Posted inଖେଳ

ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗ୍‌: ଶୀର୍ଷରେ କୋହଲି, ଚତୁର୍ଥ ସ୍ଥାନକୁ ଖସିଲେ ବୁମ୍‌ରା

ଦୁବାଇ,୧।୪(ପି.ଟି.): ସଦ୍ୟ ପ୍ରକାଶିତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଦିନିକିଆ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ଅଧିନାୟକ ବ୍ୟାଟିଂ ତାଲିକାର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ଅନ୍ୟପଟେ ବୋଲିଂ ତାଲିକାରେ ଯଶପ୍ରୀତ ବୁମ୍‌ରା ଚତୁର୍ଥ ସ୍ଥାନକୁ ଖସିଛନ୍ତି। ବୁଧବାର ପ୍ରକାଶିତ ଦିନିକିଆ ର଼୍ୟାଙ୍କିଙ୍ଗ୍‌ରେ କୋହଲି ୮୭୦ ପଏଣ୍ଟ ପାଇଛନ୍ତି। ଇଂଲଣ୍ଡ ବିପକ୍ଷ ପ୍ରଥମ ଓ ଦ୍ୱିତୀୟ ଦିନିକିଆରେ ସେ ଯଥାକ୍ରମେ ୫୬ ଓ ୬୬ ରନ ସଂଗ୍ରହ କରି ର଼୍ୟାଙ୍କିଙ୍ଗ୍‌ରେ ନିଜର ପ୍ରଭୁତ୍ୱ ଜାରି ରଖିଛନ୍ତି।
ଇଂଲଣ୍ଡ ବିପକ୍ଷ ହ୍ବାଇଟ୍‌ ବଲ୍‌ ସିରିଜରେ ବୁମ୍‌ରାଙ୍କୁ ବିଶ୍ରାମ ଦିଆଯାଇଥିଲା। ଫଳରେ ୬୯୦ ପଏଣ୍ଟ ସହ ସେ ଚତୁର୍ଥ ସ୍ଥାନରେ ରହିଛନ୍ତି। ସେହିପରି ସୀମିତ ଓଭର ଉପଅଧିନାୟକ ରୋହିତ ଶର୍ମା ବ୍ୟାଟିଂ ତାଲିକାର ତୃତୀୟ ସ୍ଥାନରେ ରହିଥିବା ବେଳେ ପାକିସ୍ତାନର ବାବର ଆଜମ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେହିପରି ଲୋକେଶ ରାହୁଲ ୩୧ରୁ ୨୭ତମ ସ୍ଥାନକୁ ଉନ୍ନତି କରିଛନ୍ତି। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବ୍ୟାଟିଂ ତାଲିକାରେ କ୍ୟାରିୟର ଶ୍ରେଷ୍ଠ ୪୨ତମ ସ୍ଥାନ ଅଧିକାର କରିଛନ୍ତି। ସେହିପରି ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଶ୍ରେଷ୍ଠ ୧୦୦ରେ ପ୍ରବେଶ କରିଛନ୍ତି।
ଦ୍ରୁତ ବୋଲର ଭୁବନେଶ୍ୱର କୁମାର ଅନ୍ତିମ ମ୍ୟାଚ୍‌ରେ ୪୨ ରନ ଦେଇ ୩ ଉଇକେଟ ନେବା ସହ ୯ଟି ସ୍ଥାନ ଉପରକୁ ଉଠି ୧୧ତମ ସ୍ଥାନ ଅଧିକାର କରିଛନ୍ତି। ତେବେ ସେ ୨୦୧୭ ସେପ୍ଟେମ୍ବରରେ କ୍ୟାରିୟର ଶ୍ରେଷ୍ଠ ଦଶମ ସ୍ଥାନ ଅଧିକାର କରିଥିଲେ। ସେହିପରି ଅନ୍ତିମ ଦିନିକିଆରେ ଶାର୍ଦ୍ଦୁଳ ଠାକୁର ୬୭ ରନ ବ୍ୟୟ କରି ୪ ଉଇକେଟ ନେବା ସହ ୯୩ରୁ ୮୦ତମ ସ୍ଥାନକୁ ଉଠିଛନ୍ତି।
