Categories: ଖେଳ

ବିଶ୍ୱକପ୍‌ ଫାଇନାଲରେ ଏହି କାରଣ ଯୋଗୁ ହାରିଛି ଭାରତ, ଆଇସିସି କଲା ବଡ଼ ଖୁଲାସା

ନୂଆଦିଲ୍ଲୀ,୮।୧୨: ବିଶ୍ୱକପ୍‌ ଶେଷ ହେବାର ପ୍ରାୟ ୧୯ ଦିନ ବିତିଗଲାଣି। ବର୍ତ୍ତମାନ ଏହାକୁ ନେଇ ଏକ ଖବର ସାମ୍ନାକୁ ଆସିଛି। ଯେଉଁଥିରେ କୁହାଯାଇଛି ଯେ, ଟିମ ଇଣ୍ଡିଆ ଯେଉଁ ପିଚ୍‌ରେ ଅଷ୍ଟ୍ରେଲିଆ ବିଫକ୍ଷରେ ଫାଇନାଲ ମୁକାବିଲା ଖେଳିଥିଲା, ତାହାକୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ‘ହାରାହାରି’ ରେଟିଂ ପ୍ରଦାନ କରିଛି। ଏହା ପୂର୍ବରୁ ରିପୋର୍ଟରେ କୁହାଯାଇଥିଲା କି ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ ମଧ୍ୟ ପିଚ୍‌ ହିଁ ଭାରତର ହାରିବାର କାରଣ ବୋଲି ଦର୍ଶାଇଥିଲେ।

ରିପୋର୍ଟ ଅନୁଯାୟୀ, ଆଇସିଏସି ବିଶ୍ୱକପ୍‌ର ୫ ମୁକାବିଲା ପିଚ୍‌କୁ ‘ହାରାହାରି’ ରେଟିଂ ଦେଇଛି। ଯେଉଁଥିରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ ମୁକାବିଲା ମଧ୍ୟ ସାମିଲ ରହିଛି। ଅହମ୍ମଦାବାଦରେ ଥିବା ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଏବଂ ଅଷ୍ଟ୍ରେଲିଆ ଫାଇନାଲ ମ୍ୟାଚ ଖେଳାଯାଇଥିଲା। ଯେଉଁଥିରେ ଅଷ୍ଟ୍ରେଲିଆ ଭାରତକୁ ପରାସ୍ତ କରି ଟାଇଟଲ ଜିତିଥିଲା।

 

Share