Posted inଖେଳ

ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ୍‌: ସପ୍ତମ ସ୍ଥାନକୁ ଉଠିଲେ କୋହଲି, ତୃତୀୟରେ ରାହୁଲ ଅପରିବର୍ତ୍ତିତ

ଦୁବାଇ,୨୪।୧୨(ପି.ଟି.): ସଦ୍ୟ ପ୍ରକାଶିତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟି୨୦ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ତାରକା ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲ ତାଙ୍କର ତୃତୀୟ ସ୍ଥାନ ବଜାୟ ରଖିଛନ୍ତି। ସେହିପରି ଅଧିନାୟକ ବିରାଟ କୋହଲି ବ୍ୟାଟିଂ ତାଲିକାରେ ଗୋଟିଏ ସ୍ଥାନ ଉପରକୁ ଉଠି ସପ୍ତମ ସ୍ଥାନରେ ରହିଛନ୍ତି। ବ୍ୟାଟ୍ସମ୍ୟାନ, ବୋଲର ଓ ଅଲରାଉଣ୍ଡର ତାଲିକାର ରାହୁଲ ଓ କୋହଲିଙ୍କୁ ବାଦ୍‌ ଦେଲେ ଆଉ କୌଣସି ଭାରତୀୟ ଖେଳାଳି ଟପ୍‌-୧୦ରେ ସ୍ଥାନ ପାଇନାହାନ୍ତି।
ରାହୁଲ ୮୧୬ ପଏଣ୍ଟ ପାଇ ରାହୁଲ ଡଓ୍ବେିଡ୍‌ ମଲାନ (୯୧୫) ଓ ବାବର ଆଜମ (୮୨୦)ଙ୍କ ପଛରେ ରହିଛନ୍ତି। ସେହିପରି କୋହଲି ୬୯୭ ପଏଣ୍ଟ ପାଇଛନ୍ତି। ୩ଟି ଯାକ ଫର୍ମାଟ୍‌ରେ କୋହଲି ଟପ୍‌-୧୦ରେ ସ୍ଥାନ ପାଇଛନ୍ତି। କୋହଲି ଦିନିକିଆରେ ଶ୍ରେଷ୍ଠ ସ୍ଥାନରେ ଥିବା ବେଳେ ଟେଷ୍ଟ ଫର୍ମାଟ୍‌ରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।
ନ୍ୟୁଜିଲାଣ୍ଡ ଓପନର ଟିମ୍‌ ସିଫର୍ଟ ଓ ଦ୍ରୁତ ବୋଲର ଟିମ୍‌ ସୌଦି କ୍ୟାରିୟରର ଶ୍ରେଷ୍ଠ ସ୍ଥାନ ହାସଲ କରିଛନ୍ତି। ପାକିସ୍ତାନ ବିପକ୍ଷ ଟି୨୦ ସିରିଜରେ ନ୍ୟୁଜିଲାଣ୍ଡକୁ ୨-୧ରେ ବିଜୟୀ କରାଇବାରେ ଏହି ଦୁଇ ଖେଳାଳି ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ସିଫର୍ଟ ୨୪ଟି ସ୍ଥାନ ଉପରକୁ ଉଠି ନବମ ସ୍ଥାନରେ ରହିଛନ୍ତି। ସେହିପରି ସୌଦି ୧୩ରୁ ସପ୍ତମ ସ୍ଥାନକୁ ଉଠିଛନ୍ତି। ସୌଦି ୩ଟି ଫର୍ମାଟ୍‌ରେ ଟପ୍‌-୧୦ରେ ସ୍ଥାନିତ ହୋଇଛନ୍ତି। ସେହିପରି ବ୍ୟାଟିଂ ତାଲିକାରେ ନ୍ୟୁଜିଲାଣ୍ଡର ଡେଭନ କନ୍‌ଓ୍ବେ ୧୦ସ୍ଥାନ ଉପରକୁ ଉଠି ୬୨ତମ, ଗ୍ଲେନ୍‌ ଫିଲିପ୍ସ ୧୫ ସ୍ଥାନ ଉପରକୁ ଉଠି କ୍ୟାରିୟର ଶ୍ରେଷ୍ଠ ୭୨ତମ ସ୍ଥାନରେ ରହିଛନ୍ତି। ସେହିପରି ଦ୍ରୁତ ବୋଲର ସ୍କଟ କୁଗେଲେଜିନ ୧୩୪ତମ ସ୍ଥାନରୁ ୯୨ତମ ସ୍ଥାନକୁ ଉଠିଛନ୍ତି।
ପାକିସ୍ତାନର ମହମ୍ମଦ ହାଫିଜ୍‌ ସିରିଜର ଦମ୍‌ଦାର ପ୍ରଦର୍ଶନ କରି ୧୪ସ୍ଥାନ ଉପରକୁ ଉଠି ୩୩ତମ ସ୍ଥାନ ଅଧିକାର କରିଛନ୍ତି। ସେହିପରି ମହମ୍ମଦ ରିଜଓ୍ବାନ ୧୫୨ ସ୍ଥାନ ଉପରକୁ ଉଠି ୧୫୮ତମ ସ୍ଥାନରେ ରହିଛନ୍ତି। ବୋଲରମାନଙ୍କ ମଧ୍ୟରେ ଫହିମ ଆଶ୍ରଫ୍‌ ୨୨ ସ୍ଥାନ ଉପରକୁ ଉଠି ୧୩ତମ ସ୍ଥାନରେ ରହିଛନ୍ତି। ସେହିପରି ଶାହିନ ଆଫ୍ରିଦି ୧୧ସ୍ଥାନ ଉପରକୁ ଉଠି କ୍ୟାରିୟରର ଶ୍ରେଷ୍ଠ ୧୬ତମ ସ୍ଥାନରେ ରହିଛନ୍ତି। ହାରିଶ ରୌଫ୍‌ ୪୨ସ୍ଥାନ ଉପରକୁ ଉଠି ୬୭ତମ ସ୍ଥାନରେ ରହିଛନ୍ତି।
ଟି୨୦ ବୋଲର ଓ ଅଲରାଉଣ୍ଡର ର଼୍ୟାଙ୍କିଙ୍ଗ୍‌ରେ ଦୁଇ ଆଫଗାନିସ୍ତାନ ଖେଳାଳି ରସିଦ୍‌ ଖାଁ ଓ ମହମ୍ମଦ ନବି ଯଥାକ୍ରମେ ପ୍ରଥମ ଓ ଦ୍ୱିତୟ ସ୍ଥାନରେ ରହିଛନ୍ତି। ଆଇସିସି ପୁରୁଷ ଟି୨୦ ଦଳୟ ର଼୍ୟାଙ୍କିଙ୍ଗ୍‌ରେ ପାକିସ୍ତାନ ସିରିଜ ହାରି ୩ ପଏଣ୍ଟ ହରାଇଥିବା ବେଳେ ନ୍ୟୁଜିଲାଣ୍ଡ ୩ ପଏଣ୍ଟ ହାସଲ କରିଛି। ତେବେ ପୂର୍ବପରି ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ଯଥାକ୍ରମେ ୪ର୍ଥ ଓ ଷଷ୍ଠ ସ୍ଥାନ ବଜାୟ ରଖିଛନ୍ତି। ଇଂଲଣ୍ଡ ୨୭୫ ରେଟିଂ ପଏଣ୍ଟ ପାଇ ୧ ନମ୍ବର ସ୍ଥାନରେ ରହିଥିବା ବେଳେ ଅଷ୍ଟ୍ରେଲିଆ ୨୭୨ ପଏଣ୍ଟ ପାଇ ୨ୟ ଓ ଭାରତ ୨୬୮ ପଏଣ୍ଟ ପାଇ ୩ୟ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ଅଭିଷେକ ଶର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ବିସିସିଆଇ, ଜାଣନ୍ତୁ କାହିଁକି ମିଳିଲା ଦଣ୍ଡ