ଅପରପକ୍ଷରେ ଇଂଲଣ୍ଡ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ ୪ଟି ସ୍ଥାନ ଉପରକୁ ଉଠି ବ୍ୟାଟିଂ ତାଲିକାର ୨୪ତମ ସ୍ଥାନ ଅଧିକାର କରିଛନ୍ତି। ଦ୍ୱିତୀୟ ଦିନିକିଆରେ ସେ ୫୨ବଲରୁ ୯୯ ରନ କରିଥିଲେ। ତେବେ ଅଲରାଣ୍ଡର ତାଲିକାରେ ସେ ଦ୍ୱିତୀୟ ସ୍ଥାନକୁ ଉଠିଛନ୍ତି। ସେହିପରି ଜନି ବେୟାରଷ୍ଟୋ ଦ୍ୱିତୀୟ ଦିନିକିଆରେ ୧୨୪ ରନର ଶତକୀୟ ପାଳି ଖେଳି ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହେବା ସହ ୭୯୬ ପଏଣ୍ଟ ହାସଲ କରି ସପ୍ତମ ସ୍ଥାନ ବଜାୟ ରଖିଛନ୍ତି। ମୋଇନ ଅଲି ୯ଟି ସ୍ଥାନ ଉପରକୁ ଉଠି ବୋଲିଂ ତାଲିକାର ୪୬ତମ ସ୍ଥାନ ଅଧିକାର କରିଛନ୍ତି।
ଟି୨୦: ରାହୁଲ, କୋହଲି ଖସିଲେ
ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ୍‌ରେ ଉଭୟ ରାହୁଲ ଓ କୋହଲିଙ୍କ ଅବନତି ଘଟିଛି। ଉଭୟେ ଗୋଟିଏ ସ୍ଥାନ ତଳକୁ ଖସି ଯଥାକ୍ରମେ ପଞ୍ଚମ ଓ ଷଷ୍ଠ ସ୍ଥାନରେ ରହିଛନ୍ତି। ସେହିପରି ବୋଲିଂ ଓ ଅଲରାଉଣ୍ଡର ତାଲିକାରେ କୌଣସି ଭାରତୀୟ ଶ୍ରେଷ୍ଠ-୧୦ରେ ସ୍ଥାନ ପାଇନାହାନ୍ତି।
ଟେଷ୍ଟ ର଼୍ୟାଙ୍କିଙ୍ଗ୍‌: ଦ୍ୱିତୀୟ ସ୍ଥାନ ବଜାୟ ରଖିଲେ ଅଶ୍ୱିନ
ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ବୋଲିଂ ତାଲିକାର ଦ୍ୱିତୀୟ ସ୍ଥାନ ବଜାୟ ରଖିଛନ୍ତି। ଅଷ୍ଟ୍ରେଲିଆ ଦ୍ରୁତ ବୋଲର ପ୍ୟାଟ କୁମିନ୍ସ ଶୀର୍ଷରେ ରହିଛନ୍ତି। ଅଲରାଉଣ୍ଡର ତାଲିକାରେ ରବୀନ୍ଦ୍ର ଜାଡେଜା ତୃତୀୟ ସ୍ଥାନରେ ରହିଥିବା ବେଳେ ଅଶ୍ୱିନ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି। ବ୍ୟାଟିଂ ତାଲିକାରେ କୋହଲି ପୂର୍ବପରି ପଞ୍ଚମ ସ୍ଥାନରେ ରହିଛନ୍ତି। ସେହିପରି ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଓ ରୋହିତ ଯୁଗ୍ମଭାବେ ସପ୍ତମ ସ୍ଥାନରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

ପରକୀୟା ପ୍ରୀତି: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଜେଲ ଗଲେ ସ୍ବାମୀ

ଦିଗପହଣ୍ଡି,୨୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କ ପରକୀୟା ପ୍ରୀତି ପଦାରେ ପଡ଼ିଛି। ବିବାହିତା ସ୍ତ୍ରୀ ଥାଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri