Categories: ଖେଳ

ଅହମଦାବାଦ ପିଚ୍‌କୁ ଆଭରେଜ୍‌ ମାନ୍ୟତା ଦେଲା ଆଇସିସି: ଖେଳାଯାଇଥିଲା ଭାରତ-ଅଷ୍ଟ୍ରେଲିଆ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌

ନୂଆଦିଲ୍ଲୀ,୮ା୧୨: ନଭେମ୍ବର ୧୯ରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମର ଯେଉଁ ପିଚ୍‌ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ବିଶ୍ୱକପ୍‌ ଫାଇନାଲ ମ୍ୟାଚ ଖେଳାଯାଇଥିଲା, ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ତାହାକୁ ଆଭରେଜ ମାନ୍ୟତା ଦେଇଛି। ତେବେ ଆଇସିସି ମ୍ୟାଚ ରେଫରି ଓ ପୂର୍ବତନ ଜିମ୍ବାଓ୍ବେ ବ୍ୟାଟର ଆଣ୍ଡି ପାଇକ୍ରଫ୍ଟ ଏହାର ଆଉଟ୍‌ ଫିଲ୍‌ଡ ଖୁବ୍‌ ଭଲ ବୋଲି କହିଛନ୍ତି। ପିଚ୍‌ଟି ଅପେକ୍ଷାକୃତ ମନ୍ଥର ଥିଲା। ଅଷ୍ଟ୍ରେଲିଆ ୬ ଉଇକେଟରେ ଭାରତକୁ ପରାସ୍ତ କରି ବିଶ୍ୱକପ୍‌ ଫାଇନାଲ ଜିତିଥିଲା। ମ୍ୟାଚରେ ପ୍ରଥମେ ବୋଲିଂ ନେଇଥିବା ଭାରତ ନିର୍ଦ୍ଧାରିତ ୫୦ ଓଭରରେ ମାତ୍ର ୨୪୦ ରନ କରିଥିଲା। ଅଷ୍ଟ୍ରେଲିଆ ୪୩ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା।

Share