Categories: ଖେଳ

ପାକିସ୍ତାନକୁ ପଛରେ ପକାଇଲା ଭାରତ

ନୂଆଦିଲ୍ଲୀ,୧୩।୭: ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌ରେ ଚମତ୍କାର ୧୦ ଉଇକେଟ ବିଜୟ ସହ ନୂତନ ଆଇସିସି ର଼୍ୟାଙ୍କିଙ୍ଗରେ ଟିମ ଇଣ୍ଡିଆ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ଏହା ସହ ଭାରତ ପାକିସ୍ତାନକୁ ପଛରେ ପକାଇ ଦେଇଛି। ଏବେ ପାକିସ୍ତାନର ଦଳ ଚତୁର୍ଥ ସ୍ଥାନକୁ ଖସି ଆସିଛି। ଭାରତରେ ୧୦୮ ରେଟିଂ ପଏଣ୍ଟ ଥିବାବେଳେ ପାକିସ୍ତାନ ୧୦୬ ରେଟିଂ ପଏଣ୍ଟ ରହିଛି।
ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ଆରମ୍ଭ ପୂର୍ବରୁ ଭାରତରେ ୧୦୫ ରେଟିଂ ପଏଣ୍ଟ ରହିଥିଲା ଏବଂ ପାକିସ୍ତାନ ପଛରେ ଟିମ ଇଣ୍ଡିଆ ଚତୁର୍ଥ ସ୍ଥାନରେ ରହିଥିଲା। କିନ୍ତୁ ଓଭାଲରେ ୧୦ ଉଇକେଟରେ ଜିତିବା ପରେ ଭାରତ ତିନୋଟି ପଏଣ୍ଟ ହାସଲ କରିଥିଲା। ୧୨୬ ରେଟିଂ ପଏଣ୍ଟ ସହ ନ୍ୟୁଜିଲାଣ୍ଡ ଦଳ ପ୍ରଥମ ସ୍ଥାନରେ ରହିଛି ଏବଂ ୧୨୨ ରେଟିଂ ପଏଣ୍ଟ ସହ ଇଂଲଣ୍ଡ ଦଳ ଦ୍ୱିତୀୟ ସ୍ଥାନରେ ରହିଛି
ଗତ ମାସରେ ପାକିସ୍ତାନ ୱେଷ୍ଟଇଣ୍ଡିଜ ବିପକ୍ଷ ଘରୋଇ ସିରିଜକୁ ପରାସ୍ତ କରି ଭାରତକୁ ଅତିକ୍ରମ କରି ତୃତୀୟ ସ୍ଥାନ ଅଧିକାର କରିଥିଲା।

Share