ୟପଟେ ନିକଟରେ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ନକଲି କନେକସନକୁ…

Ration Card Big Update: ଅକ୍ଟୋବର ୧ରୁ ଏମାନଙ୍କର କଟିଯିବ ରାସନ କାର୍ଡ! ସେପ୍ଟେମ୍ୱର ୨୧ ସୁଦ୍ଧା ସାରନ୍ତୁ ଏହି କାମ

ନୂଆଦିଲ୍ଲୀ,୮।୯: ଯଦି ଆପଣଙ୍କ ପାଖରେ ମଧ୍ୟ ରାସନ କାର୍ଡ ଅଛି ଏବଂ ଆପଣ ଅନେକ ମାସ ଧରି ସାଧାରଣ ବଣ୍ଟନ ବ୍ୟବସ୍ଥା (PDS) ଦୋକାନରୁ ରାସନ ସାମଗ୍ରୀ…

RBIର ବଡ଼ ଘୋଷଣା: UPI ଓ QR କୋଡ ବ୍ୟବହାରକାରୀ ସାବଧାନ! ୧୫ ସେପ୍ଟେମ୍ବରରୁ ବ୍ଲକ ହୋଇଯିବ ଆକାଉଣ୍ଟ

ନୂଆଦିଲ୍ଲୀ: ଯଦି ଆପଣ ଜଣେ ଛୋଟ ବ୍ୟବସାୟୀ ଏବଂ ଦୋକାନରେ QR କୋଡ କିମ୍ବା UPI ମାଧ୍ୟମରେ ପେମେଣ୍ଟ ଗ୍ରହଣ କରୁଛନ୍ତି, ତେବେ ଏହି ଖବର ଆପଣଙ୍କ…

ଭାରତରେ ସୁନା ଆମଦାନୀରେ ବମ୍ପର ହ୍ରାସ, PM ମୋଦିଙ୍କ ଅପିଲ ନା ଆଉ କିଛି କାରଣ? ଜାଣନ୍ତୁ…

ନୂଆଦିଲ୍ଲୀ,୭।୯: ଭାରତରେ ସୁନାର ଚାହିଦା ଏବଂ ଆମଦାନୀକୁ ନେଇ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳୁଛି। ପ୍ରକାଶିତ ତଥ୍ୟ ଅନୁସାରେ, ଅଗଷ୍ଟ ମାସରେ ଭାରତର ସୁନା ଆମଦାନୀ ବାର୍ଷିକ…

UPI Payment: ଭୁଲ ନମ୍ୱରକୁ କରିଦେଇଛନ୍ତି କି ପେମେଣ୍ଟ? ଜାଣନ୍ତୁ କେମିତି ଫେରି ପାଇବେ ଆପଣଙ୍କ ଟଙ୍କା, ତୁରନ୍ତ କରନ୍ତୁ ଏହି କାମ

ନୂଆଦିଲ୍ଲୀ,୬।୯: UPI ପେମେଣ୍ଟ ଟଙ୍କା କାରବାରକୁ ବହୁତ ସହଜ ଏବଂ ଦ୍ରୁତ କରିଦେଇଛି। ତଥାପି, ବେଳେବେଳେ ତରବରିଆ ଭାବେ କିମ୍ୱା ଅସାବଧାନତା ଯୋଗୁଁ ଭୁଲ ନମ୍ୱର ବା…

ଦୀପାବଳି ପାଇଁ ଏବେଠୁ ବୁକ୍‌ ହୋଇଗଲା ସବୁ ଟ୍ରେନ ଟିକେଟ୍‌! କିଛି ସମୟରେ…

ନୂଆଦିଲ୍‌ଲୀ,୬।୯: ଦୀପାବଳିରେ ଘରକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା ରେଳ ଯାତ୍ରୀମାନଙ୍କ ପାଇଁ ରିଜର୍ଭେସନ ୱିଣ୍ଡୋ ଖୋଲିଯାଇଛି। ନଭେମ୍ୱର ୮ ତାରିଖ ଦୀପାବଳିକୁ ଦୃଷ୍ଟିରେ ରଖି ଯାତ୍ରୀମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri