Categories: ଖେଳ

ଅକ୍ଟୋବର ମାସର ଶ୍ରେଷ୍ଠ କ୍ରିକେଟର: ବାଜି ମାରିଲେ ଏହି ଦୁଇ ଖେଳାଳି

ଦୁବାଇ,୯।୧୧: ପାକିସ୍ତାନ ବ୍ୟାଟ୍ସମ୍ୟାନ ଆସିଫ ଅଲି ଏବଂ ଆୟର୍ଲାଣ୍ଡର ଅଲରାଉଣ୍ଡର ଲୌରା ଡେଲାନିଙ୍କୁ ଅକ୍ଟୋବର ମାସ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦର (ଆଇସିସି)ର ଯଥାକ୍ରମେ ଶ୍ରେଷ୍ଠ ପୁରୁଷ ଏବଂ ମହିଳା ଖେଳାଳି ଭାବେ ଚୟନ କରାଯାଇଛି। ପୁରୁଷ ବର୍ଗରେ ଆସିଫ ବାଂଲାଦେଶର ଶାକିବ ଅଲ ହାସନ ଏବଂ ନାମିବିଆର ଡେଭିଡ ୱିସେଙ୍କୁ ପଛରେ ପକାଇଛନ୍ତି। ସେହିଭଳି ମହିଳା ବିଭାଗରେ ଲୌରା ତାଙ୍କ ସାଥୀ ଗାବି ଲୁଇସ ଏବଂ ଜିମ୍ବାୱେର ମେରି ଆନ ମୁସୋଣ୍ଡାଙ୍କୁ ପରାସ୍ତ କରିଛନ୍ତି।

ପ୍ରକାଶ ଯେ, ଅକ୍ଟୋବରରେ ଚାଲିଥିବା ଆଇସିସି ଟି -୨୦ ପୁରୁଷ ବିଶ୍ୱକପ ସମୟରେ ଆସିଫ ୨୭୩.୬୮ ହାରରେ ପାକିସ୍ତାନ ପାଇଁ ତିନୋଟି ମ୍ୟାଚରେ ୫୨ ରନ ସଂଗ୍ରହ କରିଥିଲେ। ଆସିଫଙ୍କ ୧୨ ବଲରେ ଅପରାଜିତ ୨୭ ରନ ବଳରେ ପାକିସ୍ତାନ ନ୍ୟୁଜିଲ୍ୟାଣ୍ଡକୁ ହରାଇବାରେ ସଫଳ ହୋଇଥିଲା। କିନ୍ତୁ ପରବର୍ତ୍ତୀ ମ୍ୟାଚ ତାଙ୍କୁ ଚର୍ଚ୍ଚାକୁ ଆଣିଥିଲା। ଆଫଗାନିସ୍ତାନ ବିପକ୍ଷରେ ମ୍ୟାଚ୍‌ ଜିତିବା ଲାଗି ଦଳକୁ ଦୁଇ ଓଭରରେ ୨୪ ରନ ଆବଶ୍ୟକତା ଥିଲା। ଆସିଫ ୧୯ତମ ଓଭରରେ ଚାରୋଟି ଛକା ମାରି ଦଳକୁ ବିଜେତା କରିଥିଲେ।

Share