Categories: ଖେଳ

ଭାରତ ନଂ-୧

ନୂଆଦିଲ୍ଲୀ,୬।୩: ଅହମ୍ମଦାବାଦରେ ଶନିବାର ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଚତୁର୍ଥ ତଥା ଅନ୍ତିମ ଟେଷ୍ଟରେ ଗୋଟିଏ ପାଳି ଏବଂ ୨୫ରନ୍‌ ବ୍ୟବଧାନରେ ବିଶାଳ ବିଜୟ ହାସଲ କରିଛି ଭାରତ। ଏହି ଜିତ୍‌ ପରେ ଦଳ ଆଇସିସି ଟେଷ୍ଟ ଟିମ୍‌ ର଼୍ୟାକିଂର ଶୀର୍ଷସ୍ଥାନରେ ସ୍ଥିତି ଦୃଢ କରିଛି । କେନ୍‌ ଓ୍ବିଲିୟମସନଙ୍କ ନେତୃତ୍ୱାଧିନ ନ୍ୟୁଜିଲାଣ୍ଡ ଟିମ୍‌ ଦ୍ୱିତୀୟ ସ୍ଥାନରେ ରହିଛି।
ପ୍ରକାଶ ଯେ, ଚତୁର୍ଥ ଟେଷ୍ଟ ଜିତିବା ହେତୁ ଭାରତୀୟ ଟିମ୍‌ ବିଶ୍ୱ ଟେଷ୍ଟ ଚାମ୍ପିୟନ୍‌ଶିପ୍‌ର ଫାଇନାଲରେ ନିଜ ସ୍ଥାନ ସୁରକ୍ଷିତ କରିନେଇଛି। ଏବେ ଦଳ ଆଇସିସି ବିଶ୍ୱକପ୍‌ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲରେ ନ୍ୟୁଜିଲାଣ୍ଡକୁ ଭେଟିବ। ଭାରତୀୟ ଟିମ୍‌ ୧୨୨ ଅଙ୍କ ହାସଲ କରିଛି। ସେହିଭଳି ନ୍ୟୁଜିଲାଣ୍ଡ ୧୧୮ ରେଟିଂ ସହ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଅଷ୍ଟ୍ରେଲିଆ ୧୧୩ ରେଟିଂ, ଇଂଲଣ୍ଡ ୧୦୫ ରେଟିଂ ଏବଂ ପାକିସ୍ତାନ ୯୦ ପଏଣ୍ଟ ସହ ଯଥାକ୍ରମେ ତୃତୀୟ, ଚତୁର୍ଥ ଏବଂ ପଞ୍ଚମ ସ୍ଥାନରେ ରହିଛନ୍ତି।
Share