ପୁଣି ଥରେ ବାପା ହେବାକୁ ଯାଉଛନ୍ତି ସୈଫ: ପୁଅ ଇବ୍ରାହିମ୍‌ ଏଭଳି କଲେ କମେଣ୍ଟ

ମୁମ୍ବାଇ,୧୩।୮: ବଲିଉଡ୍‌ ବେବୋ କରୀନା କପୁର ଖାଁ ଓ ଅଭିନେତା ସୈଫ ଅଲୀ ଖାଁଙ୍କ ଘରେ ଜଣେ କୁନି ଅତିଥି ଆସିବାକୁ ଯାଉଛନ୍ତି। ପୁଣି ଥରେ କରୀନା ମା’ହେବାକୁ ଯାଉଛନ୍ତି। ଏନେଇ ବୁଧବାର ସୈଫିନା ସମସ୍ତଙ୍କୁ ଇନ୍‌ଷ୍ଟାଗ୍ରାମରେ ଜଣାଇଛନ୍ତି। ଏହି ଖବର ଶୁଣିବା ପରେ କପୁର ଓ ପଟୌଦି ପରିବାରରେ ଖୁସିର ମାହୋଲ ଖେଳିଯାଇଛି। ବିଶେଷ କରି ସୈଫ ପୁଣି ଥରେ ବାପା ହେବାବୁ ଯାଉଛନ୍ତି ଖବରରେ ପୁଅ ଇବ୍ରାହିମ୍‌ ଅଲୀ ଖାଁ ଏକ ମଜାଳିଆ ଢ଼ଙ୍ଗରେ କମେଣ୍ଟ ଦେଇଥିବା ଦେଖିବାକୁ ମିଳିଛି। ସୋହା ଅଲୀ ଖାଁ ସୈଫଙ୍କ ଏକ ଫଟୋ ଶେୟାର କରିବା ସହ ପୁଣି ଥରେ ବାପା ହେବାକୁ ନେଇ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ କ୍ୟାପସନ୍‌ରେ କରୀନାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ସୁସ୍ଥ କାମନା କରିଛନ୍ତି ଏବଂ ଆଉ ଅପେକ୍ଷା କରି ହେଉନାହିଁ ବୋଲି କହିଛନ୍ତି। ତେବେ ଉକ୍ତ ଫଟୋରେ ଇବ୍ରାହିମ୍‌ ଅବ୍ବା ଲେଖିବା ସହ ଏକ ଫାୟାରର ଇମୋଜି ଜରିଆରେ ନିଜର ପ୍ରତିକ୍ରିୟା ରଖିଥିବା ଦେଖିବାକୁ ମିଳିଛି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଚର୍ଚ୍ଚା ହେବାରେ ଲାଗିଛି।

Share