Posted inଖେଳ

ICC Champions Trophy : ଦୁବାଇରେ ପାକିସ୍ତାନକୁ ହରାଇଲା ଭାରତ

ଦୁବାଇ, ୨୩।୨: ଦୁବାଇ ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ଭାରତ ଦମ୍‌ଦାର ପ୍ରଦର୍ଶନ କରିଛି। ବିରାଟ କୋହଲିଙ୍କ ଚମତ୍କାର ଅପରାଜିତ ଶତକ ବଳରେ ଭାରତ ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ରବିବାର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୬ ଉଇକେଟରେ ପରାସ୍ତ କରିଛି। ୨ଟି ମ୍ୟାଚରୁ ଦ୍ୱିତୀୟ ବିଜୟ ସହ ସେମିଫାଇନାଲରେ ପ୍ରବେଶ କରିଛି ଭାରତ।

ଭାରତୀୟ ବୋଲରଙ୍କୁ ମୁକାବିଲା କରି ନ ପାରି ପାକିସ୍ତାନ ୪୯.୪ ଓଭରରେ ୨୪୧ ରନ କରି ଅଲ୍‌ଆଉଟ ହୋଇଯାଇଥିଲା। ଜବାବରେ ବିରାଟ କୋହଲିଙ୍କ କିର୍ତ୍ତୀମାନ ଶତକ ଏବଂ ଶ୍ରେୟସ ଆୟରଙ୍କ ସହ ଶତକୀୟ ଭାଗୀଦାରି ବଳରେ ଭାରତ ୪୨.୩ ଓଭରରେ ୪ ଉଇକେଟ ହରାଇ ୨୪୪ ରନ ସଂଗ୍ରହ କରି ନେଇଥିଲା। ଏଥିସହ ପୂର୍ବ ସଂସ୍କରଣ ଫାଇନାଲ ପରାଜୟର ମଧୁର ପ୍ରତିଶୋଧ ନେଇଛି ଟିମ୍‌ ଇଣ୍ଡିଆ।

ଭାରତ-ପାକିସ୍ତାନ ମହାମୁକାବିଲାରେ ଟସ୍‌ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ହେଲେ ଭାରତର ଦମ୍‌ଦାର ବୋଲିଂ ଯୋଗୁ ପାକିସ୍ତାନ ୪୯.୪ ଓଭରରେ ସମସ୍ତ ଉଇକେଟ ହରାଇ ୨୪୧ ରନ୍‌ କରିଥିଲା। ଫଳରେ ଭାରତ ଆଗରେ ୨୪୨ ରନ୍‌ର ବିଜୟ ଟାର୍ଗେଟ ରଖିଥିଲା ପାକିସ୍ତାନ।

ଟାର୍ଗେଟ ବଡ଼ ନ ଥିବାରୁ ଭାରତ ସତର୍କତାର ସହ ଇନିଂସ ଆରମ୍ଭ କରିଥିଲା। ଅଧିନାୟକ ରୋହିତ ଶର୍ମା ୨୦ ରନକରି ଆଉଟ ହୋଇ ଯାଇଥିଲେ ହେଁ ଶୁବମନ ଗିଲ୍‌ ଓ ବିରାଟ କୋହଲି ଦ୍ୱିତୀୟ ଉଇକେଟରେ ୬୯ ରନ ଯୋଡ଼ି ଇନିଂସ ସମ୍ଭାଳି ଥିଲେ। ଗିଲ୍‌ ୪୬ ରନ୍‌ କରି ଆଉଟ ହୋଇ ଯାଇଥିଲେ। ତେବେ ଚମତ୍କାର ବ୍ୟାଟିଂ କରିଥିଲେ କିଙ୍ଗ୍‌ କୋହଲି। ସେ ଦ୍ୱିତୀୟ ଭାରତୀୟ ଭାବେ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟରେ ୧୪,୦୦୦ ରନ୍‌ ପୂରଣ କରିଥିବା ବେଳେ କ୍ୟାଚ ନେବାରେ ମଧ୍ୟ ମହମ୍ମଦ ଆଝାରୁଦ୍ଦିନଙ୍କୁ ପଛରେ ପକାଇ ଦେଇଥିଲେ।

କେବଳ ସେତିକି ନୁହେଁ ସେ ଶ୍ରେୟସ ଆୟରଙ୍କ ସହ ତୃତୀୟ ଉଇକେଟରେ ୧୧୪ ରନ୍‌ ଯୋଡ଼ି ଭାରତର ବିଜୟକୁ ସହଜ କରି ଦେଇଥିଲେ। ଆୟର ୬୭ ବଲ୍‌ରୁ ୫ ଚୌକା ଓ ୧ ଛକା ସହାୟତାରେ ୫୬ ରନକରି ଆଉଟ ହୋଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ମାତ୍ର ୮ ରନରେ ଆଉଟ ହୋଇଥିଲେ ହେଁ କୋହଲି ଅପରାଜେୟ ରହି ଭାରତକୁ ବିଜୟୀ କରିଥିଲେ। ଅନ୍ତିମ ବଲ୍‌ରେ ଚୌକା ମାରି ଶତକ ପୂରଣ କରିଥିବା କିଙ୍ଗ୍‌ କୋହଲି ୧୧୧ଟି ବଲ୍‌ର ସମ୍ମୁଖୀନ ହୋଇ ୭ ଚୌକା ସହାୟତାରେ ୧୦୦ ରନରେ ଅପରାଜିତ ରହିଥିଲେ। ଦିନିକିଆ କ୍ରିକେଟରେ ଏହାଥିଲା ତାଙ୍କର ୫୧ତମ ଶତକ। ପାକିସ୍ତାନ ପକ୍ଷରୁ ଶାହିନ ଆଫ୍ରିଦୀ ୨ଟି ଏବଂ ଆବ୍ରାର ଅହମଦ ଓ ଖୁସଦିଲ ଶାହା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷ ଗୋଟିଏ ଦିନ ପୂର୍ୱରୁ ସରକାରୀ କର୍ମଚାରୀଙ୍କୁ ଝଟ୍‌କା! ଏମାନଙ୍କୁ ମିଳିବନି ଗ୍ରାଚ୍ୟୁଇଟି

ନୂଆଦିଲ୍ଲୀ,୩୧।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (DoPPW) ଗ୍ରାଚ୍ୟୁଇଟି ସମ୍ୱନ୍ଧୀୟ...

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ, କହିଲେ ନୂଆ ସରକାରରେ…

ଭୁବନେଶ୍ବର,୩୧ା୧୨: ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ । ସେ ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ।...

ଚାଇନାକୁ ପଛରେ ପକାଇ ବିଶ୍ୱର ଶୀର୍ଷ ଧାନ ଉତ୍ପାଦନକାରୀ ଦେଶ ହେଲା ଭାରତ, ରହିଛି ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା

ନୂଆଦିଲ୍ଲୀ, ୩୧ା୧୨: କୃଷି କ୍ଷେତ୍ରରେ ଭାରତ ଏକ ଐତିହାସିକ ସଫଳତା ହାସଲ କରିଛି। ବର୍ଷ ବର୍ଷ ଧରି ଧାନ ଉତ୍ପାଦନରେ ଚାଇନାର ରହିଥିବା ଆଧିପତ୍ୟକୁ ଶେଷ...

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri