Categories: ଜାତୀୟ

ଦ୍ୱିତୀୟଥର ବିବାହ କରିବେ ଆଇଏଏସ୍‌ ଟପ୍ପର ଟିନା ଡାବି

ନୂଆଦିଲ୍ଲୀ,୨୯।୩: ୨୦୧୫ର ସିଭିଲ ସର୍ଭିସରେ ଦେଶରେ ଶୀର୍ଷ ସ୍ଥାନ ଅଧିକାର କରିଥିବା ଟିନା ଡାବି ଦ୍ୱିତୀୟଥର ବିବାହ କରିବାକୁ ଯାଉଛନ୍ତି। ନିକଟରେ ୨୦୧୩ ବ୍ୟାଚ ଆଇଏଏସ୍‌ ଅଧିକାରୀ ପ୍ରଦୀପ ଗାୱାଣ୍ଡେଙ୍କ ସହ ତାଙ୍କର ନିର୍ବନ୍ଧ ଶେଷ ହୋଇଛି। ଏହି ବିଷୟରେ ଟିନା ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏକ ପୋଷ୍ଟ ଶେୟାର କରି ସୂଚନା ଦେଇଛନ୍ତି। ତାଙ୍କ ପୋଷ୍ଟରେ ଟିନା ଏହାର କ୍ୟାପସନ ଦେଇଛନ୍ତି, ‘ତୁମେ ଦେଉଥିବା ହସକୁ ମୁଁ ପିନ୍ଧିଛି।’ ପ୍ରଦୀପ ମଧ୍ୟ ତାଙ୍କ ସୋସିଆଲ ମିଡିଆରେ ଦୁଇଟି ଫଟୋ ଶେୟାର କରିଛନ୍ତି। ଫଟୋରେ ଟିନା ନାଲି ରଙ୍ଗର ଶାଢି ପିନ୍ଧିଛନ୍ତି ଏବଂ ପ୍ରଦୀପ ଗାୱାଣ୍ଡେ ନାଲି ରଙ୍ଗର କୁର୍ତ୍ତା ପିନ୍ଧିଛନ୍ତି। ଟିନା ଏବଂ ପ୍ରଦୀପଙ୍କ ବିବାହ ମଧ୍ୟ ସ୍ବତନ୍ତ୍ର। କାରଣ ଏହା ଉଭୟଙ୍କ ଦ୍ୱିତୀୟ ବିବାହ।
ଏହାପୂର୍ବରୁ, ୨୦୧୫ରେ ଟିନା ପ୍ରଥମ ପ୍ରୟାସରେ ୟୁପିଏସ୍‌ସି ଟପ କରି ଚର୍ଚ୍ଚାରେ ରହିଥିଲେ। ସେ ୨୦୧୮ରେ ଆଇଏଏସ ଅତହର ଖାନଙ୍କୁ ବିବାହ କରିଥିଲେ। ୨୦୧୫ ୟୁପିଏସସି ପରୀକ୍ଷାରେ ଟିନା ପ୍ରଥମ ଏବଂ ଅମିର ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ଉଭୟ ଟ୍ରେନିଂ ସମୟରେ ପ୍ରେମରେ ପଡିଥିଲେ ଏବଂ ପ୍ରାୟ ଏକ ବର୍ଷର ସମ୍ପର୍କ ପରେ ଦୁହେଁ ୨୦୧୮ ମସିହାରେ ବିବାହ କରିଥିଲେ। ୨୦୨୦ରେ ଉଭୟଙ୍କର ଛାଡପତ୍ର ହୋଇଥିଲା।

Share