Categories: ଖେଳ

ଟି୨୦ ବିଶ୍ୱକପ୍‌ରେ ଭାରତ-ପାକିସ୍ତାନ ମ୍ୟାଚ୍‌

ଦୁବାଇ,୧୬।୭: ଆଗାମୀ ଟି୨୦ ବିଶ୍ୱକପ୍‌ରେ ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିବେ। କାରଣ ଦୁଇ ଦଳକୁ ସମାନ ଗ୍ରୁପରେ ରଖାଯାଇଛି। ଅକ୍ଟୋବର ୧୭ରୁ ଆରମ୍ଭ ହେବାକୁ ଥିବା ଇଭେଣ୍ଟର ବିଭିନ୍ନ ଗ୍ରୁପରେ କେଉଁ କେଉଁ ଦଳ ସ୍ଥାନ ପାଇଛନ୍ତି, ତାହା ଶୁକ୍ରବାର ପ୍ରକାଶ କରିଛି ଆଇସିସି।

ଭାରତ ଓ ପାକିସ୍ତାନ ଗ୍ରୁପ୍‌ ବି’ରେ ସ୍ଥାନ ପାଇଛନ୍ତି। ଏହି ଗ୍ରୁପ୍‌ରେ ବିଶ୍ୱ ଟେଷ୍ଟ ଚାମ୍ପିୟନ ବିଜେତା ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ରହିଛି। ସେହିଭଳି ଗ୍ରୁପ୍‌ ଏ’ରେ ଡିଫେଣ୍ଡିଂ ଚାମ୍ପିୟନ ଓ୍ବେଷ୍ଟଇଣ୍ଡିଜ, ପୂର୍ବତନ ବିଜେତା ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ରହିଛି।

ଚଳିତ ବର୍ଷ ମାର୍ଚ୍ଚ ୨୦ ସୁଦ୍ଧା ଟି୨୦ ଦଳଗତ ର଼୍ୟାଙ୍କିଙ୍ଗ୍‌କୁ ଦୃଷ୍ଟିରେ ରଖି ବିଶ୍ୱକପ୍‌ର ଗ୍ରୁପ ପର୍ଯ୍ୟାୟ ସୁପର ୧୨ ଲାଗି ୮ ଦଳ ଚୟନ କରାଯାଇଛି। ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରୁ ୪ ଦଳ ସୁପର ୧୨କୁ ଉନ୍ନୀତ ହେବେ। ଏହି ସ୍ଥାନ ପାଇ ଶ୍ରୀଲଙ୍କା ଓ ବାଂଲାଦେଶ ସମେତ ୮ ଦଳ ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦ୍ୱିତା କରିବେ।

Share