ଆଇବିଏମ୍ ରୁଷିଆରେ ସମସ୍ତ କାରବାର ଉପରେ ଲଗାଇଲା ପ୍ରତିବନ୍ଧକ

ୱାଶିଂଟନ,୮ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଶେଷ ହେବାର କୌଣସି ଆଭାସ ମିଳୁ ନ ଥିବା ବେଳେ ରୁଷିଆ ଉପରେ ଆମେରିକା ଗୋଟିଏ ପରେ ଗୋଟିଏ ପ୍ରତିବନ୍ଧକ ଲଗାଇ ଚାଲିଛି । ଟେକ କମ୍ପାନୀ ଇଣ୍ଟର ନ୍ୟାଶନାଲ ବିଜନସ ମେଶିନସ୍ କର୍ପୋରେଶନ(ଆବିଏମ୍‌) ରୁଷିଆରେ ତା’ର ସମସ୍ତ କାରବାରକୁ ବନ୍ଦ କରି ଦେଇଛି । ଆଇବିଏମ୍ ହେଉଛି ଆମେରିକାର ବହୁରାଷ୍ଟ୍ରୀୟ ପ୍ରାଦ୍ୟୋଗିକି ନିଗମ । ସୂଚନାଯୋଗ୍ୟ, ଏହା ପୂର୍ବରୁ କିଛି କମ୍ପାନି ରୁଷିଆରେ ସେମାନଙ୍କ ବ୍ୟବସାୟ ଉପରେ ପ୍ରତିବନ୍ଧକ ଲଗାଇ ସାରିଛନ୍ତି । ରୁଷିଆ ପ୍ରଥମେ ୟୁକ୍ରେନ୍ ଉପରେ ଆକ୍ରମଣ କରିଥିବା ବେଳେ ଏବେ ପର୍ଯ୍ୟନ୍ତ ଏହାର କୌଣସି ସମାଧାନ ହୋଇ ପାରୁନାହିଁ । କିଛିଦେଶ ରୁଷିଆକୁ ସପୋର୍ଟ କରୁଥିବା ବେଳେ ଆମେରିକା କିନ୍ତୁ ରୁଷିଆର ଏଭଳି କାର୍ଯ୍ୟକୁ ଖୁବ୍ ନିନ୍ଦା କରିଛି ।

Share