Categories: ଖେଳ

ଉପରକୁ ଉଠିଲେ କୋହଲି

ନୂଆଦିଲ୍ଲୀ,୧୮।୧: ଶ୍ରୀଲଙ୍କା ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଦୁଇ ଶତକ ସହ ୨୮୩ ରନ ସ୍କୋର କରିଥିବା ବିରାଟ କୋହଲି ସର୍ବଶେଷ ଆଇସିସି ଦିନିକିଆ ବ୍ୟାଟିଂ ର଼୍ୟାଙ୍କିଙ୍ଗରେ ଉପରକୁ ଉଠିଛନ୍ତି। ସେ ଅଷ୍ଟମରୁ ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି। ସେହିପରି ବୋଲିଂ ର଼୍ୟାଙ୍କିଙ୍ଗରେ ମହମ୍ମଦ ସିରାଜ ୧୫ଟି ସ୍ଥାନ ଉପରକୁ ଉଠି ୩ ନମ୍ବର ସ୍ଥାନରେ ରହିଛନ୍ତି।
ଦିନିକିଆ ବ୍ୟାଟିଂ ର଼୍ୟାଙ୍କିଙ୍ଗରେ ପାକିସ୍ତାନର ବାବର ଆଜମ (୮୮୭) ଶୀର୍ଷରେ ଅଛନ୍ତି। ଦ୍ୱିତୀୟରେ ଦକ୍ଷିଣ ଆଫ୍ରିକାର ରସି ଭାନ ଡେର୍‌ ଡୁସେନ (୭୬୬) ଦ୍ୱିତୀୟ ସ୍ଥାନରେ ଏବଂ କ୍ୱିଣ୍ଟନ ଡିକକ (୭୫୯) ତୃତୀୟ ସ୍ଥାନରେ ଅଛନ୍ତ। ଚତୁର୍ଥ ସ୍ଥାନରେ ଅଛନ୍ତି ବିରାଟ କୋହଲି (୭୫୦), ଡେଭିଡ ୱାର୍ନର (୭୪୭), ଇମାମ-ଉଲ-ହକ (୭୪୦), କେନ ୱିଲିୟମସନ (୭୨୧), ଷ୍ଟିଭ ସ୍ମିଥ (୭୧୯), ଜନି ବେୟାରଷ୍ଟୋ (୭୧୦) ଏବଂ ରୋହିତ ଶର୍ମା (୭୦୧) ଅଛନ୍ତି।
ଶ୍ରୀଲଙ୍କା ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ମହମ୍ମଦ ସିରାଜ ୯ଟି ଉଇକେଟ ନେଇଥିଲେ। ସେ ନିଜ କ୍ୟାରିୟରର ଶ୍ରେଷ୍ଠ ମୂଲ୍ୟାୟନ ପଏଣ୍ଟ (୬୮୫) ସହିତ ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି। ପୂର୍ବରୁ ସେ ୧୮ତମ ସ୍ଥାନରେ ରହିଥିଲେ। ବୋଲରମାନଙ୍କ ମଧ୍ୟରେ ଟ୍ରେଣ୍ଟ ବୋଲ୍ଟ (୭୩୦) ଏକ ନମ୍ବରରେ ଅଛନ୍ତି। ଅଷ୍ଟ୍ରେଲିଆର ଜୋସେ ହେଜଲଉଡ (୭୨୭) ଦ୍ୱିତୀୟ, ମହମ୍ମଦ ସିରାଜ (୬୮୫) ତୃତୀୟ, ମିଚେଲ ଷ୍ଟାର୍କ (୬୬୫) ଚତୁର୍ଥ, ରସିଦ ଖାନ (୬୫୯), ଆଦାମ ଜାମ୍ପା (୬୫୫), ଶାକିବ ଅଲ ହାସନ (୬୫୨), ମ୍ୟାଟ ହେନେରୀ (୬୪୩) ଏବଂ ଶାହିନ ଆଫ୍ରିଦି (୬୪୧) ଅଛନ୍ତି।

Share