ନୂଆଦିଲ୍ଲୀ,୩।୪: କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ଗୁରୁବାର ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ଏହି ଇନିଂସରେ ସେ ମାତ୍ର ୨୧ ବଲ…

LSG ମାଲିକ ସଞ୍ଜିବ ଗୋଏଙ୍କାଙ୍କ ଉପରେ ରାଗିଲେ ଲଳିତ ମୋଦି; ପନ୍ତଙ୍କୁ କଲେ ସମର୍ଥନ

ନୂଆଦିଲ୍ଲୀ,୩।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ପରାଜୟ ପରେ, ଲକ୍ଷ୍ନୌ ସୁପର ଜାଏଣ୍ଟସ ମାଲିକ ସଞ୍ଜିବ ଗୋଏଙ୍କା, ଅଧିନାୟକ ରିଷଭ ପନ୍ତ ଏବଂ ମୁଖ୍ୟ ପ୍ରଶିକ୍ଷକ ଜଷ୍ଟିନ ଲାଙ୍ଗରଙ୍କ…

୨୦୨୭ ରୁ ଆଇପିଏଲ ମ୍ୟାଚ ସଂଖ୍ୟା ବୃଦ୍ଧି ପାଇବ? ଅଧ୍ୟକ୍ଷଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ

ନୂଆଦିଲ୍ଲୀ,୩।୪: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସଂସ୍କରଣ ବର୍ତ୍ତମାନ ଚାଲିଛି; ଛଅଟି ମ୍ୟାଚ ଖେଳାଯାଇସାରିଛି, ଏବଂ ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗସ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ…

IPLରେ ଅଭିଷେକଙ୍କ ବଡ଼ କାରନାମା: ୪ ଛକା ମାରି କଲେ ଅନନ୍ୟ ରେକର୍ଡ

କୋଲକାତା,୩।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ୨୨୮.୫୭ ଷ୍ଟ୍ରାଇକ ରେଟରେ ଖେଳି ଅଭିଷେକ…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri